Categories
ଜାତୀୟ ଖବର ବିଶେଷ ଖବର

ପେଗାସସ୍ ଗୁପ୍ତଚର ମାମଲାରେ ସୁପ୍ରିମକୋର୍ଟଙ୍କର ବଡ ରାୟ, ତଦନ୍ତ ପାଇଁ ଗଠନ କଲେ ଏକ କମିଟ୍

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ରାୟ ଅନୁସାରେ କୋର୍ଟ ଏହି ଘଟଣାର ତଦନ୍ତ ପାଇଁ ତିନି ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ଜଷ୍ଟିସ ଆର.ଭି ରାଭେନ୍ଦ୍ରନଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି । ଏଥିରେ ଆଲୋକ ଜୋଶୀ ଏବଂ ସନ୍ଦୀପ ଓବରୋଇ ସଦସ୍ୟ ରହିଛନ୍ତି।

ପେଗାସସ୍ ମାମଲାରେ ସୁପ୍ରିମକୋର୍ଟରେ ଅନେକ ପିଟିସନ ଦାଖଲ କରାଯାଇଛି। ଆଜି ସୁପ୍ରିମକୋର୍ଟ ତିନିଜଣିଆ ଖଣ୍ଡପିଠ ଏହି ମାମଲାର ଶୁଣାଣି କରିଥିଲେ। ଏଥିରେ ଖୋଦ୍ ମୁଖ୍ୟ ବିଚାରପତି ଏନ.ଭି ରାମନା, ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ କୌଣସି ପ୍ରକାରର ବ୍ୟକ୍ତିଗତ ଗୁପ୍ତଚରକୁ ଆଦୌ ଗ୍ରହଣୀୟ ନୁହେଁ। ଅଦାଲତ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ କୌଣସି ସ୍ପଷ୍ଟ ଆଭିମୁଖ୍ୟ ନାହିଁ। କୌଣସି ପ୍ରକାରର ଗୋପନୀୟତା ଉଲ୍ଲଂଘନ ହେଲେ ସେହି ଘଟଣାର ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି।

23 ସେପ୍ଟେମ୍ବରରେ ଏକ ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏନ.ଭି ରାମନା କହିଥିଲେ ଯେ ସେ ଏକ କମିଟି ଗଠନ କରିବାକୁ ଚାହୁଁଛନ୍ତି। କିଛି ବିଶେଷଜ୍ଞ ବ୍ୟକ୍ତିଗତ କାରଣରୁ ଏହି କମିଟିରେ ଯୋଗଦେବାକୁ ସେମାନଙ୍କର ଅକ୍ଷମତା ପ୍ରକାଶ କରିଛନ୍ତି। ଏହି କାରଣରୁ ଏହି ରାୟ ପ୍ରଦାନରେ ବିଳମ୍ବ ହୋଇଥିଲା।

ପେଗାସସ୍ ମାମଲାର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ 15 ଟି ଆବେଦନ ବିଚାରାଧୀନ ଅଛି। ବରିଷ୍ଠ ସାମ୍ବାଦିକ ଏନ ରାମ, ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ସମେତ ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଏହି ଆବେଦନ କରିଛନ୍ତି।

ଏହି ପିଟିସନରେ କେନ୍ଦ୍ର ସରକାର ବହୁ ରାଜନେତା , ସାମ୍ବାଦିକ, ପୂର୍ବତନ ବିଚାରପତି ଏବଂ ସାଧାରଣ ନାଗରିକଙ୍କୁ ଗୁପ୍ତଚର ମାଧ୍ୟମରେ ଟ୍ରାକ କରାଯାଉଥିବାର ଅଭିଯୋଗ କରାଯାଇଛି। ସେପ୍ଟେମ୍ବର 13 ରେ ସୁପ୍ରିମକୋର୍ଟ ଏହି ମାମଲାର ତଦନ୍ତ ରାୟକୁ ସଂରକ୍ଷିତ ରଖିଥିଲେ। ଯାହା ଆଜି ରାୟ୍ ପ୍ରକାଶ କରିଛନ୍ତି।

ଏହି ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର ନିଜ ଆଡୁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ ଯେଉଁଥିରେ ସରକାରଙ୍କର କୈଣସି ବ୍ୟକ୍ତି ରହିବେ ନାହିଁ। ଏହି କମିଟି କୋର୍ଟଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିବ ଏବଂ କୋର୍ଟକୁ ରିପୋର୍ଟ ଦେବେ ବୋଲି କୋର୍ଟକୁ ଜଣାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ପରୀକ୍ଷା ଫଳ: ଆଜି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ବିଶେଷଜ୍ଞ କମିଟି

ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟ ସରକାରଙ୍କୁ ପରୀକ୍ଷା ଫଳ ପ୍ରସ୍ତୁତି ଲାଗି ଗଠିତ ବିଶେଷଜ୍ଞ ଟିମ ରିପୋର୍ଟ ପ୍ରଦାନ କରିବେ। ଦଶମ ବୋର୍ଡ ପରୀକ୍ଷା ଫଳ ଆଧାରରେ ଯୁକ୍ତ ୨ ପରୀକ୍ଷା ଫଳ ମୂଲ୍ୟାୟନକୁ ଗୁରୁତ୍ଵ ଦିଆଯିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ପାଇଁ ପ୍ରସ୍ତୁତି ଆରମ୍ଭ: ୧୫ ଦିନରେ ଗଠନ ହେବ ବିଶେଷଜ୍ଞ କମିଟି

ଭୁବନେଶ୍ବର: ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୧୫ ଦିନ ଭିତରେ ଏନେଇ ଏକ ବିଶେଷଜ୍ଞ ଟିମ ଗଠନ ହେବ। ବିଶେଷଜ୍ଞ କମିଟିରେ ବିଶିଷ୍ଠ ଶିକ୍ଷାବିତ ଓ ସିଏଚଏସଇ କର୍ତ୍ତୁପକ୍ଷ  ରହିବେ। ସିବିଏସଇ କିଭଳି ଭାବେ ଦ୍ଵାଦଶ ପରୀକ୍ଷା ମୂଲ୍ୟାୟନ କରୁଛି, ତାହା ଉପରେ ତର୍ଜମା କରି ବିଶେଷଜ୍ଞ କମିଟି ନିଷ୍ପତ୍ତି ନେବ। ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୨ ରୁ ୧୮ ବର୍ଷ ବର୍ଗର ପିଲାଙ୍କ ଉପରେ ହେବ ଟୀକା ପରୀକ୍ଷା: ଭାରତ ବାୟୋଟେକକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଗତକାଲି ଭାରତରେ ୨ ରୁ ୧୮ ବର୍ଷ ବର୍ଗର ପିଲାଙ୍କ ଉପରେ କୋଭାକ୍ସିନ ଟୀକା ପରୀକ୍ଷା ପାଇଁ ଏକ ବିଶେଷଜ୍ଞ କମିଟି ଅନୁମତି ଦେଇଛି। ଏହି ପରୀକ୍ଷା ଦିଲ୍ଲୀ, ପାଟଣା ଏମ୍ସ ଏବଂ ନାଗପୁରସ୍ଥିତ ମେଡିଟ୍ରିନା ଚିକିତ୍ସା ବିଜ୍ଞାନ ସଂସ୍ଥା ସମତେ ବିଭିନ୍ନ ସ୍ଥାନ ଦ୍ଵାରା କରାଯିବ। ଏହି ବର୍ଗର ପିଲାଙ୍କ ଉପରେ ଟୀକା ପରୀକ୍ଷଣ ପାଇଁ ପୂର୍ବରୁ ଭାରତ ବାୟୋଟେକ ଆବେଦନ କରିଥିଲା। ୨ ରୁ ୧୮ ବର୍ଷ ପିଲାଙ୍କ ସୁରକ୍ଷା ଏବଂ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ସମେତ ଅନ୍ୟ ବିଷୟରେ ଆକାଳନ କରିବା ପାଇଁ ଦ୍ଵିତୀୟ-ତୃତୀୟ ପର୍ଯ୍ୟାୟ ପରୀକ୍ଷା ଲାଗି ଭାରତ ବାୟୋଟେକ ଅନୁମତି ମାଗିଥିଲା।

ତେବେ ସିଡିଏସସିଓ ର କୋଭିଡ-୧୯ ବିଶେଷଜ୍ଞ କମିଟି ଗତକାଲି ଏହା ଉପରେ ଆଲୋଚନା କରି ଭାରତ ବାୟୋଟେକକୁ ଟୀକା ପରୀକ୍ଷା ପାଇଁ ଅନୁମତି ଦେଇଛି।