Categories
ଆଜିର ଖବର ଜାତୀୟ ଖବର

ଜ୍ଞାନବାପି ମାମଲାରେ ମୁସଲିମ ପକ୍ଷକୁ ବଡ ଝଟକା, ASI ସର୍ଭେକୁ ଅନୁମୋଦନ କଲେ ବାରାଣାସୀ କୋର୍ଟ

ନୂଆଦିଲ୍ଲୀ: ଜ୍ଞାନବାପି ସର୍ଭେ ସପକ୍ଷରେ ବାରାଣାସୀ କୋର୍ଟ ରାୟ ଦେଇଛନ୍ତି। ବିବାଦୀୟ ଅଂଶ ବ୍ୟତୀତ ASI ସର୍ଭେକୁ କୋର୍ଟ ଅନୁମୋଦନ କରିଛନ୍ତି, ସମଗ୍ର କ୍ୟାମ୍ପସର ASI ସର୍ଭେକୁ ଅନୁମୋଦନ କରାଯାଇଛି। ଜ୍ଞାନବାପି ମସଜିଦ ମାମଲାରେ ହିନ୍ଦୁ ଦଳର ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ, କୋର୍ଟ ଏଏସଆଇ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୋର ଆବେଦନ ଗ୍ରହଣ କରାଯାଇଛି। ASI ଏହି ସର୍ଭେ ରିପୋର୍ଟକୁ ଜିଲ୍ଲା ଜଜଙ୍କୁ ଅଗଷ୍ଟ ୪ ତାରିଖରେ ପ୍ରଦାନ କରିବ।