Categories
ବିଶେଷ ଖବର ରାଜ୍ୟ ଖବର

ଆଜି ଅନୁଗୁଳରେ ବିଜେପି ବିଜେଡି ଧମକା, ଏକା ମୁଖ୍ୟମନ୍ତ୍ରୀ ନବୀନ ବନାମ ତିନି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଆଜି ଅନୁଗୁଳ ଜିଲ୍ଲାରେ ରାଜନୀତିରେ ହେବ ଏକ ଧମକା। କାରଣ ଆଜି ଅନୁଗୁଳରେ ବିଜେଡି ତାହାର ପାୱାର ସୋ କରୁଛି। ସେହିପରି ବିଜେପି ତରଫରୁ ତିନି କେନ୍ଦ୍ରମନ୍ତ୍ରୀ ମଧ୍ୟ ଆଜି ଅନୁଗୁଳରେ ସଭା କରୁଛନ୍ତି। ଯାହାକୁ ନେଇ ଆଜି ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଏକ କମ୍ପନ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଗସ୍ତ କରି ସେଠାରେ ସେଠାରେ ସେ ଏକ ଜନସଭାକୁ ସମ୍ବୋଧନ କରିବା ସହିତ ୧୮୦୫ କୋଟି ଟଙ୍କାର ମୋଟ ୨୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେହିପରି ମହିଳା ଏସ୍‌ଏଚ୍‌ଜିମାନଙ୍କୁ ମୋଟ ୨୪୨ କୋଟି ଟଙ୍କାର ଋଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଆଜି ୩ ଜଣ କେନ୍ଦ୍ରମନ୍ତ୍ରୀ ଜିଲ୍ଲାକୁ ଆସୁଛନ୍ତି। ସ୍ଥାନୀୟ ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆସିବେ। ସେମାନେ ଅନୁଗୁଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ସେ ତାଳଚେର ବଳରାମ ଦେଇ ଅନୁଗୁଳ ପର୍ଯ୍ୟନ୍ତ ନୂତନ ରେଳପଥ ଉଦ୍‌ଘାଟନ ଏବଂ ସମ୍ବଲପୁର-ସାଲିମାର ଏକ୍ସପ୍ରେସ୍‌ ଟ୍ରେନ୍‌ର ଶୁଭାରମ୍ଭ କରିବେ।

ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି। କାରଣ ଉଭୟ ଦଳ ସେଠାରେ ଏପରି ପାୱାର ସୋ କରିବା ନିଶ୍ଚିତ ଭାବେ ନିର୍ବାଚନ ପ୍ରଚାର ଛଡା ଆଉ କିଛି ନୁହେଁ। ଧର୍ମେନ୍ଦ୍ର ପ୍ରଧାନ ତାଳଚେରରୁ ପ୍ରାର୍ଥୀ ହେବେ। ସେଥିପାଇଁ ସେ ସହି ଜିଲ୍ଲାକୁ ବାରମ୍ବାର ଗସ୍ତ କରି ନିଜର ପତିୟାରା ଦେଖାଇବାକୁ ଚାହାଁନ୍ତି। ହେଲେ ତାହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ମଧ୍ୟ ଅନୁରୂପ ପ୍ରସ୍ତୁତି କରିଛି।