Categories
Municipal Election ଆଜିର ଖବର ରାଜ୍ୟ ଖବର

ବିଏମସିର ଡେପୁଟି ମେୟର ହେବେ ଆଉ ଜଣେ ମହିଳା, ଜାଣନ୍ତୁ ସେ କିଏ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ଡେପୁଟି ମେୟର ହେବେ ଆଉ ଜଣେ ମହିଳା। ମେୟର ଜଣେ ମହିଳା ହୋଇଥିବା ବେଳେ ଡେପୁଟି ମେୟର ଜଣେ ପୁରୁଷ ହେବେ ବୋଲି ଆଶା କରାଯାଉଥିଲା। ହେଲେ ବିଜେଡି ସେ ସବୁ କଳ୍ପନା ଜଳ୍ପନାକୁ ପଛରେ ପକାଇ ପୁଣି ଜଣେ ମହିଳାଙ୍କୁ ଡେପୁଟି ମେୟର ପାଇଁ ପ୍ରାର୍ଥୀ କରିଛି। ସେ ହେଉଛନ୍ତି ୨୨ ନଂ ୱାର୍ଡର କର୍ପୋରେଟର ମଞ୍ଜୁଲତା କଅଁର।

ମଞ୍ଜୁଲତା ସର୍ବାଧିକ ୪ ହଜାରରୁ ଉର୍ଦ୍ଧ ଭୋଟରେ ଜିତିଛନ୍ତି। ଅନ୍ୟପକ୍ଷରେ ସେ ହେଉଛନ୍ତି ଜଣେ ଆଦିବାସୀ। ପ୍ରଥମ ଥର ପାଇଁ କର୍ପୋରେଟର ହୋଇଥିବା ମଞ୍ଜୁଲତା ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ପାସ୍‌ କରିଛନ୍ତି ।

ଆଜି ଅପରାହ୍ନରେ ଭୋଟ ଗ୍ରହଣ ହେବ। ଯେଉଁଥିରେ ବିଜେଡି ପ୍ରାର୍ଥୀ ଜିତିବାର ସଂଖ୍ୟା ଥିବାରୁ ସେ ହି ଡେପୁଟି ମେୟର ହେବେ ବୋଲି ସ୍ପଷ୍ଟ ହୋଇଛି। ଯଦି ଆଉ କେହି ନାମାଙ୍କନ ଦାଖଲ ନ କଲେ ତେବେ ତାଙ୍କୁ ଡେପୁଟି ମେୟର ବୋଲି ଘୋଷଣା କରାଯିବ।