ନୂଆଦିଲ୍ଲୀ: ଆଜି ସକାଳେ ଉତ୍ତାରାଖଣ୍ଡର ରାମନଗରରେଏକ ବଡ ଦୁର୍ଘଟଣା ଘଟିଯାଇଛି।
ପଞ୍ଜାବରୁ ଆସିଥିବା ନଅ ଜଣ ପର୍ଯ୍ୟଟକ ଏଠାରେ ନଦୀରେ ବୁଡି ପ୍ରାଣହରାଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୫.୪୫ ମିନିଟ ସମୟରେ କାର ଯୋଗେ ପଞ୍ଜାବରୁ ନଅ ଜଣ ପର୍ଯ୍ୟଟକ ଉତ୍ତରାଖଣ୍ଡ ଆସିଥିଲେ। ସେମାନେ ଭ୍ରମଣ ସାରି ପଞ୍ଜାବ ଫେରୁଥିବା ବେଳେ ସେମାନଙ୍କ କାରଟି ଢେଲା ନଦୀକୁ ଖସିପଡିଥିଲା। ଫଳରେ ସେମାନଙ୍କ କାରଟି ନଦୀର ପ୍ରବଳ ସ୍ରୋତରେ ଯୋଗୁଁ ଭାସିଯାଇଥିଲା। ଯାହାଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ଚିକିତ୍ସା ପାଇଁ ତାଙ୍କୁ ରାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Tag: ବଡ଼ ଦୁର୍ଘଟଣା
ବ୍ରହ୍ମପୁର: ଗତ ରାତିରେ ଗଞ୍ଜାମ ଜିଲ୍ଲା କଳିଙ୍ଗ ଘାଟିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସେଠାରେ ବସ୍ ଓଲଟି ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହିତ ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପଶ୍ଚିମବଙ୍ଗର ପର୍ଯ୍ୟଟକମାନେ ଦାରିଙ୍ଗବାଡିରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବ୍ରେକ ଫେଲ ଯୋଗୁଁ ଏପରି ଦୁର୍ଘଟଣା ଘଟିଥବା କୁହାଯାଉଛି। ଆହତମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି।
ରାଞ୍ଚି: ଏକ ବଡ଼ ଦୁର୍ଘଟଣାର ଖବର ଝାଡଖଣ୍ଡର ଧାନବାଦରୁ ଆସିଛି। ଧାନବାଦ ନିକଟରେ ଏକ କୋଇଲା ଖଣିରେ ଖନନ ବେଳେ ଭୂସ୍ଖଳନ ହୋଇପଡିଛି। ଝାଡଖଣ୍ଡର ଧାନବାଦରେ ବେଆଇନ କୋଇଲା ଖନନ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଥିରେ ୧୨ ରୁ ଅଧିକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ନୂଆଦିଲ୍ଲୀ: ରାଜସ୍ଥାନର କୋଟାସ୍ଥିତ ଚାମ୍ବଲ ନଦୀ ପାର ହେଉଥିବା ବେଳେ ଆଜି ଗୋଟିଏ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। କାରଟି ଭାରସାମ୍ୟ ହରାଇ ନଦୀକୁ ଖସିପଡିବାରୁ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ କାରରେ ଥିବା ସମସ୍ତ ଲୋକ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଉଥିଲେ।
ଖବର ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୃତକଙ୍କ ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା ଏବଂ କ୍ରେନ ସାହାଯ୍ୟରେ କାରଟିକୁ ବାହାର କରାଯାଇଥିଲା।
ନୂଆଦିଲ୍ଲୀ: ବାଂଲାଦେଶରେ ଏକ ବଡ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହି ଜାହାଜ ଅଗ୍ନିକାଣ୍ଡ ହେତୁ ୩୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ଅଗ୍ନିକାଣ୍ଡରେ ୧୦୦ ରୁ ଅଧିକ ଲୋକ ଜଳି ଯାଇଥିବାର ଖବର ରହିଛି। ଏହି ଘଟଣା ସୁଗନ୍ଧା ନଦୀର ଘଟିଛି, ଯେଉଁଠାରେ ଯାତ୍ରୀବାହି ଜାହାଜଟି ବରଗୁଣା ଆଡକୁ ଯାଉଥିଲା।
ସୂଚନା ଅନୁଯାୟୀ, ଏହି ଯାତ୍ରୀବାହି ଜାହାଜରେ ପ୍ରାୟ ୧୦୦୦ ଲୋକ ଥିଲେ। ଏଥି ସହିତ ବାଂଲାଦେଶର ରାଜଧାନୀ ଢାକା ଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ପୋଲିସ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛି ଯେ, ତିନି ମହଲା ବିଶିଷ୍ଟ ଯାତ୍ରୀବାହି ଜାହାଜ ଓବିଜାନ୍ -୧୦ ନଦୀ ମଝିରେ ନିଆଁଲାଗିଯାଇଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଳି ଯାଇଥିବା ଲୋକଙ୍କ ଅବସ୍ଥା ଗୁରୁତର ହେତୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି।