Categories
ଆଜିର ଖବର ରାଜ୍ୟ ଖବର

ପୁଅର ବାହାଘର ପ୍ରସ୍ତୁତି ବେଳେ ବାପାର ଆତ୍ମହତ୍ୟା

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କାନସୁକା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଖଦାଳ ମହାରଣା ନାମକ ଜଣେ ବ୍ୟକ୍ତି ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି।

ସୁଚନା ଅନୁଯାୟୀ, ଗତକାଲି ଖଦାଳର ପୁଅ ବୁଲୁ ମହାରଣାର ବାହାଘର କାର୍ଯ୍ୟକ୍ରମ। ନିଷ୍ପତ୍ତି ଅନୁଯାୟୀ ସବୁ ପ୍ରସ୍ତୁତି ଚାଲିଥିଲା। କିନ୍ତୁ ଉକ୍ତ ବାହାଘରକୁ ନେଇ ଖଦାଳ ସନ୍ତୁଷ୍ଟ ନଥିଲେ। ଯ’ଦ୍ଵାରା ବୁଲୁର ମାମୁଁ କର୍ତ୍ତା ହୋଇ ବାହା କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ମ୍ରିୟମାଣ ହୋଇ ଖଦା ଆଗ ଦିନ ରାତିରେ ଏହି ଭଳି ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା ଜଣାପଡିଛି।

ଏହି ଘଟଣା ପରେ ବୁଲୁ ବାହାଘର କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିଲା। ଘଟଣା ପ୍ରଘଟ ହେବା ପରେ ଗାଁ ଚାଞ୍ଚଲ୍ୟ ଖେଳିବା ସହ ବାଲିପଦର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।