Categories
ଆଜିର ଖବର ମନୋରଂଜନ ସ୍ବାସ୍ଥ୍ୟ

ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ପ୍ରସିଦ୍ଧ ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା

ଭୁବନେଶ୍ଵର: ଆସନ୍ତାକାଲି ଓଡିଆ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ବିବାହ ବନ୍ଧନରେ ଯୋଡି ହେବାକୁ ଯାଉଛନ୍ତି। ଉଭୟଙ୍କ ମଧ୍ୟରେ ସଂପର୍କକୁ ନେଇ ବହୁଦିନ ଧରି ଚର୍ଚ୍ଚା ଲାଗି ରାଇଥିଲା।

ଓଡିଆ ଚଳଚ୍ଚିତ୍ର ଜଗତର ଏହି ସୁପର ହିଟ ଯୋଡି ଏବେ ବାସ୍ତବ ଜୀବନରେ ଯୋଡି ହେବାକୁ ଯାଉଛନ୍ତି। ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ଉଭୟଙ୍କ ବିବାହ ଉତ୍ସବ ଆୟୋଜନ କରାଯାଉଥିବା ସୂଚନା ରହିଛି। ପୂର୍ବରୁ ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ଶେଷ ହୋଇଥିବା ବେଳେ ଆସନ୍ତାକାଲି ଉଭୟ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ସାମାଜିକ ଗଣମାଧ୍ୟମରେ ଉଭୟ ଏନେଇ ସୂଚନା ଦେଇଛନ୍ତି।