Categories
ଆଜିର ଖବର ଜାତୀୟ ଖବର

ବଙ୍ଗଳା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ରାମ ନବମୀରେ ହିଂସା ଘଟଣାର ଯାଞ୍ଚ କରିବ ଏନଆଇଏ

ନୂଆଦିଲ୍ଲୀ: ଚଳିତ ବର୍ଷ ପଶ୍ଚିମବଙ୍ଗରେ ରାମ ନବମୀ ଶୋଭାଯାତ୍ରା ସମୟରେ ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ଠାରୁ ମମତା ସରକାରଙ୍କୁ ଏକ ବଡ ଝଟକା ଲାଗିଛି। କଲିକତା ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ) କୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟରେ କଲିକତା ହାଇକୋର୍ଟଙ୍କ ଏହି ଆଦେଶକୁ ରାଜ୍ୟ ସରକାର ଚ୍ୟାଲେଞ୍ଜ କରିଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ଆବେଦନ ଉପରେ ବିଚାର କରିବାକୁ କୋର୍ଟ ମନା କରି ଦେଇଛନ୍ତି।