Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

BJD BJP Alliance: ବଢିଲା ମେଣ୍ଟ ଚର୍ଚ୍ଚା, ଜରୁରୀ ଦିଲ୍ଲୀ ଗସ୍ତରେ ବିଜେପିର ତିନି ନେତା

BJD BJP Alliance: ପୁଣି ଥରେ ରାଜ୍ୟ ରାଜନୀତିରେ ମେଣ୍ଟ ଚର୍ଚ୍ଚା ଜୋର ଧରିଛି। ଅଳ୍ପ ସମୟ ପାଇଁ ନିରବତା ପରେ ତାହା ଏବେ ଭଙ୍ଗ ହୋଇଛି। ଏହାର କାରଣ ହେଲା ଆଜି ପୁଣି ଥରେ ନୂଆଦିଲ୍ଲୀକୁ ଜରୁରୀ ଗସ୍ତ କରିଛନ୍ତି ବିଜେପିର ତିନି ବରିଷ୍ଠ ନେତା।

ସେମାନେ ହେଲେ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସଂଗଠନ ସଂପାଦକ ମାନସ ମହାନ୍ତି। ନିକଟରେ ସେମାନେ ଆଲୋଚନା କରି ଆସିବା ପରେ ପୁଣି ଥରେ ଦିଲ୍ଲା ଡକରା ନେଇ ମେଣ୍ଟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ତେବେ ଏଥିରେ ବିଜେଡିରୁ କେହି ଯାଇଛନ୍ତି କି ନାହିଁ ତାହା ଜଣାପଡି ନାହିଁ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ବିଜେପି ମଧ୍ୟରେ କଣ ମେଣ୍ଟ ହେବ? ତେବେ ଏମିତି କାହିଁକି କହିଲେ ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର

ଭୁବନେଶ୍ବର: ଏଥର ନିର୍ବାଚନରେ ବିଜେଡି ବିଜେପି ଭିତରେ ମେଣ୍ଟ ହେବ। ଏହି ଚର୍ଚ୍ଚା ଦୀର୍ଘଦିନ ଧରି ଲାଗି ରହିଛି। ପୂର୍ବରୁ ସମସ୍ତ ବିଜେପି ନେତା ମେଣ୍ଟ କେବେ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ହେଲେ ଆଜି ବିଜେପିର ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଯାହା କହିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସାମ୍ବାଦିକଙ୍କ ମେଣ୍ଟ ପ୍ରଶ୍ନର ଉତ୍ତରେ ତୋମାର କହିଛନ୍ତି ଯେ, ମେଣ୍ଟ ହେବା ନ ହେବା ନେଇ କେନ୍ଦ୍ର ନେତୃତ୍ୟ ବିଚାର କରିବେ। ହେଲେ ଓଡିଶାରେ ବିଜେପି ଏକାକୀ ଲଢେଇ କରିବାକୁ ପ୍ରସ୍ତୁତ ଅଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି। କାରଣ ପୂର୍ବରୁ ସେ ନିଜେ ମେଣ୍ଟ ହେବ ନାହିଁ ବୋଲି କହୁଥିବା ବେଳେ ହଠାତ ଆଜି ସେ ଏପରି କାହିଁକି କହିଲେ ବୋଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତୋମାର ନିକଟରେ ଓଡିଶା ଗସ୍ତରେ ଆସି ସେ ସେତେବେଳେ ଦମ୍ଭର ସହିତ କହିଥିଲେ ଓଡିଶା ବିଧାନସଭାରେ ବିଜେପି 80 ରୁ ଉର୍ଦ୍ଧ ଆସନରେ ଜିତିବ। ସେହିପରି ଲୋକସଭାରେ 15 ଆସନରେ ବିଜୟ ଲାଭ କରିବ। ତେବେ ଆଜି ହଠାତ ମେଣ୍ଟ ନିଷ୍ପତି କେନ୍ଦ୍ରୀୟ ନେତା ନିଷ୍ପତି ନେବେ ବୋଲି କହିବା କାରଣ କଣ ବୋଲି ପ୍ରଶ୍ନ ଉଠିଛି।

ତୋମାରଙ୍କ ଗତିବିଧୀରୁ ସ୍ପଷ୍ଟ ହୋଇଛି ଯେ, ବୋଧହୁଏ କେନ୍ଦ୍ରୀୟ ନେତାମାନେ ଓଡିଶାରେ ବିଜେପି ବିଜେଡି ମେଣ୍ଟ ହେବା ନେଇ ଚିନ୍ତା କରୁଛନ୍ତି। ଯାହାର ସୁରାକ ପାଇଛନ୍ତି ଓଡିଶାର ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର। ସେଥିପାଇଁ ସେ ମେଣ୍ଟ ଘୋଷଣା କରିବା ପରିବର୍ତ୍ତେ ସେ ଏପରି ଏକ ମେଣ୍ଟ ସମ୍ଭବାନ ନେଇ ବାର୍ତ୍ତା ଛାଡିଦେଲେ।

ତେବେ ଏ ନେଇ ରାଜ୍ୟ ନେତୃତ୍ବ ମେଣ୍ଟ ହେବ ନାହିଁ ବୋଲି ସ୍ପଷ୍ଟ ସୂଚନା ଦେଉଛନ୍ତି। ଓଡିଶାରେ ବିଜେପି ଏକାକୀ ଲଢେଇ କରିବ ବୋଲି ସେମାନେ ଏବେ ବି କହୁଛନ୍ତି। ହେଲେ ପ୍ରକୃତ କଥା ଯଦି କେନ୍ଦ୍ରୀୟ ନେତୃତ୍ବ ମେଣ୍ଟ ହେବା ପାଇଁ କହିବେ ସେତେବେଳେ ଏମାନେ ଆଉ ମନା କରିପାରିବେ ନାହିଁ।