Categories
ଆଜିର ଖବର ରାଜ୍ୟ ଖବର

ଜଣେ କର୍ମଚାରୀ କୋଭିଡ଼ ପଜିଟିଭ ଚିହ୍ନଟ ହେବାରୁ ୨୪ ଘଣ୍ଟା ପାଇଁ ବନ୍ଦ ହେଲା ବାଣପୁର ଷ୍ଟେଟ ବ୍ୟାଙ୍କ

ସୀତାରାମ ଅଗ୍ରୱାଲ 

ବାଣପୁର, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଷ୍ଟେଟ ବ୍ୟାଙ୍କର ଜଣେ ମହିଳା କର୍ମଚାରୀ କୋଭିଡ ପଜିଟିଭ ବାହାରିବାରୁ ବ୍ୟାଙ୍କକୁ ଆଜି ବନ୍ଦ ରଖାଯାଇଅଛି। ସୂଚନା ମୁତାବକ ଗତ ଦୁଇ ଦିନ ତଳେ ସମ୍ପୃକ୍ତ କର୍ମଚାରୀ ଅସୁସ୍ଥତା ଅନୁଭବ କରିବାରୁ କୋଭିଡ଼ ଆଣ୍ଟିଜେନ ଟେଷ୍ଟ କରାଇଥିଲେ। ତେବେ ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ଏ ବିଷୟ ନେଇ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଭୁବନେଶ୍ୱରସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର‌୍ୟ୍ୟାଳୟକୁ ଜଣାଇଥିଲେ।

ସେମାନଙ୍କ ପରାମର୍ଶ ଅନୁଯାୟୀ ଆଜି ବ୍ୟାଙ୍କକୁ ସର୍ବସାଧାରଣ ନିମନ୍ତେ ବନ୍ଦ ରଖାଯାଇଛି। ଏନଏସି ଦ୍ୱାରା ଆଜି ବ୍ୟାଙ୍କକୁ ସାନିଟାଇଜ କରାଯାଇଛି। ତେବେ ଆଜି ବାଣପୁର ଷ୍ଟେଟ ବ୍ୟାଙ୍କର ପ୍ରବନ୍ଧକଙ୍କ ସହ ସମୁଦାୟ ୧୨ ଜଣ କର୍ମଚାରୀ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାବ ଦେଇଥିବାର ସୂଚନା ଦେଇଛନ୍ତି ବ୍ୟାଙ୍କ ପ୍ରବନ୍ଧକ ବିନୋଦ ବିଷୋୟୀ। ତେବେ ବ୍ୟାଙ୍କ ଆସନ୍ତା ସୋମବାର ଦିନ ଖୋଲିବ ବୋଲି କୁହାଯାଇଛି।