ରଣପୁର: ଗୁରୁଙ୍କ ବିଦାୟ ସମ୍ବର୍ଦ୍ଧନା ସଭା

Published: Mar 10, 2023, 8:11 pm IST

ରଣପୁର: ରଣପୁର ବ୍ଲକ ମଧ୍ୟ ଇଁରାଜୀ ବିଦ୍ୟାଳୟ ଶିକ୍ଷକ ସଙ୍ଘ ତରଫରୁ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଅଧିକାରିଣୀ ବନଲତା ବେହେରା ଯୋଗ ଦେଇଥିଲେ। ଏଥିରେ ଅବସର ପ୍ରାପ୍ତ ଶିକ୍ଷକ ପଦ୍ମ ଚରଣ ସେଠି, ଭୀମସେନ ସେଠି, ମଞ୍ଜୁଲତା ପାଟଯୋଶୀ, ଗୌତମ ପ୍ରଧାନ, ମୁରଲୀଧର ମହାରଣା, ନରେନ୍ଦ୍ର ବେହୁରା, ଅଜୟ କୁମାର ଭଞ୍ଜ ଓ ଗୋପାଳ କ୍ରିଷ୍ଣା ବେହେରାଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସେହିପରି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାବେ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇ ଯାଇଥିବା ରବୀନ୍ଦ୍ର କୁମାର ନାୟକ, ନିରୁପମା ମହାପାତ୍ର, ସୁଧାଂଶୁ ମଞ୍ଜରୀ ଦେବୀ, ବିଜୟ ଦାଶ, ପଦ୍ମିନୀ ପଣ୍ଡା, ମାଧବ ଚନ୍ଦ୍ର ମାଝୀ ଓ ଲକ୍ଷ୍ମୀ ଦେଇଙ୍କୁ ମଧ୍ୟ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶିକ୍ଷୟତ୍ରୀ ସରୋଜିନୀ ମଙ୍ଗରାଜଙ୍କ ନିର୍ଦ୍ଦେଶନାରେ ନରସିଂହପୁର ୟୁଜିଏମଇ ବିଦ୍ୟାଳୟର ପିଲାମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଙ୍ଘର ସଭାପତି ଅଶୋକ କୁମାର ଦାଶ ଓ ସମ୍ପାଦକ ନୀଳକଣ୍ଠ ରଥ ପରିଚାଳନା କରିଥିଲେ।

ସେହିପରି ଭାବେ ଗୌରଙ୍ଗପୁର କ୍ଲଷ୍ଟର ଗୌରଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମୁରଲୀଧର ମହାରଣାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶରତ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ଉପସ୍ଥିତ ରହି ବିଦାୟୀ ଶିକ୍ଷକଙ୍କ ଗୁଣ ଗାନ କରିଥିଲେ।

Related posts