Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମେଣ୍ଟକୁ ନେଇ ବାଉଳା ହେଲେଣି ମନମୋହନ ସାମଲ, ପୁଣି ଦିଲ୍ଲୀ ଡକରା, କଥା ବଦଳାଇଲେ

ଭୁବନେଶ୍ବର: ବର୍ତ୍ତମାନ ମେଣ୍ଟକୁ ନେଇ ବିଜେପି ସଭାପତି ମନମୋହନ ସାମଲ ପ୍ରବଳ ଚାପରେ ରହିଛନ୍ତି। ସେ ଏହି ମେଣ୍ଟ ସଂପର୍କରେ କଣ କେତେବେଳେ କହୁଛନ୍ତି ତାହା ଜାଣିପାରୁ ନାହାଁନ୍ତି। ଆଜି ସକାଳେ ମନମୋହନ ଦିଲ୍ଲୀରୁ ଭୁବନେଶ୍ବରରେ ପହଞ୍ଚିଥିଲେ। କିଛି ଘଣ୍ଟା ପରେ ପୁଣି ତାଙ୍କୁ ଦିଲ୍ଲୀ ଡକରା ଆସିଲାଣି। ଫଳରେ ଏହି ମେଣ୍ଟ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି।

ସକାଳେ ମନମୋହନ ସାମଲ କହିଲେ ଯେ, ଓଡିଶାରେ ବିଜେପି ଏକକାକୀ ସରକାର ଗଠନ କରିବ। କାହା ସହିତ ମେଣ୍ଟ କରିବ ନାହିଁ। ବାରମ୍ବାର ମେଣ୍ଟ ସଂପର୍କରେ ପଚରାଯିବା ପରେ ସେ ଏହାର ଉତ୍ତର ଦେବାକୁ ଏଡାଇ ଯାଇଥିଲେ। ସେ ଗୋଟିଏ ଉତ୍ତର ଦେଇଥିଲେ ଯେ, ଓଡିଶାରେ ବିଜେପି ସରକାର କରିବ। ତାହାର ପକ୍ରିୟା ଚାଲିଛି।

ଏତିକି କହି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ସେ ତାଙ୍କ ଟୁଇଟରରେ ଓଡିଶାର ବିଜେପି ସରକାର ଗଠନ କରିବ ବୋଲି ଉଲ୍ଲେଖ କରିଥିଲେ। ଏହାର କିଛି ସମୟ ପରେ ସେ ସେହି ଟୁଇଟକୁ ହଟାଇ ଦେଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସେ କଣ ଦିଲ୍ଲୀ ନେତୃତ୍ୟଙ୍କ ଚାପରେ ଟୁଇଟର ନିଜ ଲେଖା ହଟାଇ ଦେଲେ କି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।

ଏବେ ପୁଣି ତାଙ୍କୁ ଦିଲ୍ଲୀ ଡକରା ଆସିଛି ବୋଲି କୁହାଯାଇଛି। ତା ପୂର୍ବରୁ ସେ ତାଙ୍କର ବୟାନରେ ପରିବର୍ତ୍ତନ କରିଛନ୍ତି। ସେ କହିଛନ୍ତି ଯେ, ମେଣ୍ଟ କଥା ଶୀର୍ଷ ନେତୃତ୍ବ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ। ଆମେ ସେ ସଂପର୍କରେ କିଛି କହିପାରିବୁ ନାହିଁ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ଫଳରେ ମନମୋହନ ସାମଲ ଏହାକୁ ନେଇ ପୁରା ବାଉଳା ହୋଇଗଲେଣି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସକାଳେ ଗୋଟେ କଥା କହୁଥିବା ବେଳେ ମଧ୍ୟାହ୍ନରେ ଆଉ ଏକ କଥା କହୁଛନ୍ତି।

ମନମୋହନଙ୍କ ଗତିବିଧିରୁ ସ୍ପଷ୍ଟ ଜଣାପଡିଛି ଯେ, ବିଜେପିର ଶୀର୍ଷ ନେତୃତ୍ବ ମେଣ୍ଟ କରିବାକୁ ଚାହୁଁଛନ୍ତି ହେଲେ ମନମୋହନ କୁଆଡେ ରାଜି ହେଉ ନାହାଁନ୍ତି। ତେଣୁ ହୁଏତ ଏପରି ପରିସ୍ଥିତିରେ ମନମୋହନଙ୍କ ଉପରେ ଦଳ କିଛି ବଡ ପଦକ୍ଷେପ ନେଇଯାଇପାରେ ବୋଲି ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶା ମେଣ୍ଟକୁ ନେଇ ଦେଶର ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ କଲେ ବଡ ଖୁଲାସା

ଭୁବନେଶ୍ବର: ବିଜେଡି ବିଜେପି ମେଣ୍ଟକୁ ନେଇ କେବଳ ଓଡିଶା କାହିଁକି ସାରା ଦେଶରେ ଚାଲିଛି ଚର୍ଚ୍ଚା। କାରଣ ଲୋକସଭା ନିର୍ବାଚନରେ ଜିତିବା ପାଇଁ କେଉଁ ଦଳ କଣ କରୁଛି ତାହା ଉପରେ ସମସ୍ତଙ୍କର ନଜର। ତେବେ ଓଡିଶାରେ ବିଜେଡି ବିଜେପିକୁ ନେଇ ଜୋରଦାର ଚର୍ଚ୍ଚା ଦିଲ୍ଲୀ ଦରବାରରେ ଚାଲିଛି। ଦେଶର ଖ୍ୟାତନାମା ସାମ୍ବାଦିକମାନେ ଏହାକୁ ନେଇ ବହୁ ଆକଳନ କରିଛନ୍ତି।

ସେହିପରି ଦେଶର ଅନ୍ୟତମ ସାମ୍ବାଦିକ ରାଜଦୀପ ସରଦେଶାଇ ଓଡିଶା ମେଣ୍ଟକୁ ନେଇ ଗତକାଲି ବିଳମ୍ବିତ ରାତିରେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଓଡିଶା ରାଜନୀତିରେ ମଧ୍ୟ ସୃଷ୍ଟି ହୋଇଛି କମ୍ପନ। ଏଥିରେ ରାଜଦୀପ କହିଛନ୍ତି ଯେ, ଓଡିଶାରେ ବିଜେଡି ବିଜେପି ମେଣ୍ଟ ବିଳମ୍ବିତ ରାତିରେ ଚୁଡାନ୍ତ ହେଲା। ଏଥିରେ ଲୋକସଭାରେ ବିଜେଡି 13ଟି ଆସନ ଏବଂ ବିଜେଡି 8ଟି ଆସନରେ ଲଢେଇ କରିବ।

ସେହିପରି ସେ ବିଧାନସଭା ଆସନ ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ସେଥିରେ କହିଛନ୍ତି ଯେ, ବିଧାନସଭାରେ ବିଜେଡି 98 ଏବଂ ବିଜେପି 49 ଆସନରେ ଲଢେଇ କରିବ। ଏହା ଚୁଡାନ୍ତ ହୋଇସାରିଛି। ଦିନେ କିମ୍ବା ଦୁଇଦିନ ମଧ୍ୟରେ ଏହା ଘୋଷଣା ହେବ ବୋଲି ସରଦେଶାଇ କହିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ଚାଞ୍ଚଲ୍ୟକର ବୟାନ, କହିଲେ ଆମେ ଏକା ଲଢିବୁ

ଭୁବନେଶ୍ବର: ମେଣ୍ଟ ଘୋଷଣା ନେଇ ଆଜି ଯାହା ପ୍ରକାଶ ପାଇବା କଥା ସେଥିରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୂଆଦିଲ୍ଲୀରୁ ବୈଠକ ସାରି ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ସେ ଯାହା କହିଛନ୍ତି ଯାତା ଏକ ଚାଞ୍ଚଲ୍ୟକର ବୟାନ ବୋଲି କହିଲେ ଅତୁକ୍ତି ହେବ ନାହିଁ।

ସେ କହିଛନ୍ତି ଯେ, ମେଣ୍ଟ ହେବ ବୋଲି ଯେଉଁ ଚର୍ଚ୍ଚା ଚାଲିଛି ତାହା ମନଗଢା କାହାଣୀ। ଏଥର ନିର୍ବାଚନରେ ବିଜେପି ଏକାକୀ ଲଢେଇ କରିବ। କାହା ସହିତ ମେଣ୍ଟ କରିବାର କୌଣସି ନିଷ୍ପତି ହୋଇ ନାହିଁ। ତେବେ ଦିଲ୍ଲୀରେ ମେଣ୍ଟ ନେଇ କଣ ଆଲୋଚନା ହେଲା ବୋଲି ପଚାରିବାରୁ ସେ କହିଲେ ସେ ସଂପର୍କରେ କିଛି ଆଲୋଚନା ହୋଇ ନାହିଁ। ତେବେ ମନମୋହନଙ୍କ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମେଣ୍ଟ ହେବା ନିଶ୍ଚିତ, ବିଜେଡି ବୈଠକ ପରେ ଦେବୀ ମିଶ୍ର ଯାହା କହିଲେ ସେଥିରୁ ମିଳିଲା ସ୍ପଷ୍ଟ ସୂଚନା

ଭୁବନେଶ୍ବର: ଓଡିଶାର ବିଜେଡି ବିଜେପି ମେଣ୍ଟ ହେବ। ଏହା ବର୍ତ୍ତମାନ ସ୍ପଷ୍ଟ ହୋଇଛି। ହେଲେ କୌଣସି ଘୋଷଣା କରାଯାଇ ନାହିଁ। ଆଜି ନବୀନ ନିବାସରେ ବସିଥିବା ବୈଠକରେ ଏହି ମେଣ୍ଟ ବାବଦରେ ହିଁ ଆଲୋଚନା କରାଯାଇଛି। ଏହି ବୈଠକରୁ ଆସି ଗଣମାଧ୍ୟମକୁ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ଯାହା କହିଛନ୍ତି ସେଥିରୁ ମେଣ୍ଟ ନିଶ୍ଚିତ ବୋଲି ସ୍ପଷ୍ଟ ହୋଇଛି।

ଦେବୀ ମିଶ୍ର କହିଛନ୍ତି ଯେ, ଆଗାମୀ ନିର୍ବାଚନ ପାଇଁ ଆଜି ଦଳର ବୈଠକ ବସିଥିଲା। ଏଥିରେ ଓଡିଶା ସ୍ବାର୍ଥ ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି ନିଷ୍ପତି ହୋଇଛି। ଆଉ ବାର ବର୍ଷ ପରେ ଓଡିଶା ଗଠନର ଶହେ ବର୍ଷ ପୁରଣ ହେବ। ସେଥିପାଇଁ ଓଡିଶା ରାଜ୍ୟକୁ ଆଗେଇ ନେବା ପାଇଁ ଯାହା ଆବଶ୍ୟକ ତାହା ନିଷ୍ପତି ନିଆଯିବ।

ଏଥିରୁ ସ୍ପଷ୍ଟ ହୋଇଛି ଯେ, ମେଣ୍ଟ ପାଇଁ ଦଳ ଖୁବ ଶିଘ୍ର ନିଷ୍ପତି ଗ୍ରହଣ କରିବ ବା ମେଣ୍ଟ ହେବା ନିଶ୍ଚିତ ବୋଲି ଦେବୀ ମିଶ୍ରଙ୍କ ମନ୍ତବ୍ୟରୁ ଜଣାପଡିଛି। ସେହିପରି ଅନ୍ୟତମ ନେତା ଅରୁଣ ସାହୁ ମଧ୍ୟ ସମାନ କଥା କହିଛନ୍ତି। ଓଡିଶାର ସ୍ବାର୍ଥ ପାଇଁ ଯାହା ଦରକାର ତାହା ଉପରେ ଦଳ ପ୍ରାଧାନ୍ୟ ଦେବ। ତେବେ ଉଭୟ ମେଣ୍ଟ କଥା ପଚାରିବାରୁ କୌଣସି ଉତ୍ତର ନ ଦେଇ ଚାଲିଯାଇଥିଲେ।

ସେପଟେ ନୂଆଦିଲ୍ଲୀରେ ମଧ୍ୟ ବିଜେପି ବୈଠକ ବସିଛି। ସେଠାରେ ମଧ୍ୟ ସେହି ମେଣ୍ଟ ସଂପର୍କରେ ଚାଲିଛି ଆଲୋଚନା। ଏହି ବୈଠକ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ଏଥିରେ ଦଳର ବରିଷ୍ଠ ନେତା ଅମିତ ସାହା, ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ମନମୋହନ ସାମଲ, ସାଂଗଠନିକ ସଂପାଦକ ମାନସ ମହାନ୍ତି ପ୍ରମୁଖ ଯୋଗଦେଇଛନ୍ତି।

ତେବେ ଏହି ବୈଠକରୁ ବାହାରି ଆସି ସାଂସଦ ଜୁଏଲ ଓରାମ ଯାହା କହିଛନ୍ତି ସେଥିରୁ ସବୁକିଛି ବୁଝି ହୋଇଯାଇଛି। ସେ ବହୁ କଷ୍ଟରେ କହିଛନ୍ତି ଯେ ବୈଠକରେ ମେଣ୍ଟ ସଂପର୍କରେ ଆଲୋଚନା ହୋଇଛି। ହେଲେ ମେଣ୍ଟ ହେବ କି ନାହିଁ ସେ ସଂପର୍କରେ କେନ୍ଦ୍ରୀୟ ନେତୃବୃନ୍ଦ ନିଷ୍ପତି ନେବେ। ଏଥିରୁ ସ୍ପଷ୍ଟ ହୋଇଛି ଯେ ବିଜେଡି ବିଜେପି ପୁଣି ଥରେ ମେଣ୍ଟ ହେବା ନିଶ୍ଚିତ।

ଦୁଇ ଦଳର ମନ୍ତବ୍ୟରୁ ଏହା ସ୍ପଷ୍ଚ ହୋଇଛି ବୋଲି ମେଣ୍ଟ ନିଶ୍ଚିତ ହେବ। ତେବେ କିଏ କେତେ ଆସନ ନେବ ସେ ନେଇ ଚାଲିଛି ବିସ୍ତୁତ ଆଲୋଚନା। ତାହା ଛିଣ୍ଡିଯିବା ପରେ ଯାଇ ଏହି ଘୋଷଣା କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଦିଲ୍ଲୀରେ ଚାଲିଛି ବିଜେପି ବୈଠକ, ଜୁଏଲ ଓରାମ ଯାହା କହିଲେ ସେଥିରୁ ସବୁକିଛି ବୁଝି ହେଉଛି

ନୂଆଦିଲ୍ଲୀ: ବିଜେପିର ନୂଆଦିଲ୍ଲୀ କାର୍ଯ୍ୟାଳୟରେ ଆରମ୍ଭ ହୋଇଯାଇଛି ବୈଠକ। ଏହି ବୈଠକ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ଏଥିରେ ଦଳର ବରିଷ୍ଠ ନେତା ଅମିତ ସାହା, ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ମନମୋହନ ସାମଲ, ସାଂଗଠନିକ ସଂପାଦକ ମାନସ ମହାନ୍ତି ପ୍ରମୁଖ ଯୋଗଦେଇଛନ୍ତି।

ତେବେ ଏହି ବୈଠକରୁ ବାହାରି ଆସି ସାଂସଦ ଜୁଏଲ ଓରାମ ଯାହା କହିଛନ୍ତି ସେଥିରୁ ସବୁକିଛି ବୁଝିହୋଇଯାଉଛି। ସେ ବହୁ କଷ୍ଟରେ କହିଛନ୍ତି ଯେ ବୈଠକରେ ମେଣ୍ଟ ସଂପର୍କରେ ଆଲୋଚନା ହୋଇଛି। ହେଲେ ମେଣ୍ଟ ହେବ କି ନାହିଁ ସେ ସଂପର୍କରେ କେନ୍ଦ୍ରୀୟ ନେତୃବୃନ୍ଦ ନିଷ୍ପତି ନେବେ। ଏଥିରୁ ସ୍ପଷ୍ଟ ହୋଇଛି ଯେ ବିଜେଡି ବିଜେପି ପୁଣି ଥରେ ମେଣ୍ଟ ହେବା ନିଶ୍ଚିତ।

 

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ବିଜେଡି-ବିଜେପି ମେଣ୍ଟ ସ୍ଥିର ହୋଇଛି କି?

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଥିଲେ। ସେ ଯାଜପୁରରେ ୧୯,୬୦୦ କୋଟିରୁ ଅଧିକ ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବିଜେଡିର ୪ ଜଣ ବିଧାୟକ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବାରୁ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିପାରନ୍ତି ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ତାହା ହୋଇନାହିଁ।

ଏହାବ୍ୟତୀତ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦି ଓ ନବୀନ ପଟ୍ଟନାୟକ ପରସ୍ପରକୁ ପ୍ରଶଂସା କରିଛନ୍ତି। ଦୁହେଁ ପରସ୍ପରର କାମକୁ ପ୍ରଶଂସା କରିଥିଲେ। ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିବାବେଳେ ରାଲିରେ ନବୀନ ପଟ୍ଟନାୟକଙ୍କୁ ପୂର୍ଣ୍ଣ ମଞ୍ଚରୁ ବନ୍ଧୁ ବୋଲି କହିଥିଲେ ଏବଂ ଉଭୟଙ୍କ ସାକ୍ଷାତ୍‍ ହୋଇଥିଲା। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ମେଣ୍ଟ ଆଲୋଚନା ତୀବ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ନବୀନ ପଟ୍ଟନାୟକଙ୍କୁ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏବଂ ନବୀନ ପଟ୍ଟନାୟକ ଭାରତକୁ ଏକ ଅର୍ଥନୈତିକ ମହାଶକ୍ତିରେ ପରିଣତ କରିଥିବାରୁ ମୋଦିଙ୍କୁ ପ୍ରଶଂସା କରିଥିଲେ। ପିଏମ ମୋଦିଙ୍କ ଏହି ଭାଷଣ ପରେ ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ନବୀନ ପଟ୍ଟନାୟକଙ୍କ ବାପାଙ୍କୁ ମଧ୍ୟ ପ୍ରଶଂସା

ପ୍ରଧାନମନ୍ତ୍ରୀ ଯାଜପୁର ଜିଲ୍ଲାର ଚଣ୍ଡିଖୋଲରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିବାକୁ ଯାଇଥିଲେ। ନବୀନ ପଟ୍ଟନାୟକଙ୍କ ସ୍ବର୍ଗତ ପିତା ତଥା ଦୁଇ ଥର ମୁଖ୍ୟମନ୍ତ୍ରୀ ଥିବା ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କ ପରମ୍ପରାକୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି। ଓଡ଼ିଶା ଓ ଦେଶର ବିକାଶରେ ବିଜୁବାବୁଙ୍କ ଅବଦାନ ଅତୁଳନୀୟ। ଓଡ଼ିଶାରୁ ଦେଶବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି।

ନବୀନ ପଟ୍ଟନାୟକଙ୍କୁ ବନ୍ଧୁ କହିଲେ ପ୍ରଧାନମନ୍ତ୍ରୀ

ମୋଦି ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବାରୁ ଦୂରେଇ ରହିଥିବାବେଳେ କଂଗ୍ରେସ ଓ ଭାରତର ବାକି ଗୋଷ୍ଠୀ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ଇଣ୍ଡି ମେଣ୍ଟର ନେତାଙ୍କ ପାଇଁ ପରିବାର ପ୍ରଥମ ସ୍ଥାନରେ ଥିବାବେଳେ ମୋଦିଙ୍କ ପାଇଁ ଦେଶ ପ୍ରଥମ ସ୍ଥାନରେ ରହିଛି। ଗତ ଫେବ୍ରୁଆରି ୩ ତାରିଖରେ ସମ୍ବଲପୁରରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନବୀନଙ୍କୁ ‘ମୋ ବନ୍ଧୁ’ ବୋଲି ସମ୍ବୋଧନ କରିଥିଲେ।

ଚାଲିଛି ବିଜେପି-ବିଜେଡି ଆଲୋଚନା

ଓଡ଼ିଶା ସମେତ କେତେକ ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର କିଛିଦିନ ପୂର୍ବରୁ ମଙ୍ଗଳବାରର ଏହି କାର୍ଯ୍ୟକ୍ରମରେ ଉଭୟଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ସମ୍ପର୍କ ଦେଖିବାକୁ ମିଳିଥିଲା। ସୂତ୍ରରୁ ପ୍ରକାଶ ଯେ ନିର୍ବାଚନୀ ମେଣ୍ଟ ଚୂଡ଼ାନ୍ତ କରିବା ପାଇଁ ଆଲୋଚନା ଚାଲିଛି ଯେଉଁଥିରେ ବିଜେପି ଲୋକସଭା ଆସନର ଏକ ବଡ଼ ଅଂଶରେ ଲଢ଼ିପାରେ ଏବଂ ବିଜେଡି ସର୍ବାଧିକ ସଂଖ୍ୟକ ବିଧାନସଭା ଆସନରେ ପ୍ରାର୍ଥୀ ଦେଇପାରେ।
ନବୀନ ମଧ୍ୟ ପ୍ରଶଂସା କରୁଛନ୍ତି

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଗୁରୁବାରରୁ ଶନିବାର ପର୍ଯ୍ୟନ୍ତ ଓଡ଼ିଶାରେ ଡେରା ପକାଇଥିବାବେଳେ ନବୀନଙ୍କ ଘନିଷ୍ଠ ସହଯୋଗୀ ଭିକେ ପାଣ୍ଡିଆନ ରବିବାର ଦିଲ୍ଲୀ ଗସ୍ତରେ ଯାଇଥିଲେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ପକ୍ଷର ଏହି ଗସ୍ତକୁ ଚାଲିଥିବା ଆଲୋଚନା ସହ ଯୋଡ଼ାଯାଇଛି।

ପ୍ରଧାନମନ୍ତ୍ରୀ ଭାରତ ପାଇଁ ଏକ ନୂଆ ଦିଗ ନିର୍ଦ୍ଧାରଣ କରିଛନ୍ତି ଏବଂ ଓଡ଼ିଶାର ବିକାଶରେ ମଧ୍ୟ ଅବଦାନ ରଖିଛନ୍ତି ବୋଲି ନବୀନ ପ୍ରଶଂସା କରି କହିଛନ୍ତି। ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ସେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରୟାସରେ ମୁଁ ତାଙ୍କ ସହଯୋଗ ଚାହୁଁଛି ବୋଲି ନବୀନ କହିଛନ୍ତି। ନବୀନଙ୍କ ଏପରି ବକ୍ତବ୍ୟ ରାଜ୍ୟରେ ପୁଣି ବିଜେଡି-ବିଜେପି ମେଣ୍ଟ ଆଶାକୁ ଉଜ୍ଜିବୀତ କରୁଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନବୀନ ନିବାସର ଚାଲିଛି ରୁଦ୍ଧ ଦ୍ବାର ବୈଠକ, ଆଉ କିଛି ସମୟ ପରେ ହେବ ଶେଷ

ଭୁବନେଶ୍ବର: ବର୍ତ୍ତମାନ ସାରା ରାଜ୍ୟର ରାଜନୀତି ହଲଚଲ ହୋଇଯାଇଛି। ବିଜେଡି ବିଜେପି ମଧ୍ୟରେ ପୁଣି ମେଣ୍ଟ ହେବ ବୋଲି ଚାଲିଛି ଆଲୋଚନା। ଏ ନେଇ ବିଜେଡିର ନବୀନ ନିବାସରେ ବୈଠକ ଆରମ୍ଭ ହୋଇଯାଇଛି। ସେହିପରି ସଂଧ୍ୟାରେ ନୂଆଦିଲ୍ଲୀରେ ବିଜେପିର ବୈଠକ ହେବ।

ତେବେ ବିଜେଡିରେ ଚାଲିଥିବା ବୈଠକରେ ଦଳର ପ୍ରାୟ 20 ଜଣ ନେତା ଯୋଗଦେଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଣବ ବଳବନ୍ତରାୟ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଟୁକୁନି ସାହୁ, ଜଗନ୍ନାଥ ସାରକା, ସଂଜୟ ଦାସ ବର୍ମା ପ୍ରମୁଖ ରହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

Big News: ମେଣ୍ଟ ନେଇ ଆଜି ନିଷ୍ପତି, ବିଜେପି ନେତାଙ୍କୁ ଦିଲ୍ଲୀ ଡକରା, ବିଜେଡି ନେତାଙ୍କୁ ନବୀନ ନିବାସ

ଭୁବନେଶ୍ବର: ଆଜି ଅପରାହ୍ନରେ ଓଡିଶା ରାଜନୀତିରେ ଏକ ହୁଲୁସ୍ତୁଲ ହେବାର ସମ୍ଭାବନା ଦେଖାଦେଇଛି। କାରଣ ଆଜି ଦିଲ୍ଲୀ ଯିବା ପାଇଁ ଓଡିଶା ବିଜେପି ନେତାଙ୍କୁ ଡକରା ଆସିଛି। ଅପରାହ୍ନ ସୁଦ୍ଧା ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଜି ଅପରାହ୍ନରେ ବିଜେଡି ନେତାମାନଙ୍କୁ ନବୀନ ନିବାସ ଡକାଯାଇଛି।

ଗତକାଲି ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ ସାରି ଫେରିବା ପରେ ରାତିରେ କିଛି ଗୋଟେ ବଡ ନିଷ୍ପତି ହୋଇଛି। ଯାହାଫଳରେ ସେହି ରାତିରେ ଓଡିଶା ବିଜେପି ନେତାଙ୍କୁ ଦିଲ୍ଲୀ ପହଞ୍ଚିବା ପାଇଁ କୁହାଯାଇଛି। ଫଳରେ ମନମୋହନ ସାମଲ ସହିତ କେତେକ ନେତା ଦିଲ୍ଲୀରେ ପହଞ୍ଚି ସାରିଥିବାର ଜଣାପଡିଛି। ଆଜି ଅପରାହ୍ନ କିମ୍ବା ସଂଧ୍ୟାରେ ଗୁରୁତପୂର୍ଣ୍ଣ ବୌଠକ ରହିଛି।

ସେହିପରି ନବୀନ ନିବାସକୁ ଆଜି ବିଜେଡିର ତୁଙ୍ଗ ନେତୃତ୍ବଙ୍କୁ ଡକାଯାଇଛି। ସେମାନେ ଅପରାହ୍ନରେ ପହଞ୍ଚିବା ପାଇଁ କୁହାଯାଇଛି। ଏଥିରେ ଦଳର ଆଗାମୀ ଭବିଷ୍ୟତ ନେଇ କେତେକ ଗୁୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି ଜଣାପଡିଛି। ତେବେ ତାହା କଣ ସେ ନେଇ କେହି କିଛି କହି ନାହାଁନ୍ତି।

ତେବେ ପ୍ରଧାନମନ୍ତ୍ରୀ ଓଡିଶାରୁ ଫେରିବା ପରେ ଆଉ ମେଣ୍ଟ ହେବ ନାହିଁ ବୋଲି ଯେଉଁ ଆଶଙ୍କା ରହିଥିଲା ତାହା ପୁଣିଥରେ ଉଦଜିବିତ ହୋଇଯାଇଛି। ଉଭୟ ଦଳ ଆଜି ମେଣ୍ଟ ନେଇ ବଡ ନିଷ୍ପତି ନେବେ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ମେଣ୍ଟ ନୁହେଁ ଏକା ଲଢିବ, କେତୋଟି ଆସନରେ ଜିତିବ ଦେଲା ହିସାବ

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇଛି ରାଜ୍ୟର ପାଣିପଗ ସେତିକି ଗରମ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କିଏ କେତେ ଆସନ ଜିତିବ ତାହାର ହିସାବ ନିକାସ ଚାଲିଛି। ତେବେ ଏଥିରେ ବିଜେଡି ଆସନ୍ତା ନିର୍ବାଚନରେ କେତେ ଆସନରେ ଜିତିବ ତାହାର ଆକଳନ କରିିଛି। ସେହି ଅନୁସାରେ ଦଳ ୨୧ଟି ଲୋକସଭା ଆସନରୁ ୧୭ ଟି ଆସନରେ ଜିତିବ ବୋଲି ଘୋଷଣା କରିଛି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତା ସସ୍ମିତ ପାତ୍ର କହିଛନ୍ତି ଯେ ବର୍ତ୍ତମାନ ଲୋକେ ବିଜେଡି ସରକାରର ଜନହିତକର କାର୍ଯ୍ୟ ସଂପର୍କରେ ଅବଗତ ଅଛନ୍ତି। ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ନିଷ୍ପତି କରିଛନ୍ତି। ଏହି ସମୟରେ ସସ୍ମିତ ଘୋଷଣା କରିଛନ୍ତି ଯେ, ଏଥର ବିଧାନସଭାରେ ବିଜେଡି  ୧୪୭ ମଧ୍ୟର ୧୨୦ଟି ଆସନରେ ବିଜୟ ଲାଭ କରିବ।

ସସ୍ମିତଙ୍କ ଏହି ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି ଯେ, ବିଜେଡି ଏକାକୀ ଲଢେଇ କରିବ। ଯେଉଁ ମେଣ୍ଟ କଥା ବାରମ୍ବାର ଚର୍ଚ୍ଚା ହେଉଛି ସେଥିରେ ବିଜେଡି ପୂର୍ଣ୍ଣଚ୍ଛେଦ ପକାଇଛି। ଅର୍ଥାତ ବିଜେପି ବିଜେଡି ମେଣ୍ଟ ଚର୍ଚ୍ଚା ଶେଷରେ ସମାପ୍ତ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ବିଜେଡି ଏହି ମେଣ୍ଟ ଚର୍ଚ୍ଚା ନେଇ ପରୋକ୍ଷରେ ବିଜେପିକୁ ଟାର୍ଗେଟ କରିଛି। କହିଛି ବିଜେପିର ସବୁ ନିର୍ବାଚନ ମଣ୍ଡଳିରେ ପ୍ରାର୍ଥୀ ଦେବାକୁ ନେତା ନାହିଁନ୍ତି। ସେଥିପାଇଁ ସେମାନେ ବିଜେଡି ନେତାଙ୍କ ଉପରେ ଭରସା କରିଛନ୍ତି।

ବିଜେଡି ନେତା ସସ୍ମିତ ପାତ୍ର ସିଧା ଏହି ମେଣ୍ଟ ଚର୍ଚ୍ଚା ବିଜେପି କରୁଛି ବୋଲି ଜଣାଇ ଦେଇଛନ୍ତି। କାରଣ ତାଙ୍କ ପାଖରେ ନେତା ନାହିଁନ୍ତି, ତାଙ୍କର ଜିତିବାର ସମ୍ଭାବନା ନାହିଁ। ସେଥିପାଇଁ ମେଣ୍ଟ ଚର୍ଚ୍ଚା କରି ସେମାନେ ବିଜେଡି ଶକ୍ତିରେ ଶକ୍ତିଶାଳି ହେବେ ବୋଲି ଆଶା କରିଛନ୍ତି।

ଗତକିଛି ଦିନ ଧରି ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ହେବ ବୋଲି ବଡ ଚର୍ଚ୍ଚା ଚାଲିଛି। ଏ ନେଇ କୁଆଡେ ଦିଲ୍ଲୀ ବିଜେପିରେ ଆଲୋଚନା ଚାଲିଛି। ହେଲେ ଗତକାଲି ଦିଲ୍ଲୀରୁ ଫେରିବା ପରେ ବିଜେପି ସଭାପତି ମନମୋହନ ସାମଲ ଏହାକୁ ଖଣ୍ଡନ କରିଥିଲେ।

ବିଜେପି ଏକ ଲଢେଇ କରିବ ବୋଲି କହିଥିଲେ। ସେହିପରି ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ସେହି କଥା କହିଥିଲେ। ଫଳରେ ମେଣ୍ଟ ହେବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ବିଜେପି ମଧ୍ୟରେ କଣ ମେଣ୍ଟ ହେବ? ତେବେ ଏମିତି କାହିଁକି କହିଲେ ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର

ଭୁବନେଶ୍ବର: ଏଥର ନିର୍ବାଚନରେ ବିଜେଡି ବିଜେପି ଭିତରେ ମେଣ୍ଟ ହେବ। ଏହି ଚର୍ଚ୍ଚା ଦୀର୍ଘଦିନ ଧରି ଲାଗି ରହିଛି। ପୂର୍ବରୁ ସମସ୍ତ ବିଜେପି ନେତା ମେଣ୍ଟ କେବେ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ହେଲେ ଆଜି ବିଜେପିର ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଯାହା କହିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସାମ୍ବାଦିକଙ୍କ ମେଣ୍ଟ ପ୍ରଶ୍ନର ଉତ୍ତରେ ତୋମାର କହିଛନ୍ତି ଯେ, ମେଣ୍ଟ ହେବା ନ ହେବା ନେଇ କେନ୍ଦ୍ର ନେତୃତ୍ୟ ବିଚାର କରିବେ। ହେଲେ ଓଡିଶାରେ ବିଜେପି ଏକାକୀ ଲଢେଇ କରିବାକୁ ପ୍ରସ୍ତୁତ ଅଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି। କାରଣ ପୂର୍ବରୁ ସେ ନିଜେ ମେଣ୍ଟ ହେବ ନାହିଁ ବୋଲି କହୁଥିବା ବେଳେ ହଠାତ ଆଜି ସେ ଏପରି କାହିଁକି କହିଲେ ବୋଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତୋମାର ନିକଟରେ ଓଡିଶା ଗସ୍ତରେ ଆସି ସେ ସେତେବେଳେ ଦମ୍ଭର ସହିତ କହିଥିଲେ ଓଡିଶା ବିଧାନସଭାରେ ବିଜେପି 80 ରୁ ଉର୍ଦ୍ଧ ଆସନରେ ଜିତିବ। ସେହିପରି ଲୋକସଭାରେ 15 ଆସନରେ ବିଜୟ ଲାଭ କରିବ। ତେବେ ଆଜି ହଠାତ ମେଣ୍ଟ ନିଷ୍ପତି କେନ୍ଦ୍ରୀୟ ନେତା ନିଷ୍ପତି ନେବେ ବୋଲି କହିବା କାରଣ କଣ ବୋଲି ପ୍ରଶ୍ନ ଉଠିଛି।

ତୋମାରଙ୍କ ଗତିବିଧୀରୁ ସ୍ପଷ୍ଟ ହୋଇଛି ଯେ, ବୋଧହୁଏ କେନ୍ଦ୍ରୀୟ ନେତାମାନେ ଓଡିଶାରେ ବିଜେପି ବିଜେଡି ମେଣ୍ଟ ହେବା ନେଇ ଚିନ୍ତା କରୁଛନ୍ତି। ଯାହାର ସୁରାକ ପାଇଛନ୍ତି ଓଡିଶାର ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର। ସେଥିପାଇଁ ସେ ମେଣ୍ଟ ଘୋଷଣା କରିବା ପରିବର୍ତ୍ତେ ସେ ଏପରି ଏକ ମେଣ୍ଟ ସମ୍ଭବାନ ନେଇ ବାର୍ତ୍ତା ଛାଡିଦେଲେ।

ତେବେ ଏ ନେଇ ରାଜ୍ୟ ନେତୃତ୍ବ ମେଣ୍ଟ ହେବ ନାହିଁ ବୋଲି ସ୍ପଷ୍ଟ ସୂଚନା ଦେଉଛନ୍ତି। ଓଡିଶାରେ ବିଜେପି ଏକାକୀ ଲଢେଇ କରିବ ବୋଲି ସେମାନେ ଏବେ ବି କହୁଛନ୍ତି। ହେଲେ ପ୍ରକୃତ କଥା ଯଦି କେନ୍ଦ୍ରୀୟ ନେତୃତ୍ବ ମେଣ୍ଟ ହେବା ପାଇଁ କହିବେ ସେତେବେଳେ ଏମାନେ ଆଉ ମନା କରିପାରିବେ ନାହିଁ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନ ପୂର୍ବରୁ ବିଜେଡି ବିଜେପି ମେଣ୍ଟ ହେବ କି ? ଜାତୀୟ ଗଣମାଧ୍ୟମରେ ଚାଲିଛି ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ଗସ୍ତ କାଳରେ ରାଜ୍ୟର ଶାସନ କ୍ଷମତାରେ ଥିବା ବିଜଦ ସରକାରକୁ ସମାଲୋଚନା କରିବା ପରିବର୍ତ୍ତେ ଏହାର ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି। ଓଡ଼ିଶାରେ ବିଜଦ ଓ ଭାଜପା ମଧ୍ୟରେ ପୁଣିଥରେ ମେଣ୍ଟ ହୋଇଗଲା କି ବୋଲି ପ୍ରଶ୍ନ ପଚରା ଯାଇଛି। ଏଭଳି ଖବର ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପର ନବଭାରତ ଟାଇମ୍ସରେ ପ୍ରମୁଖ ଖବର ପାଲଟିବା ସହିତ ଟ୍ରେଣ୍ଡ୍‍ ହେବାରେ ଲାଗିଛି।

ଏହି ଖବରକାଗଜରେ ଯାହା ପ୍ରକାଶ ପାଇଛି ତାହା ହେଉଛି ଏପରି। ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦ୍‍ଘାଟନ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶନିବାର ଦିନ ଓଡ଼ିଶା ଆସିଥିଲେ। ମୋଦିଙ୍କର ଏହି ଗସ୍ତକାଳରେ ଆଶା କରାଯାଉଥିଲା ଯେ ସେ ଦଳୀୟ କର୍ମୀଙ୍କର ମନୋବଳକୁ ବଢ଼ାଇବା ପାଇଁ ରାଜ୍ୟର ଶାସନ କ୍ଷମତାରେ ଥିବା ବିଜଦ ସରକାର ଓ ତା’ର ମୁଖିଆଙ୍କୁ କଡ଼ା ସମାଲୋଚନା କରିବେ।

କିନ୍ତୁ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ପରିବର୍ତ୍ତେ ତାଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିଥିଲେ। ଏପରିକି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସାର୍ବଜନୀନ ଅଭିଭାଷଣରେ ବିଜଦକୁ ଟାର୍ଗେଟ କରିବାରୁ ମଧ୍ୟ ଦୂରେଇ ରହିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କର ଏଭଳି ଆଭିମୁଖ୍ୟ ନିର୍ବାଚନ ପୂର୍ବରୁ ବିଜଦ-ଭାଜପା ମଧ୍ୟରେ ପୁଣିଥରେ ନିର୍ବାଚନୀ ମେଣ୍ଟ ହୋଇଗଲା କି ବୋଲି ଆଲୋଚନା ହେଉଥିବା ଏହି ଖବରକାଗଜର ପ୍ରମୁଖ ଖବର ହୋଇଛି।

ଆଇଆଇଏମ୍ ସମ୍ବଲପୁର ସ୍ଥାୟୀ କ୍ୟାମ୍ପସରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଉଦ୍‍ଘାଟନୀ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଜୀ, ମୁଖ୍ୟମନ୍ତ୍ରୀ ଏବଂ ମୋର ବନ୍ଧୁ ନବୀନ ପଟ୍ଟନାୟକ ଜୀ ବୋଲି ତାଙ୍କ ସମ୍ବୋଧନରେ ପ୍ରକାଶ କରିଥିଲେ।

କେବଳ ସେତିକି ନୁହେଁ ବିଜଦ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ସୁଯୋଗକୁ ହାତଛଡ଼ା କରିନାହାନ୍ତି। ଭାରତକୁ ଏକ ଅର୍ଥନୈତିକ ମହାଶକ୍ତିରେ ପରିଣତ କରିଥିବାରୁ ନବୀନ ପଟ୍ଟନାୟକ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ପ୍ରଶଂସାରେ ପୋତି ପକାଇଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ଭାରତ ପାଇଁ ଏକ ନୂଆ ଦିଗ ସ୍ଥିର କରିଛନ୍ତି ଏବଂ ଆମେ ଏକ ଅର୍ଥନୈତିକ ମହାଶକ୍ତି ହେବାର ପଥରେ ଭଲ ଭାବରେ ଗତି କରୁଛୁ ବୋଲି ନବୀନ ପଟ୍ଟନାୟକ କହିଥିବା ପ୍ରକାଶ ପାଇଛି।

ଆଇଆଇଏମ୍ ସମ୍ବଲପୁର ସ୍ଥାୟୀ କ୍ୟାମ୍ପସ ଉଦ୍‍ଘାଟନ ପରେ ସମ୍ବଲପୁର ରିମେଡ ମଇଦାନରେ ଏକ ପ୍ରାକ୍ ନିର୍ବାଚନୀ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦି ନବୀନ ପଟ୍ଟନାୟକ ଓ ତାଙ୍କ ବିଜଦ ଉପରେ ଚୁପ୍ ରହିଥିଲେ। ବରଂ ୩୫ ମିନିଟର ସାର୍ବଜନୀନ ଅଭିଭାଷଣରେ ମୋଦି ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ସଫଳତା ଓ ଯୋଜନା ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ଗରିବ, କୃଷକ ଓ ମହିଳାଙ୍କ ସମେତ ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇଛନ୍ତି ବୋଲି କହିଥିଲେ।

ମୋଦିଙ୍କ ଗସ୍ତ ପୂର୍ବରୁ ସମସ୍ତଙ୍କ ନଜର ତାଙ୍କ ସାର୍ବଜନୀନ ଅଭିଭାଷଣ ଉପରେ ରହିଥିଲା, କାରଣ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ନିର୍ବାଚନ ପୂର୍ବରୁ ବିଜଦ ବିରୋଧରେ ଦଳର ଆଭିମୁଖ୍ୟ ପାଇଁ ଦିଗ ନିର୍ଦ୍ଧାରଣ କରିବ ବୋଲି ଦଳର ରାଜ୍ୟ ନେତାମାନେ ଆଶା ବ୍ୟକ୍ତ କରିଥିଲେ। ଯଦିଓ ରାଜ୍ୟ ବିଜେପି ନେତାମାନେ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମୁହଁ ଖୋଲିଛନ୍ତି, ତଥାପି ଦଳର କେନ୍ଦ୍ରୀୟ ନେତାମାନେ ତାଙ୍କ ପ୍ରତି ନରମ ମନୋଭାବ ପୋଷଣ କରି ଆସୁଛନ୍ତି।

ସାମ୍ପ୍ରତିକ ସମୟରେ ନବୀନ ପଟ୍ଟନାୟକ ଅନେକ ବିବାଦୀୟ ଆଇନ, ରାଷ୍ଟ୍ରପତି ନିର୍ବାଚନ, ନୀତିକୁ ଅନୁମୋଦନ କରିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମର୍ଥନ କରିଥିବାରୁ ରାଜନୈତିକ ଗତିବିଧି ଗୁରୁତ୍ୱପୂର୍ଣ୍ଣ। ଏହାବ୍ୟତୀତ ସେ ମୋଦି ସରକାରଙ୍କୁ ୧୦ରୁ ୮ ରେଟିଂ ମଧ୍ୟ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କ ଏଭଳି ଆଭିମୁଖ୍ୟ ଓଡ଼ିଶାରେ ବିଜଦ-ଭାଜପାର ଘନିଷ୍ଠତାକୁ ନେଇ କ୍ରମାଗତ କଳ୍ପନାଜଳ୍ପନା ସୃଷ୍ଟି କରିଛି। ଓଡ଼ିଶାରେ ମଧ୍ୟ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଦୁଇ ଦଳ ମେଣ୍ଟ ସରକାର କରିଛନ୍ତି।

ଓଡ଼ିଶା ତା’ର ଅଧିକାର ହରେଇବା ଓ ରାଜ୍ୟର ବିକାଶରେ ବାଧା ସୃଷ୍ଟି ଦିଗରେ କଂଗ୍ରେସ ପାପ କରିଛି ବୋଲି ମୋଦି କହିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନିତ କରିଥିବା ଅଭିଯୋଗରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ମୋଦି। ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ହିଁ ସ୍ୱୀକୃତି ଦେଇ ରାଷ୍ଟ୍ରପତି କରିଛି। କିନ୍ତୁ କଂଗ୍ରେସ ଓ ଏହାର ସହଯୋଗୀ ଦଳମାନେ ତାଙ୍କ ବିରୋଧରେ ଯଥାସମ୍ଭବ ଚେଷ୍ଟା କରିବା ସହ ତାଙ୍କୁ ଅପମାନିତ ମଧ୍ୟ କରିଥିଲେ ମୋଦିଙ୍କ ବକ୍ତବ୍ୟ ଖବର କାଗଜରେ ପ୍ରକାଶ ପାଇଛି।