Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରା ଚାଲାଣ ବେଳେ ପୁଣି ଏକ ବଜ୍ରକାପ୍ତାକୁ ଉଦ୍ଧାର କଲା ଏସଟିଏଫ, ଦୁଇଜଣ ଅଟକ

ରାୟଗଡା: ଧିରେ ଧିରେ ରାଜ୍ୟରେ ବଜ୍ରକାପ୍ତ ଚୋରା ଚାଲଣ ବଢିବାରେ ଲାଗିଛି। ଏହା ବିଦେଶରେ ବହୁ ମୂଲ୍ୟରେ ବିକ୍ରି ହେଉଥିବାରୁ ଚୋରା ଚାଲଣକାରୀ ସକ୍ରିୟ ହୋଇପଡିଛନ୍ତି। ସେହିପରି ଆଜି ସକଳା ଏସଟିଏଫ ଏକ ଜୀବନ୍ତ ବଜ୍ରକାପ୍ତା ଚୋରା ଚାଲଣ ବେଳେ ଜବତ କରିଛି। ଏହାକୁ ନେଉଥିବା ଦୁଇଜଣ ବ୍ୟକ୍ତିଙ୍କୁ ଏସଟିଏଫ ଅଟକ ରଖିବା ସହିତ ତାଙ୍କ ବିରୋଧରେ ମାମଲା ଋଜୁ କରାଯାଇଛି।

ଘଟଣାରୁ ଜଣାପଡିଛି ଯେ, ଏକ ବିଶେଷ ସୁତ୍ରରୁ ଖବର ପାଇ ଏସଟିଏଫ ରାୟଗଡା ଜିଲ୍ଲା ପଦମପୁର ଥାନା ନିକଟସ୍ଥ ଏନଏଚ 326 ରେ ଛକି ରହିଥିଲେ। ଏହି ସମୟରେ ଦୁଇଜଣଙ୍କ ଗତିବିଧିରେ ସନ୍ଦେହ ହେବାରୁ ସେମାନଙ୍କୁ ଯାଞ୍ଚ କରିଥିଲେ।

ଏହି ସମୟରେ ତାଙ୍କ ପାଖରୁ ଏକ ଜୀବନ୍ତ ବଜ୍ରକାପ୍ତ ମିଳିଥିଲା। ଏ ସଂପର୍କରେ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଏସଟିଏଫ ସେମାନଙ୍କୁ ସ୍ଥାନୀୟ ଥାନା ଜିମା ଦେଇଛନ୍ତି। ଏହି ଦୁଇଜଣ ହେଲେ ଗଜପତି ଜିଲ୍ଲାର 45 ବର୍ଷିୟ ସମଶାନ ରାଇତା ଏବଂ ଆଉ ଜଣେ 28 ବର୍ଷିୟ ରାୟଗଡାର ଆସମିନ ଶବର। ଏ ନେଇ ଅଧିକ ଅନୁସନ୍ଧାନ ଜାରୀ ରହିଛି।