Categories
ଜାତୀୟ ଖବର ବିଶେଷ ଖବର

ବିଜେପି ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଟୋପିକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ:  ଆଜି ବିଜେପିର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ କର୍ମିମାନଙ୍କୁ ଉଦବୋଧନ ଦେଇଛନ୍ତି। ସେ କର୍ମିମାନଙ୍କୁ କଣ କହିଲେ ତାହା ଭିନ୍ନ କଥା। ହେଲେ ତାଙ୍କର ଟୋପିକୁ ନେଇ ବେଶ ଚର୍ଚ୍ଚା। କାରଣ ହେଲା ଏହି ଟୋପିଟି ବେଶ୍ ଭିନ୍ନ ଧରଣର ହୋଇଛି। ନେତାଜୀ ସୁବାଷ ଚନ୍ଦ୍ର ବୋଷ ପିନ୍ଧୁଥିବା ଟୋପିର ଢାଞ୍ଚାରେ ଏହି ଟୋପି କରାଯାଇଛି।

ସାଧାରଣତଃ ବିଜେପି କର୍ମିମାନେ ଦଳୀୟ ସଭାରେ ଏକ ପ୍ରକାରର ଟୋପି ପିନ୍ଧନ୍ତି। ହେଲେ ସେହି ଟୋପି ଏକ ଶସ୍ତା ଜିନିଷ ପରି ଦେଖାଯାଉଥିଲା। ହେଲେ ଏଥର ପ୍ରଧାନମନ୍ତ୍ରୀ ଯେଉଁ ଟୋପି ପିନ୍ଧିଛନ୍ତା ତାହା ସାମାନ୍ୟ ଅଲଗା। ଏହା ଏକ ଆଭିଜାତ୍ୟ ଟୋପି ପରି ପରିଦୃଶ୍ୟ ହେଉଛି। ଏପରିକି ଆଜିର ସଭାରେ ଅନ୍ୟ କର୍ମିମାନେ ମଧ୍ୟ ପ୍ରାୟତଃ ସେହି ପ୍ରକାରର ଟୋପି ପିନ୍ଧିଥିବାର ପରିଲକ୍ଷିତ ହୋଇଛି।

ତେବେ ପ୍ରଧାନମନ୍ତ୍ରୀ ଏବେ ନୁହେଁ ଏହି ଟୋପି ପ୍ରଥମେ ଗତ ଗୁଜୁରାଟ ଗସ୍ତ ବେଳେ ପରିଧାନ କରିଥିଲେ। ସେ ସେତେବେଳେ ଏହି ଟୋପି ପିନ୍ଧି କର୍ମିଙ୍କୁ ଉଦବୋଧନ କରିଥିଲେ। ଏହି ଟୋପିଟି ସେତେବେଳେ ସମସ୍ତଙ୍କର ବେଶ ପସନ୍ଦ ଆସିଥିଲା।

ଏହାପରେ ନିକଟରେ ବିଜେପି ବୈଠକରେ ମଧ୍ୟ ନେତାମାନେ ସେହି ପ୍ରକାରର ଟୋପି ପିନ୍ଧିଥିଲେ। ଏହାକୁ ନେଇ ଦିଲ୍ଲୀ ରାଜନୀତିରେ ବେଶ ଆଲୋଚନା ମଧ୍ୟ ହୋଇଛି। ପ୍ରାୟତଃ ଏହାକୁ ସମସ୍ତେ ପସନ୍ଦ କରୁଥିବାରୁ ଏବେ ଦଳୀୟ ବୈଠକରେ ଏହି ଟୋପି ପିନ୍ଧିବାକୁ କୁଆଡେ ମୋଦୀ ନିଷ୍ପତି କରିଛନ୍ତି।