Categories
ଆଞ୍ଚଳିକ

ଚିଲିକା ତହସିଲରେ ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଲେ ପ୍ରଦୀପ କୁମାର ସାହୁ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲରେ ନୂତନ ତହସିଲଦାର ଭାବେ ପ୍ରଦୀପ କୁମାର ସାହୁ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ସାହୁ ଏହା ପୁର୍ବରୁ କଟକ ଜିଲ୍ଲା ନରସିଂହପୁର ବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ। ଦୀର୍ଘ ଦୁଇ ବର୍ଷ ଧରି ନରସିଂହପୁର ବ୍ଲକ ଦାଇତ୍ୱ ତୁଲାଇଥିବା ସମୟରେ ସେଠାରେ ଏକାଧିକ ଉନ୍ନୟନ କାମ ସହ ସରକାରଙ୍କ ବିଭିନ୍ନ ଜନହିତକାରି ଯୋଜନା ଗୁଡିକର ସଫଳ ରୂପାୟନ କରିବାରେ ସଫଳ ହୋଇପାରିଥିଲେ ଶ୍ରୀ ସାହୁ।

ଆଜି ଅପରାହ୍ନରେ ଶ୍ରୀ ସାହୁ ତହସିଲ କାର୍ଯ୍ୟାଳୟ ପହଞ୍ଚି ବିଦାୟୀ ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ଠାରୁ କାର୍ଯ୍ୟାଭାର ଗ୍ରହଣ କରିଥିଲେ। ଏହାପରେ ତହସିଲର ସମସ୍ତ କର୍ମଚାରୀମାନେ ନୂତନ ତହସିଲଦାରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଥମିକତା ଦେବା ସହ ୫-ଟିର କାର୍ଯ୍ୟକାରିତାକୁ ଗୁରୁତ୍ୱ ଦେବେ ବୋଲି ନୂତନ ତହସିଲଦାର ଶ୍ରୀ ସାହୁ ଗଣମାଧ୍ୟମକୁ କହିଛନ୍ତି।