Categories
ଆଞ୍ଚଳିକ

ପ୍ରାଥମିକ ଶିକ୍ଷକ ସଙ୍ଘର ଗଣଧାରଣା: ବାଣପୁର ବ୍ଲକର ସମସ୍ତ ବିଦ୍ୟାଳୟରେ ପଡିଲା ତାଲା

ବାଣପୁର (ସୀତାରାମ ଅଗ୍ରୱାଲ): ବିଭିନ୍ନ ଦାବୀ ପୂରଣ ନିମିତ୍ତ ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ଗତ ଆଠ ତାରିଖରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଚାଲୁଅଛି। ତେବେ ସରକାର ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିବେଦନ କରିବା ସହ ଶିକ୍ଷକ ମାନଙ୍କୁ ବର୍ଷକୁ ୨୨୦ ଦିନ ଶିକ୍ଷାଦାନ ନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି। ଏବଂ ଧାରଣା ପାଇଁ ଶିକ୍ଷକ ମାନେ ଛୁଟି ନେଇ ନଥିବା ମଧ୍ୟ ସରକାର ପ୍ରକାଶ କରିଛନ୍ତି। କିନ୍ତୁ ସରକାରଙ୍କ ଚେତାବନୀ ପରେ କୌଣସି ପ୍ରଭାବ ଶିକ୍ଷକ ମାନଙ୍କ ଉପରେ ପଡି ନଥିବା ବେଳେ ଶିକ୍ଷକ ଆହୁରୀ ତାତିଛନ୍ତି।

ବାଣପୁରରେ ୫୦ ପ୍ରତିଶତ ଶିକ୍ଷକ ଧାରଣା ସ୍ଥଳକୁ ଆସୁଥିବାବେଳେ ଆଜି ସମସ୍ତ ଶିକ୍ଷକ ଧାରଣାରେ ଯୋଗ ଦେଇଥିବା ଜଣାଯାଇଛି। ସେପଟେ ବାଣପୁର ବ୍ଲକ ଅଧୀନରେ ଥିବା ୧୧୯ ଟି ପ୍ରାଥମିକ ସ୍କୁଲ ଏବଂ ୮ ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ତାଲା ପଡିଛି। ପାଠ ପଢ଼ା ସମ୍ପୂର୍ଣ୍ଣ ଭାବରେ ଠପ ହୋଇଥିବା ଶିକ୍ଷା ଅଧକାରୀ ସନାତନ ଜାଲି ପ୍ରକାଶ କରିଛନ୍ତି।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଶିକ୍ଷାଦାନ ପାଉ ନଥିବାରୁ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ଏବଂ ଧାରଣାରୁ ଓହରି ଯିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ଶିକ୍ଷକ ମାନେ ସେମାନଙ୍କ ଜିଦରେ ଅଟଳ ଥିବା ମଧ୍ୟ ଶ୍ରୀଯୁକ୍ତ ଜାଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୧୫ରୁ ସାମୁହିକ ଛୁଟିରେ ଯିବେ ଶିକ୍ଷକ

ରଣପୁର: ଦାବି ପୂରଣ ନ ହେଲେ ସାମୁହିକ ଛୁଟିରେ ଯିବେ ଏନ.ପି.ଏସ. ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ। ପ୍ରାଥମିକ ବିଦ୍ୟାଳୟରେ ଠିକା ନିଯୁକ୍ତି ଉଚ୍ଛେଦ ସହ ସେମାନଙ୍କୁ ତୁରନ୍ତ ନିୟମିତ କରିବା, ସମସ୍ତ ଏନ.ପି.ଏସ.ଶିକ୍ଷକ ଶିକ୍ଷୟତ୍ରୀଙ୍କ ୬ ବର୍ଷ ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା, ୬ଟି ଇନକ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ପ୍ରଦାନ ଆଦି ଦାବି ଉପସ୍ଥାପନା କରାଯାଇଛି।

ଆସନ୍ତା ୧୪ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଏନ.ପି.ଏସ. ଶିକ୍ଷକ ସଙ୍ଘ ରାଜ୍ୟ ସଙ୍ଘ ଡାକରାରେ ସାମୁହିକ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଛି। ଏ ନେଇ ଆଜି ରଣପୁର ଏନ.ପି.ଏସ. ଶିକ୍ଷକ ସଙ୍ଘର ସଭାପତି ଅନିଲ କୁମାର ପାଇକରାୟ ଓ ସମ୍ପାଦକ ଜ୍ୟୋତି ରଞ୍ଜନ କରଙ୍କ ନେତୃତ୍ୱରେ ସମସ୍ତ ସଂଘୀୟ କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟତ୍ରୀମାନେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରଣପୁର ଶିକ୍ଷା ଅଧିକାରୀ ବନଲତା ବେହେରାଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।