Categories
ଆଜିର ଖବର ଖେଳ ଜାତୀୟ ଖବର

ବର୍ଷର ପ୍ରଥମ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ: ତୃତୀୟ ଟି-୨୦ ରେ ହାରିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ରାଜକୋଟରେ ଖେଳାଯାଇଥିବା ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ୯୧ ରନ୍ ରେ ପରାସ୍ତ କରିଛି। ଏହା ସହ ଭାରତୀୟ ଦଳ ମଧ୍ୟ ୨-୧ରେ ସିରିଜ୍ ଜିତିଛି।

ଏହି କର ବା ମର ମ୍ୟାଚରେ ପ୍ରଥମେ ବ୍ୟାଟିଂ ପରେ ଟିମ୍ ଇଣ୍ଡିଆ ୨୦ ଓଭରରେ ୫ ୱିକେଟ୍ ହରାଇ ୨୨୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ ୧୬.୪ ଓଭରରେ ମାତ୍ର ୧୩୭ ରନ୍ ସଂଗ୍ରହ କରିଥିଲା।

ଭାରତ ପାଇଁ ସୂର୍ଯ୍ୟକୁମାର ଯାଦବ ମାତ୍ର ୫୧ ବଲରେ ୧୧୨ ରନ୍ ସଂଗ୍ରହ କରି ଝଡ ସୃଷ୍ଟି କରିଥିଲେ। ଏହି ସମୟରେ ସୂର୍ଯ୍ୟ ୭ ଚୌକା ଓ ୯ ଛକା ମାରିଥିଲେ। ବୋଲିଂରେ ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ଏବଂ ଉମ୍ରାନ ମଲିକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଅର୍ଶଦୀପ ସିଂଙ୍କୁ ତିନୋଟି ସଫଳତା ମିଳିଥିଲା।