Categories
ଆଜିର ଖବର ରାଜ୍ୟ ଖବର

କଣ୍ଟେନର୍ ପଛପଟୁ ଧକ୍କା ଦେଲା ବରଯାତ୍ରୀ ବସ୍, ୧୫ ଆହତ, ୩ ଗୁରୁତର

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଚାରମାଳ ଥାନା ଏନଏଚ୫୫ ରାଜରାସ୍ତାରେ ବଚ୍ଚା ବ୍ରିଜ୍ ନିକଟ ଏକ ହମ୍ପ୍ସ ପାରିହେବା ବେଳେ କଣ୍ଟେନର୍ କୁ ପଛରୁ ଧକ୍କା ଦେଲା ବାହାଘର ବରଯାତ୍ରୀ ବସ୍। ଘଟଣା ସ୍ଥଳରେ ୧୨ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ ବୁର୍ଲା ସ୍ଥାନାନ୍ତର ହୋଇଥିବା ଜଣା ପଡିଛି।

ସୂଚନାଯୋଗ୍ୟ ଯେ, ଶିବ୍ ବାବା ନାମକ ଏକ ବସ୍ ଜୁଜୁମୁରାରୁ ବାହାଘର ମଉଳାଭାର ସହ ୪୦ଜଣ ବରଯାତ୍ରୀଙ୍କୁ ଧରି ବୌଦ୍ଧ ସହରକୁ ଯାଉଥିବା ବେଳେ ଚାରମାଳ ଏନ୍ ଏଚ୍ ୫୫ ନଂ ଜାତୀୟ ରାଜପଥର ବଚ୍ଚା ବ୍ରିଜ୍ ନିକଟରେ ହମ୍ପ୍ସ ପାରି ହେଉଥିବା ବେଳେ ଏକ କଣ୍ଟେନର୍ କୁ ପଛପଟୁ ଧକ୍କା ଦେଇଥିଲା। ଯା’ ଫଳରେ କିଛି ଲୋକ ଗୁରୁତର ହୋଇ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଚାରମାଳ ମେଡିକାଲକୁ ଅଣାଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଚାରମାଳ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଏକ ମାମଲା ରୁଜୁ କରିଛି। ଟ୍ରକ୍ ଏଵଂ ବସକୁ ଜବତ କରିଛି।