Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ଜଣେ ବିଜେପି ସରପଞ୍ଚକୁ ଅତି ପାଖରୁ ଗୁଳି କରି କଲେ ହତ୍ୟା, ଗତ ମାସରେ ମଧ୍ୟ ଜଣଙ୍କୁ କରାଯାଇଥିଲା ହତ୍ୟା

କାଶ୍ମୀର, ଆଜି ସକାଳେ ଦକ୍ଷିଣ କାଶ୍ମୀର ଭାସୁଠାରେ ଜଣେ ବିଜେପି ସରପଞ୍ଚଙ୍କୁ ସନ୍ତ୍ରସବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ନାମ ହେଉଛି ସାଜାଦ ଅହମ୍ମଦ ଖାଣ୍ଡି। ତାଙ୍କୁ ସନ୍ତ୍ରସବାଦୀମାନେ ଅତି ପାଖରୁ ଗୁଳି କରି ଫେରାର ହୋଇଯାଇଥିଲେ। ପରବର୍ତ୍ତି ସମୟରେ ତାଙ୍କୁ ହସପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଣଷା କରିଥିଲେ।

ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଧାରାବାହିକ ଭାବେ ରାଜନେତାଙ୍କୁ ସନ୍ତ୍ରାସବାଦୀମାନେ ଗୁଳି କରି ହତ୍ୟା କରୁଛନ୍ତି। ଗତମାସରେ ମଧ୍ୟ ସେହିପରି ଜଣେ ବିଜେପି ନେତା ୱାମି ବରିଙ୍କୁ ସନ୍ତ୍ରାସବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ବରି ଉତ୍ତର କାଶ୍ମୀରର ବନ୍ଦିପୁର ଜିଲ୍ଲାର ଜିଲ୍ଲା ସଭାପତି ଥିଲେ।