Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଗୋଦାବରୀଶ ଜୁନିଅର କଲେଜରେ ସିଟ ବୃଦ୍ଧି ପାଇଁ ଦାବୀ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ଗୋଦାବରୀଶ ଜୁନିଅର କଲେଜରେ ଯୁକ୍ତ ଦୁଇ ସିଟ ବୃଦ୍ଧି ପାଇଁ ବିଭିନ୍ନ ମହଲରେ ଦାବୀ କରାଯାଇଛି। ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଶତକଡା ୯୭ ଭାଗ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିଲେ। ପାସ କରିଥିବା ଛାତ୍ରଛାତ୍ରୀଙ୍କ ତୁଳନାରେ କଲେଜରେ ଥିବା ସିଟ ସଂଖ୍ୟା କମ ଥିବାରୁ ସ୍ଥାନୀୟ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଥାଉକି ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ବାଣପୁର ବ୍ଲକର ସମୁଦାୟ ୧୭୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୭୪୦ ଜଣ ଉତୀର୍ଣ୍ଣ ହୋଇଥିବା ବେଳେ ଶତକଡା ୯୮ ଭାଗ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିଲେ। ରାଜ୍ୟରେ ପାସ ହାରକୁ ଦେଖି ଶିକ୍ଷାମନ୍ତ୍ରୀ ଆବଶ୍ୟକ ସ୍ଥଳେ କଲେଜ ଗୁଡିକରେ ଦ୍ଵାଦଶ ଶ୍ରେଣୀ ସିଟ ସଂଖ୍ୟା ବୃଦ୍ଧି କରିବାପାଇଁ ପ୍ରତିଶୃତି ଦେଇଥିଲେ। ପ୍ରକାଶ ଥାଉକି ସାମୁହିକ ସ୍ତରରେ ବାଣପୁର ଗୋଦାବରୀଶ ଜୁନିଅର ମହାବିଦ୍ୟାଳୟରେ ଶତକଡା ୫୬ ନମ୍ବର କଟଅଫ ମାର୍କ ଚଳିତ ବର୍ଷ ରହିଥିବା ଅଧ୍ୟକ୍ଷ ବିନାୟକ ହୋତା ପ୍ରକାଶ କରିଛନ୍ତି।

ସମୁଦାୟ ୩୨୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ସିଟ ଉପଲବ୍ଧ ଥିବା ଜଣାଯାଇଛି। ସେଥିରେ ଅନ୍ୟ ଅଞ୍ଚଳର ଛାତ୍ରଛାତ୍ରୀ ମଧ୍ୟ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି। ଯାହାଫଳରେ ବାଣପୁର ଅଞ୍ଚଳର ବହୁ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ସ୍ଥାନୀୟ କଲେଜରେ ନାମ ଲେଖାଇବାରୁ ବଞ୍ଚିତ ହୋଇଥିବା ଜଣାଯାଇଛି। ସେମାନଙ୍କ ପାଖରେ ସମ୍ବଳ ଅଭାବରୁ ଅଧିକ ମୂଲ୍ୟ ଦେଇ ବେସରକାରି କଲେଜରେ ନାମ ଲେଖାଇ ପାରିନାହାନ୍ତି। ତେଣୁ ଅଭିଭାବକ ମାନେ ବାଣପୁର ଅଞ୍ଚଳରେ ଥିବା କଲେଜ ଗୁଡିକରେ ସିଟସଂଖ୍ୟା ବୃଦ୍ଧି କରିବାକୁ ସରକାରଙ୍କ ପାଖରେ ଗଣମାଧ୍ୟମ ଜରିଆରେ ଦୃଢ଼ ଦାବୀ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ସରକାରଙ୍କ ତରଫରୁ ସିଟ ବୃଦ୍ଧି ନେଇ କୌଣସି ସୂଚନା କଲେଜ କର୍ତ୍ତୃପକ୍ଷଙ୍କ ନିକଟକୁ ଆସିନଥିବା ଅଧ୍ୟକ୍ଷ ଶ୍ରୀ ହୋତା ପ୍ରକାଶ କରିଛନ୍ତି। କିନ୍ତୁ ସରକାର ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତକୁ ଆଖି ଆଗରେ ରଖି ଯଦି ଆଗାମୀ ଦିନରେ ସିଟ ସଂଖ୍ୟା ବୃଦ୍ଧି ନ କରନ୍ତି ତେବେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର କଲେଜ ପୁରାତନ ଛାତ୍ରସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ରସଂଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଉକ୍ତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଛି। ସେଥିପାଇଁ ଅଧ୍ୟକ୍ଷ ବିନାୟକ ହୋତାଙ୍କ ପ୍ରୟାସ ଓ ପୁରାତନ ଛାତ୍ର ସଙ୍ଘର ସଭାପତି ଡା. ଦେବେନ୍ଦ୍ର ନାଥ ମାନସିଂହଙ୍କ ଆବାହକତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ପୁରାତନ ଛାତ୍ରସଂଘର ସଭାପତିଙ୍କ ସମେତ, ଉପସଭାପତି ତଥା ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମ୍ପାଦକ ପ୍ରାଧ୍ୟାପକ ଲଷ୍ମୀ ପ୍ରସାଦ ମିଶ୍ର, ପୁରାତନ ଛାତ୍ର ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଅବସରପ୍ରାପ୍ତ ଆଇଏଫଏସ ଆଶୁତୋଷ ସାମନ୍ତ ସିଂହାର ଏବଂ ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚାରଣ ପ୍ରଧାନ ଆଦି ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ।

1963 ମସିହାରୁ 2023 ମସିହା ପର୍ଯ୍ୟନ୍ତ ଏଠାରେ ଅଧ୍ୟୟନ କରିଥିବା ବହୁ ଉଚ୍ଚ ପଦ ପଦବୀରେ ପ୍ରତିଷ୍ଠିତ ହୋଇଥିବା ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଅତିଥିମାନେ କଲେଜକୁ ଏକ ଉନ୍ନତ ମାନର କଲେଜରେ ପରିଣତ କରିବାକୁ ହେଲେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଅବଦାନ ରହିବା ଦରକାର ବୋଲି କହିଥିଲେ। ଆଗାମୀ ଦିନରେ ଉକ୍ତ କଲେଜକୁ ନାକ୍ ଟିମ ପରିଦର୍ଶନ, ସରକାରୀ ମାନ୍ୟତା, ଅଟୋନୋମସ ମାନ୍ୟତା ଆଦି ମିଳିବା ଦିଗରେ ପୁରାତନ ଛାତ୍ରସଙ୍ଘ କାର୍ଯ୍ୟ କରିବା ଦିଗରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ।

ବହୁ ପୁରାତନ ଛାତ୍ରଛାତ୍ରୀ ମୋ’ କଲେଜ ଅଭିଯାନରେ ସାମିଲ ହୋଇ ମହାବିଦ୍ୟାଳୟକୁ ଆର୍ଥିକ ଅନୁଦାନ ଦେବାକୁ ସମ୍ମତି ପ୍ରକାଶ କରିଥିଲେ। ତେବେ ଶିକ୍ଷାନୁଷ୍ଠାନ ତାହାର ହୀରକ ଜୟନ୍ତୀ ପାଳନ କରୁଥିବା ଏବଂ ଏଠାରେ ବହୁ ଛାତ୍ର ଅଧ୍ୟୟନ କରି ମନ୍ତ୍ରୀ, ବିଧାୟକ ଓ ସାଂସଦ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କଲେଜକୁ ସରକାରୀ ଓ ଅଟୋନମସ ମାନ୍ୟତା ନ ମିଳିବା ଦ୍ୱାରା ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଅଧିକ ଶୁଳ୍କ ଦେଇ ପାଠ ପଢିବାକୁ ନେଇ ବହୁ ପୁରାତନ ଛାତ୍ର କ୍ଷୋଭ ପ୍ରକାଶ କରିଥିଲେ।

ପରିଶେଷରେ କମିଟି ଯୁଗ୍ମ ସମ୍ପାଦକ ମହେଶ୍ୱର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଭୁବନେଶ୍ବରରେ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଅନୁଷ୍ଠିତ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଅବସ୍ଥିତ ସର୍ବପୁରାତନ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଏହି କଲେଜରୁ ପାଠପଢା ସାରି ବର୍ତ୍ତମାନ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କୁ ଏକଠା କରି ସେହି ପୁରୁଣା ସ୍ମୃତିକୁ ଉଦଜୀବିତ କରିବା ପାଇଁ କରାଯାଇଥିଲା ଏହି ପ୍ରୟାସ।

କଲେଜର ପୁରାତନ ଛାତ୍ର ଲକ୍ଷ୍ମୀଧର ପ୍ରଧାନଙ୍କ ଏହି ପ୍ରୟାସରେ ଭୁବନେଶ୍ବରରେ ପ୍ରାୟ 50 ଜଣ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ। ଏହି ଉପଲକ୍ଷେ ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ବର୍ତ୍ତମାନ ରାଜ୍ୟ ସରକାର ଆରମ୍ଭ କରିଥିବା ମୋ କଲେଜ ଅଭିଯାନରେ ସମସ୍ତେ ସାମିଲ ହେବା ପାଇଁ ନିଷ୍ପତି କରିଥିଲେ।