Categories
ଆଜିର ଖବର ରାଜ୍ୟ ଖବର

ବସ୍ତି ଆଇନ ସଂଶୋଧନକୁ ସ୍ୱାଗତ କଲା ଓଡ଼ିଶା ବସ୍ତି ସଂଘର୍ଷ ସମିତି

ଭୁବନେଶ୍ୱର: ବିଧାନସଭାରେ ବସ୍ତି ଆଇନ୍ ୨୦୦୩ ସଂଶୋଧନକୁ ସ୍ୱାଗତ କରିଛନ୍ତି ଓଡ଼ିଶା ବିସ୍ତି ସଂଘର୍ଷ ସମିତିର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ। ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ, ଦୀର୍ଘବର୍ଷ ହେବ ବସ୍ତିବାସିନ୍ଦାମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଥିଲା। କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଗତକାଲି ବିଧାନସଭାରେ ବସ୍ତି ଆଇନ୍ ସଂଶୋଧନ କରିଥିବାରୁ ଶ୍ରୀଯୁକ୍ତ ସାହୁ ଉଭୟଙ୍କୁ ଧନ୍ୟବାନ ଜ୍ଞାପନ କରିଛନ୍ତି।

ଏହି ସଂଶୋଧନ ଆଇନ୍‌ରେ ଏନ୍‌ଏସିରେ ଓ ମୁନିସିପାଲିଟିରେ ଥିବା ବସ୍ତିବାସିନ୍ଦାମାନଙ୍କୁ ଜାଗା ଯୋଗାଇ ଦିଆଯିବ ବୋଲି ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ସରକାର ୫ଟି ମହାନଗର ନିଗମ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ ୩୦ ବର୍ଗମିଟର ଜାଗା ଯୋଗାଇ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଘର ଯୋଗାଇ ଦେବେ ବୋଲି ମାନ୍ୟବର ମନ୍ତ୍ରୀ ଘୋଷଣା କରିଛନ୍ତି।

ଏତଦ୍‌ବ୍ୟତୀତ ସରକାରଙ୍କ ନିର୍ଦ୍ଧାରିତ ପୂର୍ବରୁ ଯିଏ ଘର ତିଆରି ଶେଷ କରିବ, ସେମାନଙ୍କୁ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଏହି ଆଇନରେ ପାରିତ ହୋଇଥିବାରୁ ବସ୍ତିବାସିନ୍ଦାମାନେ ଖୁସିବ୍ୟକ୍ତ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଓଡ଼ିଶା ବସ୍ତି ସଂଘର୍ଷ ସମିତିର ଦୀର୍ଘବର୍ଷ ଲଢେଇର ଏହା ସଫଳତା। ଏତ୍‌ଦ୍ୱାରା ଶ୍ରୀଯୁକ୍ତ ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ପାଖରେ ବସ୍ତି ୱେଲଫେୟାର ବୋର୍ଡ଼ ଗଠନ କରାଯାଉ ବୋଲି ଦାବି କରିଛନ୍ତି।