Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଦେବାଶିଷ ନାୟକ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ବରୀ ବିଧାୟକ ଶ୍ରୀ ଦେବାଶିଷ ନାୟକ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ତାଙ୍କ ସହ ରବିନ୍ଦ୍ର କୁମାର ବାରିକ, ଶିବପ୍ରସାଦ ବେହେରା, ପ୍ରଫୁଲ୍ଲ ସାମଲ, ଦାମୋଦର ସ୍ୱାଇଁ, କାଳନ୍ଦୀ ଲେଙ୍କା, କମଳାକାନ୍ତ ଜେନା, ମାନସ ସାହୁ, ପ୍ରଭାତ ମହାନ୍ତି, ସୁଶିଲ କୁମାର ଜେନା, ପ୍ରଶାନ୍ତ ତ୍ରିପାଠୀ, ମହେଶ୍ୱର ଭ୍ରଦ୍ରା, ନିହାର ରଞ୍ଜନ ସାହୁ, ଆଲୋକ ସେଠୀ, ଗୌତମ ପ୍ରଧାନ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି।

ସେହିପରି ପୂର୍ବତନ ଅତାବିରା ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ନିହାର ରଞ୍ଜନ ମହାନନ୍ଦ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି। ତାଙ୍କ ସହ ବରଗଡ ଜିଲ୍ଲା କଂଗ୍ରେସର ପୂର୍ବତନ ଯୁବ ସଭାପତି ସ୍ୱାଧୀନ ରଥ, ସୌମ୍ୟକାନ୍ତ ଦାଶ, ଯୁବ କଂଗ୍ରେସ ନେତା ଉଦେଶ ପ୍ରଧାନ, ରାମୁ ରେଡ୍ଡି, ଜିତୁ ଭୋଇ, ଉସମାନ ଖାନ୍‌, ତପନ ବାଗ୍‌, କାର୍ତିକ ମହାରଣା, ପୂର୍ବତନ କାଉନସିଲର ବଳରାମ ସାହୁ, ଇରା ବାବୁ, କେ ସନ୍ଦିପ, ରିଙ୍କୁ ମହାନନ୍ଦ, ନଇମିଶ ପତି ପ୍ରମୁଖ ଆନୁଷ୍ଠାନିକଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।

ବିଜୁ ମହିଳା ଜନତା ଦଳର ପୂର୍ବତନ ରାଜ୍ୟ ସାଧାରଣ ସଂପାଦିକା ଶ୍ରୀମତୀ ଜ୍ୟୋସ୍ନାରାଣୀ ଜେନା ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହ ରଶ୍ମୀରଞ୍ଜନ ପରିଡା, ସଲମାନ ଖାନ, କପିଳେଶ୍ୱର ସାହୁ, ଦେବସ୍ମୃତି ସ୍ୱାଇଁ, ସୁବ୍ରତ ଜେନା, ପଂକଜ ସ୍ୱାଇଁ, ଜିତେନ୍ଦ୍ର ସାହୁ, ରତ୍ନାକର ପ୍ରଧାନ, ଓମ୍‌ପ୍ରକାଶ ମଲ୍ଲିକ, ଉତ୍କଳ ମହାପାତ୍ର, ମନୋଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତିଷ୍ଠିତ ଡୁମାଣି ଖବରର ମୁଖ୍ୟ ସଂପାଦକ ଶ୍ରୀ ଅକ୍ଷୟ କୁମାର ପଟ୍ଟନାୟକ, ବିଶିଷ୍ଟ ଆଇନଜୀବି ତଥା ସମାଜସେବୀ ଦୀପକ କୁମାର ସାହୁ, ପିତବାସ ପଣ୍ଡା, ପଦ୍ମଲୋଚନ ନନ୍ଦ, ସୁଶ୍ରୀ ଗାୟତ୍ରୀ ପ୍ରିୟଦର୍ଶୀନି ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଚାଚେଂରୀ ମାଝୀ, ରାଜେନ୍ଦ୍ର ମାଳୀ, ହରିହର କୁମାର, ପିତାମ୍ବର, ପୁଟେଲ, ରବିନ୍ଦ୍ର କୁମାର ପ୍ରଧାନୀ, ହାଡିବନ୍ଧୁ ନାଏକ, ଯଶୋବନ୍ତ ବେହେରା ଏବଂ ବିଜେଡି ନେତା ବିନୋଦ ଗୈାଡ, ଟଙ୍କଧର କାଦମ୍ବଲା ପ୍ରମୁଖ ଆନୁଷ୍ଠାନିକ ବିଜେପିରେ ସାମିଲ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ବାସିନ୍ଦା ତଥା ଅବସରପ୍ରାପ୍ତ ପ୍ରଶାସକ କୁଳମଣି ବିଶ୍ୱାଳ ଆଜି ବିଜେପିରେ ଯୋଗଦାନ କରିଛନ୍ତି।

ବିଜେପିରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ଏହି ଅବସରରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ମନୋଜ ମହାପାତ୍ର, ସୋନାଲୀ ସାହୁ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ, ବରଗଡ ଜିଲ୍ଲା ସଭାପତି ଅଶ୍ୱନି ଷଡଙ୍ଗୀ, ରାଜ୍ୟ କାର୍ଯ୍ୟକାରିନୀ ସଦସ୍ୟ ଡି.ମୁରଲୀକ୍ରିଷ୍ଣା, ଡା.ଅରୁପାନନ୍ଦ ସାହୁ, ଜୟନ୍ତୀ ପଢ଼ିଆରୀ, ଉପାସନା ମହାପାତ୍ର, ରଶ୍ମିରଞ୍ଜନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଦେବାଶିଷ ନାୟକ, କୁଆଡେ ଯିବେ ?

ଭୁବନେଶ୍ବର: ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିର ପୂର୍ବତନ ବିଧାୟକ ଦେବାଶିଷ ନାୟକ। ସେ ଆଜି ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ତେବେ ସେଥିରେ ସେ କୌଣସି କାରଣ ଉଲ୍ଲେଖ କରି ନାହାଁନ୍ତି। ତେବେ ପୂର୍ବରୁ ଦେବାଶିଷ ଦଳ ଛାଡିବେ ବୋଲି ଜଣାପଡିଥିଲା।

ଦେବାଶିଷଙ୍କୁ ଦଳ ପ୍ରାୟ ଏକ ଘରକିଆ କରି ରଖିଛି। ଗତ ନିର୍ବାଚନରେ ବରୀରୁ ଦଳ ଟିକେଟ ଦେଇ ନ ଥିଲା। ହେଲେ ସୁନନ୍ଦା ଦାସ ବିଜେଡିରୁ ଛିଡା ହୋଇ ଜିତିଥିଲେ। ଦଳ ଏଥର ପୁଣି ଥରେ ତାଙ୍କୁ ଟିକେଟ ଦେବାର ସମ୍ଭାବନା ରହିଛି। ତେବେ ଦେବାଶିଷଙ୍କୁ ଦଳ କୌଣସି ସ୍ଥାନରେ ଥଇଥାନ କଲା ନାହିଁ। ଫଳରେ ସେ ଅସନ୍ତୋଷ ହୋଇ ଦଳରୁ ଇସ୍ତଫା ଦେଇଥିବା ଜଣାପଡିଛି।

ତେବେ ସେ ଖୁବ ଶିଘ୍ର ବିଜେପିରେ ମିଶିବେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ରାଜନୀତିକୁ ହଲଚଲ କଲେ ବରୀ ନିର୍ବାଚନ ମଣ୍ଡଳୀର ତିନି ‘ସୁ’-ନେତ୍ରୀ

ଭୁବନେଶ୍ବର:  ଯାଜପୁରର ତିନିଜଣ ନେତ୍ରୀଙ୍କୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚାଲିଛି ବେଶ୍ ଚର୍ଚ୍ଚା। ସେମାନଙ୍କୁ କୁହାଯାଉଛି ବରୀର ସୁ-ନେତ୍ରୀ। ରାଜ୍ୟସଭା ପାଇଁ ବରୀ ଅଞ୍ଚଳର ସୁଲତା ଦେଓ ମନୋନିତ ହେବା ପରେ ଏହି ଚର୍ଚ୍ଚା ଆହୁରୀ ଜୋର ଧରିଛି। କାରଣ ପୂର୍ବରୁ ସେହି ବରୀ ଅଞ୍ଚଳର ସୁଲୋଚନା ଦାସ ଭୁବନେଶ୍ବର ମେୟର ହୋଇ ଚର୍ଚ୍ଚାରେ ଅଛନ୍ତି। ସେହିପରି ବରୀର ବିଧାୟିକା ସୁନନ୍ଦା ଦାସ ପ୍ରଥମ ଥର ବିଧାୟିକା ହୋଇ ପୂର୍ବରୁ ଚର୍ଚ୍ଚାରେ ଥିଲେ।

ଫଳରେ ବର୍ତ୍ତମାନ ବରୀର ଏହି ତିନି ନେତ୍ରୀ ସୁଲତା, ସୁଲୋଚନା ଏବଂ ସୁନନ୍ଦା ବର୍ତ୍ତମାନ ରାଜ୍ୟ ରାଜନୀତିରେ ସୁ-ନେତ୍ରୀ ଭାବେ ପରିଚିତ ହୋଇଛନ୍ତି। ସଂଯୋଗ ବସତଃ ଏହି ତିନି ନେତ୍ରୀଙ୍କ ନାମ ‘ସୁ’ ଅକ୍ଷରରୁ ଆରମ୍ଭ ହୋଇଛି। ଆଉ ସମସ୍ତେ ସେହି ବରୀ ଅଞ୍ଚଳର ନେତ୍ରୀ।

ସୁଲତା ବରୀ ଅଞ୍ଚଳର ଜଣେ ସରପଞ୍ଚ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସରପଞ୍ଚରୁ ଜିଲ୍ଲା ପରିଷଦ, ଜିଲ୍ଲା ସମାଜ କଲ୍ୟାଣ ବୋର୍ଡ ଏବଂ ବର୍ତ୍ତମାନ ସେ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଠା ଅଛନ୍ତି। ବର୍ତ୍ତମାନ ରାଜ୍ୟସଭା ନିର୍ବାଚନ ପାଇଁ ସେ ବିଜେଡି ଦଳର ପ୍ରଥମ ପ୍ରାର୍ଥୀ ହୋଇଛନ୍ତି।

ସେହିପରି ବରୀରର ଅନ୍ୟତମ ନେତ୍ରୀ ସୁଲୋଚନା ଦାସ ଯେତେବେଳେ ବିଜେଡି ମେୟର ପ୍ରାର୍ଥୀ ହେଲେ ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ସେ ଭଲ ଭୋଟ ବ୍ୟବଧାନରେ ଜିତିବା ପରେ ରାଜ୍ୟ ରାଜନୀତିରେ ତାଙ୍କର ମଧ୍ୟ ପ୍ରଭାବ ଆରମ୍ଭ ହୋଇଛି। ପୂର୍ବରୁ ସାମ୍ବାଦିକା ଥିବା ସୁଲୋଚନା କଂଗ୍ରେସରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

ସେହିପରି ସୁନନ୍ଦା ଦାସ ବର୍ତ୍ତମାନ ବରୀ ନିର୍ବାଚନ ମଣ୍ଡଳୀର ବିଧାୟିକା ଅଛନ୍ତି। ସେ ବରୀ ଅଞ୍ଚଳର ଜଣେ ସକ୍ରିୟ ବିଜେଡି କର୍ମୀ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିଧାୟିକା ପୂର୍ବରୁ ସେ ବରି ବ୍ଲକର ଅଧ୍ୟକ୍ଷା ଥିଲେ। ଦେବାଶୀଷ ନାୟକଙ୍କୁ ଟିକେଟ କାଟି ବିଜେଡି ସେତେବେଳେ ସୁନନ୍ଦାଙ୍କୁ ଟିକେଟ ଦେଇଥିଲା। ପ୍ରଥମ ଥର ପାଇଁ ବିଧାନସଭାରେ ଲଢେଇ କରି ସେ ବିଜୟ ଲାଭ କରିଛନ୍ତି।

ଫଳରେ ବର୍ତ୍ତମାନ ବରୀ ନିର୍ବାଚନ ମଣ୍ଡଳୀ ଓଡିଶା ରାଜନୀତିରେ ତିନିଜଣ ସୁ-ନେତ୍ରୀ ଦେବାରେ ସକ୍ଷମ ହୋଇପାରିଛି। ଏମାନେ ନିଜନିଜ କ୍ଷେତ୍ରରେ ବେଶ ଦବଦବା ରଖି କାର୍ଯ୍ୟ କରିବା ସହିତ ରାଜ୍ୟ ରାଜନିତୀଙ୍କୁ ବେଶ ହଲଚଲ କରୁଛନ୍ତି।