Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆସନ୍ତା ୬ ତାରିଖରୁ ସମ୍ମୁଖ କରୋନା ଯୋଦ୍ଧାଙ୍କୁ କରୋନା ଟିକା: ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ଦିଆଯିବ ନିଯୁକ୍ତି

ଭୁବନେଶ୍ବର: ଆସନ୍ତା ୬ ତାରିଖରୁ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକାକରଣରେ ସାମିଲ କରାଯିବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ ପକ୍ଷରୁ ସୂଚନା ମିଳିଛି। ଏସିଏସଙ୍କ ପକ୍ଷରୁ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ବ୍ୟବସ୍ଥା କରିବା ଲାଗି ସମସ୍ତ ଜିଲ୍ଲାପାଳମାଙ୍କୁ ଚିଠି କରାଯାଇଛି

ମେଡ଼ିକାଲ ଛଡା ବିକଳ୍ପ ଟିକାଦାନ କେନ୍ଦ୍ର ଚୟନ କରିବାକୁ ନିର୍ଦ୍ଦେଶ ହୋଇଛି। ସମ୍ମୁଖ ଯୋଦ୍ଧାମାନଙ୍କ କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ନିର୍ଦ୍ଦେଶ ହୋଇଛି। ଏହି ଟିକାକରଣ ପ୍ରକ୍ରିୟାରେ ସ୍ଵାସ୍ଥ୍ୟକର୍ମୀଙ୍କ ବ୍ୟତୀତ ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ଦେବା ପାଇଁ ପରାମର୍ଶ ଦିଆଯାଇଛି। ସେଥିପାଇଁ ଟିକା ଅପଚୟ ନହେବା ଦିଗରେ ସେମାନଙ୍କୁ ଆଗୁ ଟ୍ରେନିଂ ଦେବାକୁ ପରାମର୍ଶ ଦିଆଯାଇଛି। ଅସ୍ଥାୟୀ ଟୀକା କର୍ମୀଙ୍କୁ ଦୈନିକ ୫ ଶହ ଟଙ୍କା ଭତ୍ତା ଦେବା ପାଇଁ ଚିଠିରେ ନିର୍ଦ୍ଦେଶ ଅଛି।