ଜୟପୁର: ଜୟପୁର ସ୍ଥିତ ଅତିରିକ୍ତ ଜିଲା କୋର୍ଟ ରେ ହତ୍ୟା ମାମଲାର ଶୁଣାଣି ହୋଇଛି। ଅତିରିକ୍ତ ଜିଲ୍ଲା ବିଚାରପତି ରାଜେଶ କୁମାର ନାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ୨ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ମାମଲା ବିବରଣୀରୁ ପ୍ରକାଶ ଯେ, ବୋରିଗୁମ୍ମା ଥାନା ଅନ୍ତର୍ଗତ ବଡନାୟକ ଗୁଡା ଗ୍ରାମରେ ରହୁଥିବା ବାପା ମଦନ ସାନ୍ତାକୁ ଗତ ୨୦୧୪ ମେ ୨୪ ତାରିଖରେ ଅଭିଯୁକ୍ତ ପୁଅ ଅର୍ଜୁନ ସାନ୍ତା ଓ ସାଙ୍ଗ ଭୁବନ ସାନ୍ତା ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ବୋରିଗୁମ୍ମା ଥାନା ଅନ୍ତର୍ଗତ ବଡ ନାୟକ ଗୁଡା ବାପା ମଦନ ସାନ୍ତାକୁ ଟାଙ୍ଗିଆରେ ମୁଣ୍ଡ ଓ ବେକକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ରାସ୍ତା ମଝିରେ ହତ୍ୟା କରିଥିବା ବିଷୟ ମା ତାରା ସାନ୍ତା ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୋଲିସ ୨ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ୧୭ ଜଣ ସାକ୍ଷ୍ୟ ପ୍ରଦାନ କରିଥିବା ବେଳେ ପ୍ରମାଣ ଅଭାବରୁ କୋର୍ଟ ୨ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଅଭିଯୁକ୍ତ ତରଫରୁ ଆଇନଜୀବି ଅଞ୍ଜନା ସିଂ ମାମଲା ଲଢୁଥିଲେ।