Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵର ନକଲି ମୃଦ୍ୟୁ ପାନୀୟ ଘଟଣା: ଗିରଫ ହେଲେ ଫ୍ୟାକ୍ଟ୍ରି ମାଲିକ

ଭୁବନେଶ୍ବର: ଗତକାଲି ଭୁବନେଶ୍ବରରେ ଏକ ଫ୍ୟାକ୍ଟ୍ରିରେ ନକଲି ମୃଦ୍ୟୁ ପାନୀୟ ପ୍ରସ୍ତୁତ କରାଯାଉଥିଲା। ଏନେଇ ଗତକାଲି ସେହି ଫ୍ୟାକ୍ଟ୍ରି ଉପରେ ଚଢାଉ କରାଯାଇଥିଲା ଏବଂ ଫ୍ୟାକ୍ଟ୍ରିକୁ ସିଲ କରାଯାଇଥିଲା। ତେବେ ଫ୍ୟାକ୍ଟ୍ରି ମାଲିକଙ୍କୁ ଆଜି ଗିରଫ କରାଯାଇଛି। ଫ୍ୟାକ୍ଟ୍ରି ମାଲିକ ଶ୍ରୀପତ୍ତି ରଞ୍ଜନ ବେହେରାଙ୍କୁ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ ନକଲି ମୃଦ୍ୟୁ ପାନୀୟ ପ୍ରସ୍ତୁତ କରାଯାଉଥିଲା। ପୁଲିସର ନାକ ତଳେ ଏବଂ ସମସ୍ତଙ୍କ ଆଖି ସାମ୍ନାରେ ହେଉଥିଲା ଦୁଇ ନମ୍ବରି କାରବାର। ଚାରି ପାଞ୍ଚ ପ୍ରକାରର ମୃଦୁ ପାନୀୟ, ଜୁସ୍ ଏବଂ ମସାଲା ଡ୍ରିଙ୍କସ ପ୍ରସ୍ତୁତ କରାଯାଉଥିଲା। ହେଲେ କେଉଁ ଉତ୍ପାଦ କେତେ ପରିମାଣରେ ମିଶାଯିବ ଏବଂ ଶରୀର ଉପରେ ତାର କଣ ପ୍ରଭାବ ରହିବ, ତାର ଯାଂଚ ପାଇଁ ଏଠାରେ ନା ଲାବ୍ରୋଟାରୀ ଥିଲା ନା ଟେକ୍ନିସିଆନ୍ ଥିଲେ। ବଜାରରେ ବିକ୍ରି ହେଉଥିବା ବଡ ବଡ ବ୍ରାଣ୍ଡ ଭଳି ସମାନ ବୋତଲରେ ନକଲି ଲେବୁଲ ଲଗାଇ ଅପମିଶ୍ରିତ ମୃଦୁ ପାନୀୟ ତିଆରି ହେଉଥିଲା। ଏହାପରେ ଗାଁ ଗହଳିରେ ବିକ୍ରି ପାଇଁ ବେଶ୍ ଆରାମରେ ପଠାଇ ଦିଆଯାଉଥିଲା। ଏନେଇ ସୂଚନା ପାଇ ପୋଲିସ ନକଲି ଫ୍ୟାକ୍ଟ୍ରି ଉପରେ ଚଢାଉ କରି ସିଲ କରିଥିଲା।