Categories
ଆଜିର ଖବର ରାଜ୍ୟ ଖବର

ବଂଶଧାରା ନଦୀରେ ଅଜଣା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ବଂଶଧାରା ନଦୀରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସୁଚନା ଥାଉକି ମୃତବ୍ୟକ୍ତି ଜଣକ ଛୋଟା ଓ ଆଶାବାଡି ଧରି ଗୁଣପୁର ସହରରେ ବୁଲୁଥିବା ଜାଣିବାକୁ ମିଳିଛି। କେଉଁ କାରଣରୁ ନଦୀ ପାଣିରେ ବୁଡି ତା’ର ମୃତ ଘଟିଛି, ତାହା ଜଣାପଡ଼ିନାହିଁ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।