Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର କଲେଜ ପୁରାତନ ଛାତ୍ରସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
ଆଞ୍ଚଳିକ

ବାଣପୁର କଲେଜ ପୁରାତନ ଛାତ୍ରସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

April 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର କଲେଜର ପୁରାତନ ଛାତ୍ରସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ରସଂଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଉକ୍ତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଛି। ସେଥିପାଇଁ ଅଧ୍ୟକ୍ଷ ବିନାୟକ ହୋତାଙ୍କ ପ୍ରୟାସ ଓ ପୁରାତନ ଛାତ୍ର ସଙ୍ଘର ସଭାପତି ଡା. ଦେବେନ୍ଦ୍ର ନାଥ ମାନସିଂହଙ୍କ ଆବାହକତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ପୁରାତନ ଛାତ୍ରସଂଘର ସଭାପତିଙ୍କ ସମେତ, ଉପସଭାପତି ତଥା ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମ୍ପାଦକ ପ୍ରାଧ୍ୟାପକ ଲଷ୍ମୀ ପ୍ରସାଦ ମିଶ୍ର, ପୁରାତନ ଛାତ୍ର ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଅବସରପ୍ରାପ୍ତ ଆଇଏଫଏସ ଆଶୁତୋଷ ସାମନ୍ତ ସିଂହାର ଏବଂ ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚାରଣ ପ୍ରଧାନ ଆଦି ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ।

1963 ମସିହାରୁ 2023 ମସିହା ପର୍ଯ୍ୟନ୍ତ ଏଠାରେ ଅଧ୍ୟୟନ କରିଥିବା ବହୁ ଉଚ୍ଚ ପଦ ପଦବୀରେ ପ୍ରତିଷ୍ଠିତ ହୋଇଥିବା ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଅତିଥିମାନେ କଲେଜକୁ ଏକ ଉନ୍ନତ ମାନର କଲେଜରେ ପରିଣତ କରିବାକୁ ହେଲେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଅବଦାନ ରହିବା ଦରକାର ବୋଲି କହିଥିଲେ। ଆଗାମୀ ଦିନରେ ଉକ୍ତ କଲେଜକୁ ନାକ୍ ଟିମ ପରିଦର୍ଶନ, ସରକାରୀ ମାନ୍ୟତା, ଅଟୋନୋମସ ମାନ୍ୟତା ଆଦି ମିଳିବା ଦିଗରେ ପୁରାତନ ଛାତ୍ରସଙ୍ଘ କାର୍ଯ୍ୟ କରିବା ଦିଗରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ।

ବହୁ ପୁରାତନ ଛାତ୍ରଛାତ୍ରୀ ମୋ’ କଲେଜ ଅଭିଯାନରେ ସାମିଲ ହୋଇ ମହାବିଦ୍ୟାଳୟକୁ ଆର୍ଥିକ ଅନୁଦାନ ଦେବାକୁ ସମ୍ମତି ପ୍ରକାଶ କରିଥିଲେ। ତେବେ ଶିକ୍ଷାନୁଷ୍ଠାନ ତାହାର ହୀରକ ଜୟନ୍ତୀ ପାଳନ କରୁଥିବା ଏବଂ ଏଠାରେ ବହୁ ଛାତ୍ର ଅଧ୍ୟୟନ କରି ମନ୍ତ୍ରୀ, ବିଧାୟକ ଓ ସାଂସଦ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କଲେଜକୁ ସରକାରୀ ଓ ଅଟୋନମସ ମାନ୍ୟତା ନ ମିଳିବା ଦ୍ୱାରା ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଅଧିକ ଶୁଳ୍କ ଦେଇ ପାଠ ପଢିବାକୁ ନେଇ ବହୁ ପୁରାତନ ଛାତ୍ର କ୍ଷୋଭ ପ୍ରକାଶ କରିଥିଲେ।

ପରିଶେଷରେ କମିଟି ଯୁଗ୍ମ ସମ୍ପାଦକ ମହେଶ୍ୱର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ଗୋଦାବରୀଶ ମହାବିଦ୍ୟାଳୟ ବାଣପୁର ବାଣପୁର କଲେଜ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସାଇବର ସୁରକ୍ଷା ଅଭିଯାନ

August 13, 2026

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ଭଗବତୀ ମନ୍ଦିରର ଉନ୍ନତିକରଣ ଉପରେ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 11, 2026
Latest News

‘ହର ଘର ତିରଙ୍ଗା’ ଅଭିଯାନ: ନିଜ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ଅମିତ ଶାହ

August 14, 2026

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

August 14, 2026

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026

କଟକ ଦୁଷ୍କର୍ମ ମାମଲା: ୫ ଗିରଫ, ଅନ୍ୟ ଜଣେ ଫେରାର

August 14, 2026

ଅଗଷ୍ଟ ୧୪ ତାରିଖ ଶୁକ୍ରବାରରେ ସାତଟି ରାଶିର ଭାଗ୍ୟରେ ଦେଖାଦେବ ବଡ ପରିବର୍ତ୍ତନ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.