Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ପ୍ରଚାର, ଏଥର ବିଜେପି କେତେ ଆସନ ଜିତିବ ବୋଲି କଲେ ଭବିଷ୍ୟବାଣୀ

ଭୁବନେଶ୍ବର: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡିଶାର ଦୁଇଟି ସ୍ଥାନରେ ପ୍ରଚାର କରି ଫେରିଛନ୍ତି। ସେ କଳାହାଣ୍ଡି ଏବଂ କୋରାପୁଟ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି। ସେ ରାୟଗଡା ଏବଂ ଭବାନୀପାଟଣାରେ ବିଶାଳ ଜନସମାବେଶକୁ ଡବଲ ଇଂଜିନ କରିବା ପାଇଁ କହିଛନ୍ତି।

ସେ ଓଡିଶାର ଲୋକସଭା ନିର୍ବାଚନ ନେଇ ଏକ ଭବିଷ୍ୟବାଣୀ ଦେଇଛନ୍ତି। ତାହା ହେଲା ଯେ, ଗତଥର କୁଆଡେ ଲୋକଙ୍କୁ ପଚାରିବାରୁ ଓଡିଶାରେ ବିଜେପି ଆଠଟି ଆସନରେ ଜିତିବ ବୋଲି କହିଥିଲେ। ହେଲେ ଏଥର ଓଡିଶାରୁ ବିଜେପି ପୁରା 21 ରୁ 21 ଆସନ ଜିତିବ ବୋଲି କହିଲେଣି। ତେଣୁ ଓଡିଶାରେ ବିଜେପି ବେଶ ଭଲ କରିବ ବୋଲି ରାଜନାଥ କହିଛନ୍ତି।

ସେହିପରି ସେ ଓଡିଶାରେ ଆୟୁଶ୍ମାନ ଭାରତ ଲାଗୁ ନ କରିବା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଓଡିଶାରେ ବିଜେପି ସରକାର ଏହାକୁ ନିଶ୍ଚିତ ଲାଗୁ କରିବ ବୋଲି ସେ ଘୋଷଣା କରିଛନ୍ତି। ସେହିପରି କଂଗ୍ରେସ ଅମଳରେ ଦେଶ ପୁରୀ ଦୁର୍ନିତିରେ ଡୁବି ରହିଥିଲା। ହେଲେ ମୋଦୀଙ୍କ 10 ବର୍ଷ ଶାସନରେ ଭାରତ ବିଶ୍ବର ଶ୍ରେଷ୍ଠ ଦେଶ ହୋଇପାରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚେଷ୍ଠାରେ କରୋନା କାଳରେ କୋଟି କୋଟି ଟୀକା ପ୍ରସ୍ତୁତ କରି ଦେଶବାସୀଙ୍କ ଜୀବନ ବଞ୍ଚାଇଛନ୍ତି ଦେଶର ବୈଜ୍ଞାନିକ। ଏବେ ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ୫ମ ଅର୍ଥନୀତି ବ୍ୟବସ୍ଥା ପାଲଟିଛି। ଆଗକୁ ବିଶ୍ୱର ୩ୟ ଅର୍ଥନୀତି ପାଲଟିବ ଭାରତ। ୧ କୋଟି ମହିଳାଙ୍କୁ ଆମେ ଲକ୍ଷପତି କରିଛୁ, ଆଗାମୀ ୫ ବର୍ଷରେ ୩ କୋଟି ମହିଳାଙ୍କୁ ଲକ୍ଷପତି କରିବୁ ବୋଲି ରାଜନାଥ କହିଛନ୍ତି। ଉଭୟ ସଭାରେ କୋରାପୁଟ ଓ କଳାହାଣ୍ଡି ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି ଆସନ୍ତାକାଲି ମଧ୍ୟ ଓଡିଶା ଆସୁଛନ୍ତି ଜେ ପି ନଡ୍ଡା

ଭୁବନେଶ୍ୱର: ବିଜେପିର ପ୍ରଚାରକୁ ଶାଣିତ କରିବା ପାଇଁ ଆସନ୍ତା କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା। ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଆସନ୍ତା କାଲି ଅପରାହ୍ନ ୩ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ ।

ପଢନ୍ତୁ-ରବିବାରେ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅପରାହ୍ନ ୩.୩୦ରେ ଶ୍ରୀ ନଡ୍ଡା “ବିଜେପି ସଂକଳ୍ପ ପତ୍ର”କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମ ପରେ ଶ୍ରୀ ନଡ୍ଡା ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପାର୍କରେ ପ୍ରଚାର କଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ

ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବାବୁ ସିଂ ତାଙ୍କର ପ୍ରଚାର ଜୋରଦାର କରିଛନ୍ତି। ସକାଳୁ ୱାର୍ଡ଼ ନଂ ୫୮ ଅଞ୍ଚଳରେ ବ୍ରହ୍ମେଶ୍ୱର ପାର୍କ ରେ ସେ ଲୋକଙ୍କ ଭେଟି ନିଜ ସପକ୍ଷରେ ପ୍ରଚାର କରିଥିଲେ। ପରେ ପାଣ୍ଡବନଗର ଓ ନାଥପୁର ଅଞ୍ଚଳରେ ଜନ ସମ୍ପର୍କ ପଦଯାତ୍ରା କରି  ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ବିଜେପିକୁ ଭୋଟ୍ ଦେଇ ଜିତାଇବାକୁ ଅନୁରୋଧ କରିଥିଲେ।

ଏହାପରେ ସେ ରାଜ୍ୟ କାର୍ଯ୍ୟାଳୟରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେଡ଼ି ଓ ଅନ୍ୟ ଦଳର ବହୁ ନେତା ବିଜେପିରେ ବାବୁ ସିଂ ଙ୍କ ନେତୃତ୍ୱରେ ମିଶିଥିଲେ। ଏକାମ୍ର ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା, ଡୋର କ୍ୟାମ୍ପନ, ପଥପ୍ରାନ୍ତ ପ୍ରଚାର କରି ବିଜେପିକୁ ବିପୁଳ ଜନସମର୍ଥନ ଦେବା ପାଇଁ ସେ ନିବେଦନ କରିଥିଲେ।