Categories
ଆଞ୍ଚଳିକ

ରଣପୁର: ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ନେତୃତ୍ୱରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନୀଲ ମହାନ୍ତି ଓ ସି.ଆର.ସି.ସି. ସୁଶୀଲ କୁମାର ରଣା ଅତିଥି ଭାବେ ଯୋଗ ଦେଇଥିଲେ।

ଏଥିରେ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ଛାତ୍ର ଆଶିଷ ସୁନ୍ଦରାୟଙ୍କୁ ଉପଢୌକନ ଓ ଟ୍ରଫି ଦିଆଯାଇ ସମ୍ବର୍ଦ୍ଧନା କରାଯାଇ ଥିଲା। ଏହା ସହିତ ସମସ୍ତ ପିଲାମାନଙ୍କୁ ପୁଷ୍ପଗୁଛ ଓ ଉପହାର ଦିଆ ଯାଇ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା।  ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କାର ଦିଆଯାଇ ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ବିଦ୍ୟାଳୟରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏପରିକି ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ ବକ୍ତବ୍ୟ ରଖିଲା ବେଳେ କାନ୍ଦି ପକାଇ ଥିଲେ।  ସମସ୍ତ ଛାତ୍ରଛାତ୍ରୀମାନେ କାନ୍ଦି କାନ୍ଦି ଅଶ୍ରୁ ଧାର ବୁହାଇ ଚାଲିଥିଲେ। ଶିକ୍ଷୟତ୍ରୀ ସରୋଜିନୀ ମଙ୍ଗରାଜ, ଶିକ୍ଷକ ଅଜୟ କୁମାର ସାହୁ, ରମେଶ ଚନ୍ଦ୍ର ନାୟକ, ଶରତ କୁମାର ନାୟକ, ବିଜୟ କୁମାର ଚମ୍ପତିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା କମିଟିର ସଦସ୍ୟସଦସ୍ୟା ପିଲାମାନଙ୍କୁ ବିଭିନ୍ନ ଉପଦେଶ ଦେଇ ସେମାନଙ୍କ ଉଜ୍ବଳମୟ ଭବିଷ୍ୟତ କାମନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟ କ୍ରୀଡ଼ା ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟରେ ଦୀର୍ଘ ୩୬ ବର୍ଷ ଧରି କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟ କରି ଅବସରଗ୍ରହଣ କରିଥିବା ବିଜୟ କୁମାର ରାଉତଙ୍କୁ ଆଜି ମହାବିଦ୍ୟାଳୟ ପକ୍ଷରୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଥମେ ଶିକ୍ଷକ ସଙ୍ଘ ସଭାପତି ଡକ୍ଟର କଳ୍ପନା ଦାଶ ଓ ସମ୍ପାଦକ ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ ଶ୍ରୀ ରାଉତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ପରେ ମୁଖ୍ୟ କିରାଣୀ ସୁଧାକର ନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟଙ୍କ ସଂଯୋଜନାରେ ପ୍ରକାଶିତ ଏକ ଅଭିନନ୍ଦନିକା ଉନ୍ମୋଚିତ ହୋଇଥଲା। ଏହାପରେ ବରିଷ୍ଠ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ, ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଡକ୍ଟର କଳ୍ପନା ଦାଶ, ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ଡକ୍ଟର ମୋନାଲିସା ମାନସିଂହ, ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ, ଡକ୍ଟର ଅକ୍ଷୟ କୁମାର ମିଶ୍ର, ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଡକ୍ଟର ସନ୍ତୋଷ କୁମାର ରଥ, ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟ, ଅଧ୍ୟାପିକା ସୁନିତା ନନ୍ଦ, ସ୍ୱାତୀ ସ୍ଵାଗତିକା ସାହୁ, ଅମ୍ରିତା ନନ୍ଦ, କ୍ରିଷ୍ଣା ସେଠୀ, କୀର୍ତ୍ତି ମୟୀ ବାରିକ, ମନସ୍ବିନୀ ପଟ୍ଟନାୟକ, ସୁବ୍ରତ ତ୍ରିପାଠୀ, ଶିବରାମ ସିଂ, ପ୍ରଦୀପ ପାଢ଼ୀ, ଧୋବୀ ଚରଣ ପରିଡ଼ା, ରୋଜାଲିନ ମିଶ୍ର ପମୁଖ କ୍ରୀଡ଼ା ପ୍ରଶିକ୍ଷକ ବିଜୟ ରାଉତଙ୍କ ନିଷ୍ଠାପର ସେବା, ସର୍ଜନାତ୍ମକ କାର୍ଯ୍ୟକ୍ରମ, କ୍ରୀଡ଼ାତ୍ମକ କାର୍ଯ୍ୟକ୍ରମ, ମୋ କଲେଜ ଅଭିଯାନରେ ସମ୍ପୃକ୍ତି ଓ ଅବଦାନ ସମ୍ପର୍କରେ ନିଜର ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷl ଶ୍ରୀମତୀ ରାଉତ ସେବା ନିବୃତ୍ତ କ୍ରୀଡ଼ା ଶିକ୍ଷକ ବିଜୟ ରାଉତଙ୍କୁ ଶିକ୍ଷକ ଓ ଅଣ ଶିକ୍ଷକକର୍ମଚାରୀଙ୍କ ପକ୍ଷରୁ ଉପଢୌକନ, ମାନପତ୍ର, ଫୁଲତୋଡ଼ା ଓ ଉପହାର ପ୍ରଦାନ କରିଥିଲେ। ଶେଷରେ ବିଦାୟୀ ଶିକ୍ଷକ ଶ୍ରୀ ରାଉତ ମହାବିଦ୍ୟାଳୟରେ ବିତାଇଥିବା ଛତିଶ ବର୍ଷର କର୍ମମୟ ଜୀବନର ଅଭିଜ୍ଞତା ଭାବ ବିହ୍ଵଳ ଭାବେ ବର୍ଣ୍ଣନା କରିଥିଲେ।

ପ୍ରକାଶ ଥାଉକି କ୍ରୀଡା ପ୍ରଶିକ୍ଷକ ଶ୍ରୀ ରାଉତ ରାଜ୍ୟ ଓ ଜାତୀୟ ସ୍ତରରେ ଅନେକବାର ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ କୋଚ, ମ୍ୟାନେଜର, ରେଫେରୀ ଭାବେ ପ୍ରତିନିଧିତ୍ୱ କରି ଅନେକ ଗାରିମା ସୃଷ୍ଟି କରିବା ସହ ମହାବିଦ୍ୟାଳୟ ସ୍ତରରେ ମୋ କଲେଜ ଅଭିଯାନରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରିଛନ୍ତି। ଏଥିସହ ସମସ୍ତ କୃତିତ୍ୱକୁ ନେଇ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁତ ଏକ ବୃତ୍ତ ଚିତ୍ର ପ୍ରଦର୍ଶିତ ହୋଇଥିଲା। ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତୀୟ ବକ୍ତବ୍ୟ ପରେ ଧନ୍ୟବାଦ ଅର୍ପଣ କରିଥିଲେ ଡକ୍ଟର ସନ୍ତୋଷ କୁମାର ରଥ।  କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା।

Categories
ଆଞ୍ଚଳିକ

ରଣପୁର: ଗୁରୁଙ୍କ ବିଦାୟ ସମ୍ବର୍ଦ୍ଧନା ସଭା

ରଣପୁର: ରଣପୁର ବ୍ଲକ ମଧ୍ୟ ଇଁରାଜୀ ବିଦ୍ୟାଳୟ ଶିକ୍ଷକ ସଙ୍ଘ ତରଫରୁ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଅଧିକାରିଣୀ ବନଲତା ବେହେରା ଯୋଗ ଦେଇଥିଲେ। ଏଥିରେ ଅବସର ପ୍ରାପ୍ତ ଶିକ୍ଷକ ପଦ୍ମ ଚରଣ ସେଠି, ଭୀମସେନ ସେଠି, ମଞ୍ଜୁଲତା ପାଟଯୋଶୀ, ଗୌତମ ପ୍ରଧାନ, ମୁରଲୀଧର ମହାରଣା, ନରେନ୍ଦ୍ର ବେହୁରା, ଅଜୟ କୁମାର ଭଞ୍ଜ ଓ ଗୋପାଳ କ୍ରିଷ୍ଣା ବେହେରାଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସେହିପରି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାବେ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇ ଯାଇଥିବା ରବୀନ୍ଦ୍ର କୁମାର ନାୟକ, ନିରୁପମା ମହାପାତ୍ର, ସୁଧାଂଶୁ ମଞ୍ଜରୀ ଦେବୀ, ବିଜୟ ଦାଶ, ପଦ୍ମିନୀ ପଣ୍ଡା, ମାଧବ ଚନ୍ଦ୍ର ମାଝୀ ଓ ଲକ୍ଷ୍ମୀ ଦେଇଙ୍କୁ ମଧ୍ୟ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶିକ୍ଷୟତ୍ରୀ ସରୋଜିନୀ ମଙ୍ଗରାଜଙ୍କ ନିର୍ଦ୍ଦେଶନାରେ ନରସିଂହପୁର ୟୁଜିଏମଇ ବିଦ୍ୟାଳୟର ପିଲାମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଙ୍ଘର ସଭାପତି ଅଶୋକ କୁମାର ଦାଶ ଓ ସମ୍ପାଦକ ନୀଳକଣ୍ଠ ରଥ ପରିଚାଳନା କରିଥିଲେ।

ସେହିପରି ଭାବେ ଗୌରଙ୍ଗପୁର କ୍ଲଷ୍ଟର ଗୌରଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମୁରଲୀଧର ମହାରଣାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶରତ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ଉପସ୍ଥିତ ରହି ବିଦାୟୀ ଶିକ୍ଷକଙ୍କ ଗୁଣ ଗାନ କରିଥିଲେ।

Categories
RajyasabhaElection ଜାତୀୟ ଖବର ବିଶେଷ ଖବର

ଅବସର ଗ୍ରହଣ କରୁଥିବା ରାଜ୍ୟସଭା ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାର ସମସ୍ତ ଅବସର ଗ୍ରହଣ କରୁଥିବା ସଦସ୍ୟଙ୍କ ଅବଦାନର ପ୍ରଶଂସା କରିବା ସହ ସେମାନଙ୍କ ସୁଖଦ ଭବିଷ୍ୟତ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଅବସର ଗ୍ରହଣକାରୀ ସଦସ୍ୟମାନଙ୍କ ଅଭିଜ୍ଞତାର ମହତ୍ୱ ଉପରେ ଆଲୋକପାତ କରି ସେମାନଙ୍କ ଅନୁପସ୍ଥିତିରେ ଅବସର ନନେଇଥିବା ସଦସ୍ୟ ମାନଙ୍କ ଦାୟୀତ୍ୱ ବୃଦ୍ଧି ପାଇଛି ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶର ଭାବନା, ଉତ୍ସାହ, ଯନ୍ତ୍ରଣା ଓ ଆନନ୍ଦ ଗୃହର ପ୍ରତିଫଳିତ ହୋଇଥାଏ। ମୋଦୀ କହିଥିଲେ ଏକଥା ସତ୍ୟ ଯେ ସଦସ୍ୟମାନେ ସଦନକୁ ବହୁକିଛି ଦେଇଥାନ୍ତି। ହେଲେ ଏକଥା ମଧ୍ୟ ସତ୍ୟ ଯେ ସଦନ ମଧ୍ୟ ଆମକୁ ଦେଶରେ ପ୍ରତିଦିନ ଘଟୁଥିବା ବିଭିନ୍ନ ସମସ୍ୟା ଉପରେ ବକ୍ତବ୍ୟ ରଖିବାକୁ ସୁଯୋଗ ଦେଇଥାଏ।

କେତେକ ସଦସ୍ୟ ଅବସର ଗ୍ରହଣ କରୁଥିଲେ ମଧ୍ୟ ସେମାନେ ସେମାନଙ୍କ ସମୃଦ୍ଧ ଅଭିଜ୍ଞତା ଦେଶର କୋଣ ଅନୁକୋଣରେ କାର୍ଯ୍ୟରେ ଲଗାଇବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସଦସ୍ୟମାନେ ସେମାନଙ୍କ ସ୍ମୃତିକୁ ପାଥେୟ କରି ଭବିଷ୍ୟତ ପୀଢ଼ି ନିମନ୍ତେ ଲେଖନୀ ଚାଳନା କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଦେଶକୁ ସଠିକ ଦିଗଦର୍ଶନ ଦେବାପାଇଁ ତଥା ଏହାର ବିକାଶ ନିମନ୍ତେ ନିଜର ଅଭିଜ୍ଞତା କାମରେ ଲଗାଇପାରିବେ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଅବସର ଗ୍ରହଣ କରୁଥିବା ସଦସ୍ୟମାନଙ୍କ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଥିଲେ।