Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିମୁଦ୍ରୀକରଣ ମାମଲା: ଆସିଲା ସୁପ୍ରିମକୋର୍ଟଙ୍କ ରାୟ, ବିଚାରପତି ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ବିମୁଦ୍ରୀକରଣ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିଛି। ୨୦୧୬ ର ବିମୁଦ୍ରୀକରଣକୁ ବୈଧ ବୋଲି କୋର୍ଟ ଘୋଷଣା କରିଛନ୍ତି। ଏହା ସହିତ କୋର୍ଟ ସମସ୍ତ ୫୮ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି। ୪ ବିଚାରପତିଙ୍କ ସଂଖ୍ୟାଗରିଷ୍ଠତାରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ, ନଭେମ୍ବର ୮ ତାରିଖ ୨୦୧୬ ର ବିଜ୍ଞପ୍ତିରେ କୌଣସି ତ୍ରୁଟି ମିଳିନାହିଁ। ସମସ୍ତ ସିରିଜର ନୋଟଗୁଡିକ ପ୍ରତ୍ୟାହାରଯୋଗ୍ୟ।