Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ ଟାଓ୍ୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ, ଉଦ୍ଧାର କଲା ଅଗ୍ନିଶମ ବିଭାଗ 

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢାଖୋଲ ଥାନା ଖଣ୍ଡହତା ଠାରେ ୩୩ କେଭି ବିଦ୍ୟୁତ ଟାଓ୍ୱାର ଉପରେ ଜଣେ ଯୁବକ ଚଢ଼ି ଆତ୍ମହତ୍ୟା କରିବାକୁ ଧମକ ଦେଇଛି। ପରେ ସେହି ଯୁବକଜଣଙ୍କୁ ପୋଲିସ୍ ଓ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଥିବା ଜଣାପଡ଼ିଛି।

ଖବର ମୁତାବକ ଯୁବକ ଜଣକ ପାରିବାରିକ କଳହରୁ ଆତ୍ମହତ୍ୟା ଧମକ ଦେଇ ଟାଓ୍ଵାର ଉପରେ ଚଢ଼ି ଯାଇଥିଲେ। ବିଲ ମଝିରେ ଯାଇଥିବା ୩୩ କେଭି ବିଦ୍ୟୁତ ଟାଓ୍ଵାରକୁ ଯୁବକ ଜଣଙ୍କ ଚଢ଼ିଯାଇଥିଲେ। ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ତଳକୁ ଆଣିବା ପାଇଁ ବହୁ ଉଦ୍ୟମ କରିଥିଲେ। ବିଦ୍ୟୁତ୍ ଟାଓ୍ବାର ତଳେ ତାଙ୍କ ପତ୍ନୀ ଦୁଇ ପିଲାଙ୍କୁ ଧରି ବସି ରହିଥିଲେ।

ଏହି ବିପଜ୍ଜନକ ୩୩ କେଭି ଟାଓ୍ଵାରରେ ଅଳ୍ପ ମାତ୍ରାରେ ସକ୍‌ ଲାଗୁଥିଲେ ମଧ୍ୟ କର୍ମଚାରୀମାନେ ନଡରି ଟାଓ୍ଵାର ଉପରେ ଚଢ଼ିଥିଲେ। ସେମାନେ ସଂପୃକ୍ତ ଯୁବକଙ୍କୁ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବୁଝାଶୁଝା କରି ବହୁ କଷ୍ଟରେ ଯୁବକକୁ ଓହ୍ଲାଇବାକୁ ରାଜି କରାଇଥିଲେ। ବୁଝାଶୁଝା ପରେ ଦଉଡ଼ିରେ ବାନ୍ଧି ତାଙ୍କୁ ପ୍ରାୟ ୧୦୦ ଫୁଟ ଉଚ୍ଚତାରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଉଦ୍ଧାର କରି ଯୁବକକୁ ରେଢ଼ାଖୋଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା ସୁସ୍ଥଥିବା ଜଣା ପଡ଼ି।