Categories
ଆଜିର ଖବର ଜାତୀୟ ଖବର

ମଥୁରାର ବାଙ୍କେ ବିହାରୀ ମନ୍ଦିର ନିକଟରେ ବଡ ଦୁର୍ଘଟଣା, କୋଠାର ବାଲକୋନି ଖସି ୫ ମୃତ

ନୂଆଦିଲ୍ଲୀ: ଆଜି ମଥୁରାର ବାଙ୍କେ ବିହାରୀ ମନ୍ଦିର ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଦୁସାୟତ ଅଞ୍ଚଳରେ ଥିବା ତିନି ମହଲା ପୁରୁଣା ବିଲ୍ଡିଂର ବାଲକୋନି ଖସିଯିବା କାରଣରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ ପୁଲକିତ ଖେରେ ପାଞ୍ଚ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଶ୍ରୀମନ୍ଦିର ଶାୟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ବର୍ଷା ହେତୁ ତିନି ମହଲା କୋଠାର ବାଲକୋନି ଖସିପଡିଛି।