Categories
ଆଜିର ଖବର ରାଜ୍ୟ ଖବର

ଆଜି ଘୋଷଣା ହେବ ନୂଆ ଗାଇଡଲାଇନ: ଅପରାହ୍ନ ୩ ଟା ୩୦ରେ ଏସଆରସି କରିବେ ପ୍ରେସ୍ ମିଟ୍

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାର ନୂଆ ଗାଇଡଲାଇନ ଘୋଷଣା ହୋଇପାରେ। ଆସନ୍ତାକାଲି ସକାଳ ୬ ଟାରେ ଆଂଶିକ ଲକଡାଉନ ଅବଧି ଶେଷ ହେଉଥିବା ବେଳେ ଆଜି ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିପାରନ୍ତି। ଅପରାହ୍ନ ୩ଟା ୩୦ ମିନିଟରେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିପାରନ୍ତି।

ତେବେ ଅଗଷ୍ଟ ପ୍ରଥମ ପହିଲାରୁ କୋଭିଡ ମୁକାବିଲା ରଣନୀତି କ’ଣ ରହିବ ତା’ଉପରେ ସମସ୍ତଙ୍କ ନଜର ରହିଛି। ବର୍ତ୍ତମାନର କରୋନା ସ୍ଥିତି, ସଂକ୍ରମଣ ହାର, ଟିକାକରଣ ଓ କୋଭିଡ କଟକଣାକୁ ମାନଦଣ୍ଡ ଭାବରେ ବିଚାର କରି ସରକାର ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଥିବା ସୂଚନା ରହିଛି। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ସଂକ୍ରମଣ ଆଶାମୁତାବକ ହ୍ରାସ ପାଇନି। ତେଣୁ ଏହି ଦୁଇ ଜିଲ୍ଲା ପାଇଁ ବିଶେଷକରି କିଭଳି କଟକଣା ଲାଗୁହେବ, ତାହା ଦେଖିବା ବାକି ରହିଛି।