Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ବର୍ଷା ଯୋଗୁଁ ବାତିଲ ହେଲା ଦ୍ଵିତୀୟ ଦିନିକିଆ, ନ୍ୟୁଜିଲାଣ୍ଡ ୧-୦ ରେ ସିରିଜ ଅଗ୍ରଣୀ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ହାମିଲଟନରେ ଖେଳାଯାଇଥିଲା। କିନ୍ତୁ ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାଧାପ୍ରାପ୍ତ ହେଲା ଏବଂ ଏହାକୁ ବାତିଲ କରାଗଲା। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୧୨.୫ ଓଭରରେ ୮୯ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ବ୍ୟାଟିଂ କରୁଥିଲେ। କିନ୍ତୁ ବର୍ଷା ତାଙ୍କ ଭଲ ଇନିଂସକୁ ନଷ୍ଟ କରିଦେଲା।

ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ଏହି ମ୍ୟାଚ୍ ପାଇଁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ ପାଇଁ ଭାରତୀୟ ଦଳକୁ ନିମନ୍ତ୍ରଣ କରାଯାଇଥିଲା। ମ୍ୟାଚ୍ ବନ୍ଦ ହେବା ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ୧୨.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ୮୯ ରନ୍ ସଂଗ୍ରହ କରିଥିଲା। ଶିଖର ଧାୱନ ଏବଂ ଶୁଭମାନ ଗିଲ ଭାରତ ପାଇଁ ଓପନିଂ କରିବାକୁ ଆସିଥିଲେ। ୩ ରନ୍ ସ୍କୋର କରିବା ପରେ ଧାୱନ ଆଉଟ୍ ହୋଇଥିଲେ। କିନ୍ତୁ ଶୁବମାନ ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ସେ ୪୨ ଟି ବଲ ସମ୍ମୁଖୀନ ହୋଇ ଅପରାଜିତ ୪୫ ରନ୍ କରିଥିଲେ। ଶୁବମାନ ମଧ୍ୟ ୪ ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସୂର୍ଯ୍ୟକୁମାର ଦ୍ରୁତ ବ୍ୟାଟିଂ କରୁଥିଲେ। କିନ୍ତୁ ବର୍ଷା ଏହାକୁ ନଷ୍ଟ କରିଦେଲା। ସୂର୍ଯ୍ୟ ୨୫ ବଲର ସମ୍ମୁଖୀନ ହୋଇଥିଲେ ଏବଂ ଅପରାଜିତ ୩୪ ରନ୍ କରିଥିଲେ। ତାଙ୍କ ଇନିଂସରେ ୩ ଟି ଛକା ଓ ୨ଟି ଚୌକା ସାମିଲ ଥିଲା।