Categories
ଆଜିର ଖବର ମନୋରଂଜନ ସିନେମା

ଗ୍ଲାମର ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବାର୍ଥ ଡେ’ରେ ଶୁଭେଚ୍ଛାର ସୁଅ

ମୁମ୍ବାଇ, ଆଜିର ବାର୍ଥ ଡେ ଗାର୍ଲ ପ୍ରିୟଙ୍କା ଚୋପ୍ରା। ବଲିଉଡର ଗ୍ଲାମର ଗାର୍ଲ ପ୍ରିୟଙ୍କା ଆଜି 38ରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବଲିଉଡରୁ ସୋସିଆଲ ମିଡିଆ ସବୁଠି ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ତାଙ୍କ ସହିତ ଫିଲମ “ଏତରାଜ”ରେ କାମ କରିଥିବା କରିନା କପୁର “କଫି ଉଇଥ୍ କରନ”ଙ୍କ ସେଟ୍ ରୁ ଏକ ଫଟୋ ପୋଷ୍ଟ କରି ତାଙ୍କ ସହଅଭିନେତ୍ରୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ସେ ଫଟୋ କ୍ୟାପସନରେ ଲେଖିଛନ୍ତି, ସାରା ବିଶ୍ବରୁ ମିଳୁଛି ଶୁଭେଚ୍ଛା, ଆପଣଙ୍କ ପ୍ରେରଣା ସବୁଦିନ ରହିଥାଉ।

5 times Priyanka Chopra picked a stunning sari to make a statement | VOGUE  India

ଅନୁଷ୍କା ଶର୍ମା ହ୍ୟାପି ବାର୍ଥ ଡେ ଜଣାଇବା ସହ ତାଙ୍କୁ ଜଣେ ଦୃଢମନା, ଲଢୁଆ ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ଭାବେ ବର୍ଣ୍ଣନା କରିଛନ୍ତି। ଏଥିସହିତ “ଦିଲ୍ ଧଡକନ ଦୋ”ର ଏକ ଫଟୋ ପୋଷ୍ଟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୋନମ କପୁର, ରାକୁଲ ପ୍ରୀତ ସିଂହ, ମନିଷ ପଲ୍ ପ୍ରମୁଖ ପ୍ରିୟଙ୍କାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି।

Priyanka Chopra thanks in-laws for taking her as daughter

ପ୍ରିୟଙ୍କା ଏବେ ତାଙ୍କ ସ୍ବାମୀ ନିକ୍ ଜୋନାସଙ୍କ ସହ ଆମେରିକାର ଲସ୍ ଆଞ୍ଜେଲସରେ ରହୁଛନ୍ତି।

Categories
ଫଟୋ ଖବର

“ଦ ସ୍କାଏ ଇଜ୍ ପିଙ୍କ୍” ଚଳଚିତ୍ର ପ୍ରମୋଶନ ପାଇଁ ଅହମ୍ମଦବାଦରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା

Bollywood actress Priyanka Chopra gestures as she poses for photographs during the promotion of the upcoming biographical Hindi film The sky is pink’ in Ahmedabad on Sunday