Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କାହିଁକି ଭେଟିଲେ ମନମୋହନ ସାମଲ, ବିଜେପିରେ ମିଶିବେ କି ?

ଭୁବନେଶ୍ବର: ଗତକାଲି ସଂଧ୍ୟାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସାକ୍ଷାତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ଭୁବନେଶ୍ବରସ୍ଥିତ ପ୍ରଦୀପଙ୍କ ସରକାରୀ ବାସଭବନରେ ମନମୋହନ ସାକ୍ଷାତ କରିଛନ୍ତି। ତେବେ ଏହି ସାକ୍ଷାତକୁ ନେଇ ମନମୋହନ କହିଛନ୍ତି ଯେ, ଅଶ୍ବିନୀ ବୈଷ୍ଣବଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିବାକୁ ଆସିଥିଲେ।

ହେଲେ ପ୍ରଦୀପ ପରୋକ୍ଷରେ ବିଜେପିରେ ମିଶୁଛନ୍ତି ବୋଲି ଇସାରା ଦେଇଥିଲେ। ସେ କହିଥିଲେ ଯେ, ଲୋକେ ସବୁଜ ରଂଗ ଦେଖିଲେଣି, ଧଳ ମଧ୍ୟ ଦେଖିସାରିଛନ୍ତି। ଏବେ ଗେରୁଆ ଦେଖିବା ପାଇଁ ଲୋକଙ୍କର ଆଗ୍ରହ ଅଛି। ସେହିପରି ସେ କହିଛନ୍ତି ଯେ, ବହୁ ବର୍ଷ ହେଲା ବିଜେଡି ବିଜେପି ପାଖରେ ସମର୍ପିତ ହୋଇଯାଇଛି।

ଏହି କାରଣରୁ ବିଜେପିକୁ ବିଜେଡି ସମର୍ଥନ ଦେବାକୁ ବାଧ୍ୟ ବୋଲି ପ୍ରଦୀପ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଯ୍ୟସିଟ, ୯ କୋଟି ଟଙ୍କାର ସଂପତ୍ତି ଠାବ

ଭୁବନେଶ୍ବର: ଆଜି ରାଜ୍ୟ ଭିଜିଲାନସ ବିଭାଗ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ପୃଷ୍ଠାର ଚାର୍ଯ୍ୟସିଟ ଦାଖଲ କରାଯାଇଛି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଏହି ଚାର୍ଯ୍ୟସିଟ ଦାଖଲ ହୋଇଛି। ତାଙ୍କ ବିରୋଧରେ ଆୟ ବହିଭୂତ ସଂପତ୍ତି ଅଭିଯୋଗ ଆସିଥିଲା। ସେହି ଅନୁସାରେ ଭିଜିଲାନସ ତାଙ୍କର ୯ କୋଟି ୧୮ ଲକ୍ଷ ଟଙ୍କା ଆୟ ବର୍ହିଭୂତ ସଂପତ୍ତି ରହିଛି ବୋଲି ଏହି ଚାର୍ଯ୍ୟସିଟରେ ଉଲ୍ଲେଖ କରାଯାଇଛି।

ଏଥିରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ତାଙ୍କର ଧର୍ମପତ୍ନୀ ସୁଜାତା ପାଣିଗ୍ରାହୀଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ପ୍ରଦୀପ ଟାଟା କଂପାନୀରେ ଚାକିରୀ କରାଇଦେବା ନାମରେ ବେକାରୀଙ୍କଠାରୁ ଟଙ୍କା ଠକିଥିଲେ। ସେହି ଆଧାରରେ ଭିଜିଲାନସ ତାଙ୍କୁ ୨୦୨୦ ଡିସେମ୍ବର ମାସରେ ଗିରଫ କରାଯାଇଥିଲା।

ତାଙ୍କ ବିରୋଧରେ ମାମଲା ରୁଜୁ ହେବାପରେ ୨୦୨୧ ମସିହାରେ ଲୋକାୟୁକ୍ତ ଆଇନ ୨୦୧୪ର ଅଧିନିୟମ ୨୦ ଅନୁସାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା। ଏଥିରେ ପ୍ରଦୀପ ପାଣିଗ୍ରାହୀ କ୍ଷମତାରେ ଥାଇ ୯ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଜଣା ପଡ଼ିଥିଲା। ପ୍ରଦୀପ ମଧ୍ୟ ଏହି ସମ୍ପତ୍ତି ବବାଦରେ କିଛି ସଠିକ ତଥ୍ୟ ଦେଇ ପାରି ନ ଥିଲେ ବୋଲି ଭିଜିଲାନସ ଉଲ୍ଲେଖ କରିଛି।

ପ୍ରଦୀପ ପାଣିଗ୍ରାହୀ ନିଜର ଗିରଫ ବିରୋଧରେ ଓଡ଼ିଶା ହାଇକୋର୍ଟରେ ଆବେଦନ କରିଥିଲେ। ଏହାପରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ସେ ୨୦୨୧ ମସିହା ଜୁନ ମାସରେ ଜେଲରୁ ବାହାରିଥିଲେ। ଏହି ମମାଲାରେ ଗିରଫ ହେବା ପରେ ପ୍ରଦୀପଙ୍କୁ ବିଜେଡି ପକ୍ଷରୁ ଦଳରୁ ବହିଷ୍କୃତ କରଯାଇଥିଲା। ବର୍ତ୍ତମାନ ଚାର୍ଯ୍ୟସିଟ ଦାଖଲ ପରେ କୋର୍ଟ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିିଛି।

Categories
ଆଜିର ଖବର ରାଜ୍ୟ ଖବର

ଛଅ ମାସ ପରେ ଝାରପଡା ଜେଲରୁ ମୁକୁଳୁଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର, ଶେଷରେ ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗତକାଲି ତାଙ୍କୁ କୋର୍ଟ କେତେକ ସର୍ତ୍ତ ମୂଳକ ଜାମିନୀ ପ୍ରଦାନ କରିଛନ୍ତି। ତାଙ୍କ ନାମରେ ଥିବା ବିଭିନ୍ନ ମାମଲାରେ ସେ ଜାମିନୀ ହାସଲ କରିଥିଲେ। ସେ ଦୀର୍ଘ ଛଅ ମାସ ଧରି ଝାଡପଡା ଜେଲରେ ଥିଲେ। ପ୍ରଦୀପଙ୍କ ପାଇଁ ମାମଲା ଲଢୁଥିଲେ ବରିଷ୍ଠ ଓକିଲ ପିତାମ୍ବର ଆଚାର୍ଯ୍ୟ।