Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପେଣ୍ଠବାହାଳ ଗ୍ରାମ ଚମ୍ପାଳୀ ନଦୀ ପାଖରୁ ବାଘ ଛାଲ ଜବତ କଲା ଭୁବନେଶ୍ବରର ଏସ୍ ଟି ଏଫ୍

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜର ଚମ୍ପାଳୀ ନଦୀ ନିକଟରୁ ଏସ୍ ଟି ଏଫ୍ ର ସ୍ବତନ୍ତ୍ର ଟିମ୍ ବାଘଛାଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର୍ ହୋଇଥିବା ସୂଚନା ମିଳିଛି।

ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଅଂଚଳର ବାବୁଲି ନାଏକ ନାମକ ବ୍ୟକ୍ତି ବାଘ ଛାଲ ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ଭୁବନେଶ୍ବରର ଏସ୍ ଟି ଏଫ୍ ଟିମ କୌଣସି ସୂତ୍ରରୁ ଖବର ପାଇ ଚମ୍ପାଳି ନଦୀ ନିକଟରେ ଚଢଉ କରିଥିଲା। କାଳିଆ ନାମକ ବ୍ୟକ୍ତି ବାବୁଲିକୁ ୧୦ ହଜାର ଟଙ୍କା ଦେଇଥିବା ସୂଚନା ମିଳିଛି। ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତଦନ୍ତ ଚାଲିଛି ବୋଲି ଏସ୍ ଟି ଏଫ୍ ର ଅଧିକାରୀ ପ୍ରକାଶ କରିଛନ୍ତି।

ଏହି ବାଘ ଛାଲ ବିକ୍ରି ପାଇଁ ୫ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା। ହେଲେ ଏସ୍ ଟି ଏଫ୍ ଟିମ୍ ବେପାରୀକୁ ମାଡ଼ି ବସିଥିଲେ। ଚଢଉ କରି ତା ନିକଟରୁ ବାଘ ଛାଲ ଜବତ କରାଯାଇଥିଲା।

ବାବୁଲି ନାଏକଙ୍କୁ ରେଢ଼ାଖୋଲ ଏସ୍ ଡି ଜେ ଏମ୍ କୋର୍ଟ ରେ ହାଜର କରାଯାଇଥିବା ସୂଚନା ମିଳିଛି। ଏ ସଂପର୍କରେ ନାକଟିଦେଉଳ ବନବିଭାଗ କିଛି ବି ଜାଣି ପାରି ନ ଥିବା ଜଣାପଡ଼ିଛି।