Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ ମିଟର ବସାଇବା ଟେଣ୍ଡର ଦେବା କହି ୧ କୋଟି ଠକେଇ: ୧ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସାଉଥ୍‌କୋ ୟୁଟିଲିଟି ଅଧୀନରେ ଥିବା ସାତଟି ଜିଲ୍ଲାର ଜନସାଧାରଣଙ୍କୁ ପ୍ରିପେଡ଼୍ ମିଟର ବସାଇବା କହି ଠକେଇ ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ବିଶ୍ୱନାଥ ବିଶ୍ୱାଳ ନାମକ ଜଣେ ଠକକୁ ଗିରଫ କରିଛି।

ଅତି ଅଭିନବ ଉପାୟରେ ବିଶ୍ୱନାଥ ଲୋକଙ୍କଠାରୁ ପ୍ରାୟ ୧ କୋଟି ଟଙ୍କା ଠକିଥିବା ଜଣାପଡ଼ିଛି। ସେ ଦକ୍ଷିଣାଞ୍ଚଳ ଅନ୍ତର୍ଗତ ଗଂଜାମ, ବୌଦ୍ଧ, ସୋନପୁର ଏବଂ କନ୍ଧମାଳ ସହ ୭ଟି ଜିଲ୍ଲାର ଲୋକଙ୍କୁ ପ୍ରିପେଡ଼୍ ମିଟର ବସାଇବା ଲାଗି ୱାର୍କ ଅର୍ଡ଼ର ଦେବାକୁ କହିଥିଲା। ପ୍ରତ୍ୟେକ ଗ୍ରାହକଙ୍କଠାରୁ ଟାଟା ଉପରୋକ୍ତ ଜିଲ୍ଲାଗୁଡ଼ିକର ପ୍ରତ୍ୟେକ ଗ୍ରାହକଙ୍କ ଘରେ ଇଲେକ୍ଟ୍ରିକ୍ ମିଟର ପରିବର୍ତ୍ତନ କରିବାକୁ ଯାଉଛି। ଯିଏବି ଏଜେଣ୍ଟ ରହିବ ସେମାନେ ଗୋଟିଏ ଗୋଟିଏ ମିଟର ବସାଇଲେ ୧୭୦ ଟଙ୍କା ଲେଖାଙ୍କ ଟାଟା ଠାରୁ କମିଶନ ବାବଦ ଅର୍ଥ ପାଇବ। ତେଣୁ ତୁମେ ମାନେ ଏଜେଣ୍ଟ ହିସାବରେ ରହିବ ସିକ୍ୟୁରିଟି ବାବଦକୁ ୩୦ ହଜାର ଟଙ୍କା ଲେଖାଏ ଦିଅ କହି ବହୁ ଲୋକଙ୍କଠାରୁ ପ୍ରାୟ ଏକକୋଟି ଟଙ୍କା ଠକି ନେଇଯାଇଛି।

ଏନେଇ ଟାଟା କଂପାନୀ ସହ ଏଜେଣ୍ଟମାନେ ଯୋଗାଯୋଗ କରିବାରୁ ଏହା ସଂପୂର୍ଣ୍ଣ ମିଛ ବୋଲି ଜାଣିବା ପରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ୍ ଥାନା କେସ ନଂ ୨୮/୨୧ରେ ଏକ ମାମଲା ରୁଜୁ କରାଯାଇ ବିଶ୍ୱନାଥଙ୍କୁ ଗତକାଲି ଗିରଫ କରି ଆଜି କୋର୍ଟଚାଲଣ କରାଯାଇ ତଦନ୍ତ ଜାରି ରହିଥିବା ଥାନା ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ ଅଭିଯୁକ୍ତଜଣକ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଡ଼କ୍ଟର୍ସ ଲେନ୍‌ରେ ମା’ ତାରାତାରିଣୀ ସର୍ଭିସ୍ ନାମକ ଅଫିସ୍ କରି ମଧ୍ୟ ବସିଥିଲା।