୨ ରୁ ୧୮ ବର୍ଷ ବର୍ଗର ପିଲାଙ୍କ ଉପରେ ହେବ ଟୀକା ପରୀକ୍ଷା: ଭାରତ ବାୟୋଟେକକୁ ମିଳିଲା ଅନୁମତି

Published: May 12, 2021, 1:45 pm IST

ନୂଆଦିଲ୍ଲୀ: ଗତକାଲି ଭାରତରେ ୨ ରୁ ୧୮ ବର୍ଷ ବର୍ଗର ପିଲାଙ୍କ ଉପରେ କୋଭାକ୍ସିନ ଟୀକା ପରୀକ୍ଷା ପାଇଁ ଏକ ବିଶେଷଜ୍ଞ କମିଟି ଅନୁମତି ଦେଇଛି। ଏହି ପରୀକ୍ଷା ଦିଲ୍ଲୀ, ପାଟଣା ଏମ୍ସ ଏବଂ ନାଗପୁରସ୍ଥିତ ମେଡିଟ୍ରିନା ଚିକିତ୍ସା ବିଜ୍ଞାନ ସଂସ୍ଥା ସମତେ ବିଭିନ୍ନ ସ୍ଥାନ ଦ୍ଵାରା କରାଯିବ। ଏହି ବର୍ଗର ପିଲାଙ୍କ ଉପରେ ଟୀକା ପରୀକ୍ଷଣ ପାଇଁ ପୂର୍ବରୁ ଭାରତ ବାୟୋଟେକ ଆବେଦନ କରିଥିଲା। ୨ ରୁ ୧୮ ବର୍ଷ ପିଲାଙ୍କ ସୁରକ୍ଷା ଏବଂ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ସମେତ ଅନ୍ୟ ବିଷୟରେ ଆକାଳନ କରିବା ପାଇଁ ଦ୍ଵିତୀୟ-ତୃତୀୟ ପର୍ଯ୍ୟାୟ ପରୀକ୍ଷା ଲାଗି ଭାରତ ବାୟୋଟେକ ଅନୁମତି ମାଗିଥିଲା।

ତେବେ ସିଡିଏସସିଓ ର କୋଭିଡ-୧୯ ବିଶେଷଜ୍ଞ କମିଟି ଗତକାଲି ଏହା ଉପରେ ଆଲୋଚନା କରି ଭାରତ ବାୟୋଟେକକୁ ଟୀକା ପରୀକ୍ଷା ପାଇଁ ଅନୁମତି ଦେଇଛି।

Related posts