Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଫୋନ୍ ପେ’ରେ ଆଉ ମାଗଣା ନୁହେଁ ମୋବାଇଲ୍ ରିଚାର୍ଜ, ଏଣିକି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଶୁଳ୍କ

ନୂଆଦିଲ୍ଲୀ: ଯଦି ଆପଣ ଫୋନ୍ ପେ’ ବ୍ୟବହାର କରନ୍ତି, ତେବେ ଏହି ସୂଚନା ଆପଣଙ୍କ ଟେନସନକୁ ବଢାଇପାରେ। ବାସ୍ତବରେ ମୋବାଇଲ୍ ବିଲ୍ ପାଇଁ ଫୋନ୍ ପେ’ ଚାର୍ଜିଂ ଫି କରିବା ଆରମ୍ଭ କରିଛି। ଫୋନ୍ ପେ କହିଛି ଯେ, ଏହା ଏକ ପରୀକ୍ଷଣ ଭାବରେ ଆରମ୍ଭ ହୋଇଛି।

ଏହାର ସମସ୍ତ ପ୍ରତିଦ୍ୱନ୍ଦ୍ୱୀ ମୋବାଇଲ୍ ବିଲ୍ ପେମେଣ୍ଟ ଚାର୍ଜ କରିବା ଆରମ୍ଭ କରିବା ପରେ ୱାଲମାର୍ଟ ମାଲିକାନା ଫୋନ୍ ପେ’ ମଧ୍ୟ ଏହି ଧାରାକୁ ଅନୁସରଣ କରିଛି। ବର୍ତ୍ତମାନ ପାଇଁ ପ୍ରୋସେସିଂ ଫି କେବଳ ମୋବାଇଲ୍ ରିଚାର୍ଜରେ ପ୍ରଯୁଜ୍ୟ ଏବଂ ଏହା ମଧ୍ୟ ୫୦ ଟଙ୍କାରୁ ଅଧିକ କାରବାର ପାଇଁ ପ୍ରଯୁଜ୍ୟ। ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଏହା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।

କେତେ ଲାଗିବ ଶୁଳ୍କ:

୫୦ ଟଙ୍କାରୁ କମ୍ ମୂଲ୍ୟର ଯେକୌଣସି ମୋବାଇଲ୍ ରିଚାର୍ଜ ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ। ୫୦ ରୁ ୧୦୦ ଟଙ୍କା ମଧ୍ୟରେ ରିଚାର୍ଜ ପାଇଁ ୧ ଟଙ୍କା ଶୁଳ୍କ ଲାଗିବ। ୧୦୦ ଟଙ୍କାରୁ ଅଧିକ ସମସ୍ତ ମୋବାଇଲ୍ ରିଚାର୍ଜଗୁଡିକ ପାଇଁ ୨ ଟଙ୍କା ଶୁଳ୍କ ଲାଗିବା।

ତେବେ ଏହି ସମଗ୍ର ପ୍ରସଙ୍ଗରେ ଫୋନ୍ ପେ କହିଛି ଯେ, ଆମେ କେବଳ ଏକମାତ୍ର କମ୍ପାନୀ ଫି’ ନେଉନାହୁଁ। ବିଲ୍ ପେମେଣ୍ଟ ଉପରେ ଅଳ୍ପ ଫି’ ଆଦାୟ କରିବା ବର୍ତ୍ତମାନ ଏକ ମାନକ ଶିଳ୍ପ ଅଭ୍ୟାସରେ ପରିଣତ ହୋଇଛି ଏବଂ ଅନ୍ୟ ବିଲର୍ ୱେବସାଇଟ୍ ଏବଂ ପେମେଣ୍ଟ ପ୍ଲାଟଫର୍ମ ଦ୍ୱାରା ମଧ୍ୟ ଏହା କରାଯାଇଥାଏ। ଆମେ କେବଳ ଏକ କ୍ରେଡିଟ କାର୍ଡ ଦେୟ ଉପରେ ଏକ ପ୍ରକ୍ରିୟାକରଣ ଶୁଳ୍କ ଚାର୍ଜ କରୁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆସନ୍ତା ଏକ ବର୍ଷରେ ଭାରତର 2 କୋଟି ଛୋଟ ବ୍ୟବସାୟୀଙ୍କ ନିକଟରେ ପହଞ୍ଚିବ ‘ଫୋନ୍ ପେ’

ନୂଆଦିଲ୍ଲୀ, ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଫୋନପେ ସୋମବାର ଏକ ବଡ ଘୋଷଣା କରିଛି। ତାହା ହେଉଛି ଆସନ୍ତା ଏକ ବର୍ଷ ମଧ୍ୟରେ ଭାରତରେ 2.5 କୋଟିରୁ ଅଧିକ ଛୋଟ ବ୍ୟବସାୟୀଙ୍କ ପାଇଁ ଡିଜିଟାଲ ପେମେଣ୍ଟ ସକ୍ଷମ କରିବାରେ ସମର୍ଥ ହେବ ଫୋନ ପେ।

ଏକ ବିବୃତ୍ତିରେ କମ୍ପାନୀ କହିଛି ଯେ ଖୁବ ଶିଘ୍ର ‘ଫୋନ୍ ପେ ଫର୍ ବିଜନେସ୍’ ଆପ ବିକଶିତ କରାଯିବ। ସେଥିରେ ତୁରନ୍ତ ଦେୟ ନିଶ୍ଚିତକରଣ, ରସିଦ ସହିତ ପେମେଣ୍ଟ ପ୍ରକ୍ରିୟାର ଏଣ୍ଡ-ଟୁ-ଏଣ୍ଡ ନିୟନ୍ତ୍ରଣ ପ୍ରଦାନ କରିବ।  ଆସନ୍ତା ବର୍ଷେ ମଧ୍ୟରେ 5,500ଟି ଛୋଟ ସହରରେ ପହଞ୍ଚିବାକୁ ଯୋଜନା କରିଛି ଯାହା ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ 10,000 ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ।

“ଡିଜିଟାଲ୍ ପେମେଣ୍ଟ୍ର ଦ୍ରୁତ ଅନୁପ୍ରବେଶ ସତ୍ବେ ସମଗ୍ର ଭାରତରେ ନଗଦ ପେମେଣ୍ଟ ଉପରେ ଲୋକେ ନିର୍ଭର କରନ୍ତି। ମାଲିକଙ୍କ ପାଖରେ ସ୍ମାର୍ଟଫୋନ୍, ଡାଟା ଏବଂ ନୂତନ ବୈଷୟିକ ଜ୍ଞାନ ଗ୍ରହଣ କରିବାର ଇଚ୍ଛା ରହିଛି। ହେଲେ ସେମାନଙ୍କର ସେବା ସହିତ ମେଳ ଖାଉଥିବା କୈଣସି ସେବା ନାହିଁ। ଏକାଧିକ ଅଫର୍ ସହିତ ଫୋନ୍ ପେ ଏହି ବ୍ୟବଧାନକୁ ଦୂର କରିବାକୁ ପ୍ରସ୍ତୁତ ବୋଲି ଏହି ବିବୃତ୍ତିରେ କୁହାଯାଇଛି।