Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର ସିନେମା

ପୁଣି ଦର୍ଶକଙ୍କ ଜାନ୍ ହେଲା ‘କିସି କା ଭାଇ କିସି କି ଜାନ’

ଭୁବନେଶ୍ଵର: ରିଲିଜ୍ ହେଲା ଭାଇଜାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ। ଫାଷ୍ଟ ଡେ ଫାଷ୍ଟ ସୋ ଦେଖିବା ପାଇଁ ଶ୍ରୀୟା, ସ୍ଵାତି ଓ ସ୍ତୁତି ସିନେ କମ୍ପ୍ଲେକ୍ସରେରେ ନାହି ନଥିବା ଭିଡ। ଭାଇଜାନଙ୍କ ଫଟୋକୁ କେକ ଖୁଆଇ ହଲ୍ ରେ ନାଚିଲେ ସଲ୍ଲୁ ଭାଇଙ୍କ ଫ୍ୟାନ। ଫିଲ୍ମ ଆରମ୍ଭରୁ ହଲରେ ହର୍ଷ ଉଲ୍ଲାସର ଭିଡ଼ ଦେଖିବାକୁ ମିଳିଥିଲା। ଭାଇଜାନଙ୍କ ଏଣ୍ଟ୍ରି ରୁ ହିଁ ତାଳି ଓ ହୁଇସଲ ଆରମ୍ଭ ହୋଇ, ସରିଥିଲା ଫିଲ୍ମର ଦି ଏଣ୍ଡରେ।

ଏଥର ଇଦରେ ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ରେ ରୋମାଣ୍ଟିକ ଓ ଆକ୍ସନ ଅବତାର ଦେଖିବାକୁ ମିଳିଛନ୍ତି ଲୋକପ୍ରିୟ ଓ ଯଂଗ୍ ମାସଙ୍କ ଭାଇ, ସଲମାନ ଖାନ। ଇଦରେ କେବଳ ମୁସଲମାନ ସମ୍ପ୍ରଦାୟ ନୁହେଁ ପୁରା ଓଡ଼ିଶା ଅନେଇକି ବସିଥିଲା ଏହି ଫିଲ୍ମ ପାଇଁ। ଜଣେ ଦର୍ଶକ କହିଥିଲେ ଯେ ସେ ବହୁ ଆଗରୁ ଟିକେଟ ବୁକିଂ କରିଥିଲେ ଫାଷ୍ଟ ଡେ ଫାଷ୍ଟ ସୋ ଦେଖିବା ପାଇଁ କାରଣ ସେ ସଲମାନ ଖାନଙ୍କ ଜଣେ ବହୁତ ବଡ ଫ୍ୟାନ। ସେ ସବୁବେଳେ ସଲ୍ଲୁ ଭାଇଙ୍କ ଫିଲ୍ମ ଫାଷ୍ଟ ଡେ ଫାଷ୍ଟ ସୋ ରେ ହିଁ ଦେଖନ୍ତି।

ଇଦ୍‌ରେ ସଲମାନଙ୍କ ଫିଲ୍ମ ରିଲିଜ୍ ହେବାର ଧାରା ଦୀର୍ଘ ଦିନ ଧରି ରହିଆସିଥିବା ବେଳେ ସଲମାନଙ୍କ ଫିଲ୍ମ ‘ୱାଣ୍ଟେଡ୍’, ‘ବଡିଗାର୍ଡ’, ‘ସୁଲତାନ’, ‘ଦବଙ୍ଗ’ ଏବଂ ‘ବଜରଙ୍ଗୀ ଭାଇଜାନ୍’ ମଧ୍ୟ ଇଦ୍‌ରେ ରିଲିଜ୍‌ ହୋଇଥିଲା ଆଉ ବକ୍ସ ଅଫିସ୍‌ରେ ହଙ୍ଗାମା କରିଥିଲା। ଆଉ କିଛି ଫ୍ଲପ୍ ମଧ୍ୟ ହୋଇଥିଲା।