Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବାଘମାରୀରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ତିନି ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅଞ୍ଚଳରୁ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ପୋଲିସ ଜବତ କରିଛି। ସୂଚନା ମୁତାବକ ବାଘମାରି ଥାନା ଅନ୍ତର୍ଗତ ଭୋଗଡା ଗ୍ରାମ ଶିବ ମନ୍ଦିର ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବାର ଖବର ଏସପି ସିଦ୍ଧାର୍ଥ କାଟାରିଆ ପାଇଥିଲେ। ସଙ୍ଗେସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ସୁଶୀଲ ମିଶ୍ରଙ୍କ ତତ୍ୱାବଧାନରେ ବାଘମାରି ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଏବଂ ଇନ୍ସପେକ୍ଟର ରଶ୍ମିରଞ୍ଜନଙ୍କ ଦାସଙ୍କ ମିଳିତ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଆଜି ଅପରାହ୍ନରେ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ପୋଲିସ ୧୨.୧୫ ଗ୍ରାମ ବ୍ରାଉନ ସୁଗାର, ଗୋଟିଏ ନମ୍ବର ପ୍ଲେଟ ବିହୀନ ବାଇକ, ଦୁଇ ଗୋଟି ମୋବାଇଲ ଫୋନ ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବାଘମାରି ଥାନା ତୁଳସୀପୁର ଗ୍ରାମର ବଳରାମ ସାହୁ (୫୦) ଓ ହିତୁ ପ୍ରଧାନ (୩୦) ଏବଂ କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳର ସୁରେନ୍ଦ୍ର ଦଳାଇ (୩୮)। ଜବତ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ଏକ ଲକ୍ଷ କୋଡିଏ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି।

ଏହି ପରିପ୍ରେକ୍ଷୀରେ ବାଘମାରି ଥାନା ପୋଲିସ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୧୦୩/୨୨ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଛି। ଉକ୍ତ ଚଢ଼ାଉରେ ଏଏସଆଇ ରମାକାନ୍ତ ପୁହାଣ ଏବଂ ସ୍ୱତନ୍ତ୍ର ସ୍କ୍ୱାର୍ଡର ପୋଲିସ କର୍ମଚାରୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବାଘମାରୀରୁ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବର୍ତ୍ତମାନ ବ୍ରାଉନ ସୁଗାର ହବ ପାଲଟିଥିବା ବେଳେ ଆଜି ବାଘମାରି ଅଞ୍ଚଳରୁ ବ୍ରାଉନ ସୁଗାର ଜବତ କରିଛି ପୋଲିସ। ସୂଚନା ମୁତାବକ ବାଘମାରି ଥାନା ପୋଡ଼ାଡିହ ମା’ ମଙ୍ଗଳା ମନ୍ଦିର ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବାର କୌଣସି ବିଶେଷ ସୂତ୍ରରୁ ଏସପି ସିଦ୍ଧାର୍ଥ କାଟାରିଆ ଜାଣିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଏସପିଙ୍କ ନିର୍ଦେଶକ୍ରମେ ଏବଂ ଏସଡିପିଓ ସୁଶୀଲ ମିଶ୍ରଙ୍କ ତତ୍ୱାବଧାନରେ ଆଇଆଇସି ପ୍ରଜ୍ଞା ରିତାମ୍ଭରା କର ସ୍ୱତନ୍ତ୍ର ସ୍କ୍ୱାର୍ଡର ସହଯୋଗରେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ପୋଡ଼ାଡିହ ଗ୍ରାମର ନବକିଶୋର ସାହୁଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ୬.୧୮ ଗ୍ରାମ ବ୍ରାଉନ ସୁଗାର, ଗୋଟାଏ ବାଇକ, ଦୁଇ ଗୋଟି ମୋବାଇଲ ଫୋନ ଏବଂ ନକଦ ୧୨୪୦ ଟଙ୍କା ଜବତ କରିଛି।

ଏ ସଂକ୍ରାନ୍ତରେ ବାଘମାରି ଥାନାରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୮୪/୨୨ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି।

ଉକ୍ତ ଚଢ଼ାଉରେ ଏସଆଇ ବ୍ରହ୍ମାନନ୍ଦ ସ୍ୱାଇଁ, ଏଏସଆଇ ରମାକାନ୍ତ ପୁହାଣ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡର କର୍ମଚାରୀ ମାନେ ସାମିଲ ଥିଲେ।