Categories
ଆଜିର ଖବର ରାଜ୍ୟ ଖବର

ବିଜୁ ପଟ୍ଟନାୟକ ପାର୍କ ପୋଖରୀରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ଭିତରେ ଥିବା ପୋଖରୀରୁ ଦୁଇ ଭାଇ ରଙ୍ଗା ଆଚାରୀ ଓ ଜନାର୍ଦ୍ଦନ ଆଚାରୀଙ୍କ ମୃତଦେହକୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନବିନ୍ ତଦନ୍ତ ଆରମ୍ଭ କରିଛି।

ଆଜି ସକାଳୁ ପାର୍କ କର୍ମଚାରୀଙ୍କ ପକ୍ଷରୁ ଉକ୍ତ ପୋଖରୀରେ ଦୁଇ ଜଣ ବ୍ୟକ୍ତିଙ୍କର ଶବ ଭାସୁଥିବା ଖବର ମିଳିବା ପରେ ଟାଉନ ଥାନା ପୋଲିସ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଅଗ୍ନିଶମ ବିଭାଗ ଶବ ଉଦ୍ଧାର କରିବା ପରେ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅପରପକ୍ଷରେ ମୃତ ରଙ୍ଗା ଆଚାରୀଙ୍କ ପୁତ୍ର ଘଟଣାସ୍ଥଳରେ ପହଞ୍ଚି ବାପା ଓ ଦାଦାଙ୍କ ଶବକୁ ଚିହ୍ନଟ କରିଛନ୍ତି ଓ ବାପା ଓ ଦାଦା ମଦ ପିଇ ସବୁ ଦିନେ ଘରେ ଗଣ୍ଡଗୋଳ କରିବା ସହ ଅଶାନ୍ତି କରୁଥିଲେ। ଗତକାଲି ସନ୍ଧ୍ୟାରୁ ଉକ୍ତ ଦୁଇ ଭାଇ ଘରୁ ଆସି ଆଉ ଘରକୁ ଫେରି ନଥିଲେ। ସାଙ୍ଗ ଠାରୁ ଖବର ପାଇ ମୁଁ ଆସି ବାପା ଓ ଦାଦାକୁ ଚିହ୍ନଟ କରିଲି ବୋଲି ବୟାନ ଦେଇଛନ୍ତି।