Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବିପଦପୂର୍ଣ୍ଣ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ର: ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ କୁନି କୁନି ପିଲାଙ୍କ ଜୀବନ

ବବୁଲୁ ସାହୁ

କଳାହାଣ୍ଡି: ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି କଲାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ଗୋନ୍ତିଆପଡା ଅଙ୍ଗନବାଡି କେନ୍ଦ୍ର। ଏହି କେନ୍ଦ୍ର ସମ୍ମୁଖରେ ମାତ୍ର ୧୦ ମିଟର ଦୂରତାରେ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର। ଏହି ଟ୍ରାନ୍ସଫର୍ମରରୁ ବାହାରିଥିବା ବିଦ୍ୟୁତ ତାର କୁନି କୁନି ପିଲାଙ୍କ ମୁଣ୍ଡ ଉପରେ ରହି ଆହୁରି ବିପଦ ସୃଷ୍ଟି କରୁଛି। କିନ୍ତୁ ଏଥିପ୍ରତି ବିଦ୍ୟୁତ ବିଭାଗର କୌଣସି ଚିନ୍ତା ନାହିଁ। ଏନେଇ ଗ୍ରାମବାସୀଙ୍କ ତରଫରୁ କେନ୍ଦ୍ର ସମ୍ମୁଖରୁ ଟ୍ରାନ୍ସଫର୍ମରକୁ ହଟାଇ ଅନ୍ୟତ୍ର ଖୋଲା ସ୍ଥାନରେ ରଖିବା ପାଇଁ ଦାବୀ କରାଯାଉଛି।

ଉକ୍ତ ଅଙ୍ଗନବାଡି କେନ୍ଦ୍ରର ଚତୁଃପାର୍ଶ୍ଵରେ ପାଚେରୀ ନଥିବାରୁ  କୁନି କୁନି ପିଲାଙ୍କ ଜୀବନ ସହ ପ୍ରଶାସନ ଖେଳୁଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଯାହା ଫଳରେ ପଢିବାକୁ ଆସୁଥିବା ୩ ରୁ ୫ବର୍ଷ ପିଲାଙ୍କ  ଜୀବନ ପ୍ରତି ବିପଦ ରହୁଥିବାରୁ ଅଭିଭାବକ ପିଲାଙ୍କୁ ଅଙ୍ଗନବାଡି ଛାଡିବାକୁ ଭୟ କରୁଛନ୍ତି। ବିଦ୍ୟୁତ ବିଭାଗ ଏହିପରି ଅନେକ ସଂବେଦନଶୀଳ ଜାଗାକୁ ଅଣଦେଖା କରୁଥିବାରୁ ବିଦ୍ୟୁତ ଆଘାତରେ ରାଜ୍ୟରେ ବହୁ ଧନଜୀବନ ନଷ୍ଟ ହେଉଛି। ତେଣୁ ଉକ୍ତ କେନ୍ଦ୍ରକୁ ବିପଦମୁକ୍ତ କରିବାପାଇଁ ଗ୍ରାମବାସୀ, ସ୍ଥାନୀୟ ବୁଦ୍ଧିଜୀବୀଙ୍କ ତରଫରୁ ବିଦ୍ୟୁତ ବିଭାଗ ଓ ପ୍ରଶାସନକୁ ତୁରନ୍ତ ଦୃଷ୍ଟି ଦେବାପାଇଁ ଦାବୀ ହେଉଛି।