Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଆସାମର ବୀର ଯୋଦ୍ଧା ବୋରଫୁକାନଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଉନମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଜୋରହାଟରେ ‘ଅହୋମ ଜେନେରାଲ’ ଲାଚିଟ ବୋରଫୁକାନଙ୍କ ୧୨୫ ଫୁଟ ଉଚ୍ଚତାର ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏହାକୁ ‘ଷ୍ଟାଚ୍ୟୁ ଅଫ୍ ଭାଲୋର’ବୋଲି ପ୍ରତିପାଦନ କରାଯାଇଛି।

ପ୍ରଧାନମନ୍ତ୍ରୀ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ, “ବୀର ଲଚିତ୍ ବଡ଼ଫୁକାନ ଆସାମର ବୀରତ୍ୱ ଏବଂ ସଂକଳ୍ପର ପ୍ରତୀକ”। ୨୦୦୨ ମସିହାରେ ନୂଆଦିଲ୍ଲୀରେ ତାଙ୍କର ୪୦୦ତମ ଜୟନ୍ତୀକୁ ଅତି ଧୁମଧାମରେ ପାଳନ କରିବା ସହ ବୀର ଯୋଦ୍ଧାଙ୍କ ଆଗରେ ପ୍ରଣାମ କରିଥିଲେ ବୋଲି ସେ ମନେ ପକାଇଥିଲେ।

ସେହିପରି ଆଜି ପ୍ରଧାନମନ୍ତ୍ରୀ ଟେକ୍ ନିକଟସ୍ଥ ହୋଲନଗାପରରେ ଲାଚିଟ ବାରଫୁକାନ୍ ମଧ୍ୟମ ବିକାଶ ପ୍ରକଳ୍ପର ଉଦଘାଟନ ମଧ୍ୟ କରିଥିଲେ। ହେଲିକପ୍ଟର ଯୋଗେ ଅରୁଣାଚଳ ପ୍ରଦେଶରୁ ଜୋରହାଟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀ ପାରମ୍ପାରିକ ପୋଷାକ ପିନ୍ଧିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଆଜି ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭବ୍ୟ ସ୍ବାଗତ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୭, ୨୦୨୧ରେ ଆସାମ ଏବଂ ପଶ୍ଚିମବଙ୍ଗ ରାଜ୍ୟ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ଆସାମର ସୋନିତପୁର ଜିଲ୍ଲାର ଢ଼େକିଆଜୁଲି ଠାରେ ଦୁଇଟି ଡାକ୍ତରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ଏଥିସହିତ ରାଜ୍ୟରେ ରାଜ୍ୟ ରାଜପଥ ଏବଂ ପ୍ରମୁଖ ଜିଲ୍ଲା ସଡ଼କ ଭିତ୍ତିଭୂମିର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ‘ଆସୋମ ମାଲା’ ଯୋଜନାର ଶୁଭାରମ୍ଭ କରିବେ। ନିରନ୍ତର ଭାବେ କ୍ଷେତ୍ରୀୟ ତଥ୍ୟ ସଂଗ୍ରହ ଜରିଆରେ ପ୍ରଭାବୀ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବାରୋପ କରିବା ସହିତ ଏହାକୁ ସଡ଼କ ସମ୍ପତ୍ତି ପରିଚାଳନା ବ୍ୟବସ୍ଥା ସହିତ ଯୋଡ଼ା ଯାଇଥିବାରୁ ଏହି କାର‌୍ୟ୍ୟକ୍ରମ ଅତ୍ୟନ୍ତ ଅଭିନବ ହୋଇପାରିଛି।

‘ଆସୋମ ମାଲା’ ଜାତୀୟ ରାଜପଥ ଏବଂ ଗ୍ରାମୀଣ ସଡ଼କଗୁଡ଼ିକୁ ପରସ୍ପର ସହ ଯୋଡ଼ିବା ଲାଗି ଗୁଣବତ୍ତାପୂର୍ଣ୍ଣ ଆନ୍ତଃସଂଯୋଗ ବ୍ୟବସ୍ଥା ଯୋଗାଇ ଦେବ। ଏହା ମଧ୍ୟ ବାଧାମୁକ୍ତ ବହୁମୁଖୀ ପରିବହନ ବ୍ୟବସ୍ଥା ଯୋଗାଇ ଦେବାରେ ସହାୟକ ହେବ। ଏହା ମଧ୍ୟ ଆର୍ଥିକ ଅଭିବୃଦ୍ଧି କେନ୍ଦ୍ରଗୁଡ଼ିକୁ ପରିବହନ କରିଡର ସହିତ ଯୋଡ଼ିବାରେ ଏକ ଆନ୍ତଃସଂଯୋଗ ବ୍ୟବସ୍ଥା ପ୍ରତିଷ୍ଠା କରିବ ଏବଂ ଆନ୍ତଃରାଜ୍ୟ ସଡ଼କ ଯୋଗାଯୋଗରେ ସୁଧାର ଆଣିବ।

ପ୍ରଧାନମନ୍ତ୍ରୀ ମଧ୍ୟ ଦୁଇଟି ମେଡ଼ିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଦୁଇଟି ପ୍ରକଳ୍ପ ୧୧୦୦ କୋଟି ଟଙ୍କା ବିନିୟମରେ ବିଶ୍ବନାଥ ଏବଂ ଚାରାଇଦେଓ ଠାରେ ପ୍ରତିଷ୍ଠା କରାଯିବ। ୫୦୦ ଶଯ୍ୟା ବିଶିଷ୍ଟ ପ୍ରତ୍ୟେକ ହସ୍ପିଟାଲରେ ୧୦୦ ଏମବିବିଏସ ସିଟ୍ ରହିବ।

ମେଡ଼ିକାଲ କଲେଜ ଓ ହସ୍ପିଟାଲଗୁଡ଼ିକର ସଂଖ୍ୟା ବୃଦ୍ଧି ଫଳରେ ରାଜ୍ୟରେ କେବଳ ଡାକ୍ତରମାନଙ୍କ ଅଭାବ ଦୂର କରାଯାଇପାରିବ ନାହିଁ ବରଂ ସମ୍ପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳରେ ଆସାମକୁ ଗମ୍ଭୀର ରୋଗ ଚିକିତ୍ସା ଏବଂ ଡାକ୍ତରୀ ଶିକ୍ଷାର କେନ୍ଦ୍ରରେ ପରିଣତ କରିପାରିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆସାମରେ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ‘ଆସୋମ ମାଲା’ ଯୋଜନା, ଜାଣନ୍ତୁ କଣ ଏହା