Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭାକ୍ସିନକୁ ମିଳିବ ମଞ୍ଜୁରୀ!: ଏହି ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରିପାରେ ଘୋଷଣା

ନୂଆଦିଲ୍ଲୀ: ଏହି ସପ୍ତାହରେ ଭାରତ ବାୟୋଟେକର କରୋନାଭାଇରସ୍ ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଞ୍ଜୁରୀ ଦେଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋଭାକ୍ସିନ୍ ଟୀକାକୁ ଏପର୍ଯ୍ୟନ୍ତ ଜରୁରୀକାଳୀନ ବ୍ୟବହାର ତାଲିକାରେ ସ୍ଥାନ ଦେଇନାହିଁ।

ଏଥିପାଇଁ ଭରତ ବାୟୋଟେକ ଜୁଲାଇ ମାସରେ ଡବ୍ଲୁଏଚଓ ସମ୍ମୁଖରେ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ଦଲିଲ ଏବଂ ତଥ୍ୟ ଉପଲବ୍ଧ କରାଇଥିଲା। ବର୍ତ୍ତମାନ ସୂତ୍ରରୁ ପ୍ରକାଶ ଯେ, ଡବ୍ଲୁଏଚଓ ଏହି ସପ୍ତାହରେ କୋଭାକ୍ସିନ ଟିକାକୁ ଅନୁମତି ଦେଇପାରେ।

ଜରୁରୀକାଳୀନ ବ୍ୟବହାର ପାଇଁ ବୈଷୟିକ ବିଶେଷଜ୍ଞଙ୍କ ଦ୍ଵାରା ଏହି ଟିକା ସମୀକ୍ଷା କରାଯାଉଥିଲା। ଜୁଲାଇ ମାସରେ ଦକ୍ଷିଣ-ପୂର୍ବ ଏସିଆର ଡବ୍ଲୁଏଚଓ ର ଆଞ୍ଚଳିକ ନିର୍ଦ୍ଦେଶକ ଡା. ପୁନମ୍ କ୍ଷେତ୍ରପାଲ ସିଂ କହିଥିଲେ ଯେ, ବୈଷୟିକ ବିଶେଷଜ୍ଞ କମିଟି ଏହି ଡୋଜିୟରର ସମୀକ୍ଷା କରୁଛନ୍ତି।

ସେ କହିଥିଲେ, “ଫାଇଜର, ଆଷ୍ଟ୍ରା ଜେନେକା, ମୋଡର୍ନା, ଜନସନ ଆଣ୍ଡ ଜନସନ, ସିନୋଭାକ ଏବଂ ସିନୋଫାର୍ମକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ସ୍ଵଦେଶୀ କମ୍ପାନୀ ଭାରତ ବାୟୋଟେକ୍ କୋଭିଡ -୧୯ ଟିକା ତୃତୀୟ ପର୍ଯ୍ୟାୟର ପରୀକ୍ଷା ତଥ୍ୟ ଡିସିଜିଆଇ ରେ ଦାଖଲ କରିଥିଲା। ଏହାପୂର୍ବରୁ, ଜାନୁଆରୀ ମାସରେ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ତଥ୍ୟ ଆଧାରରେ ଡିସିଜିଆଇ ଭାରତରେ କୋଭାକ୍ସିନ ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ଏହି ପରୀକ୍ଷା ଭାରତର ୨୫ଟି ସ୍ଥାନରେ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୨ ରୁ ୧୮ ବର୍ଷ ବର୍ଗର ପିଲାଙ୍କ ଉପରେ ହେବ ଟୀକା ପରୀକ୍ଷା: ଭାରତ ବାୟୋଟେକକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଗତକାଲି ଭାରତରେ ୨ ରୁ ୧୮ ବର୍ଷ ବର୍ଗର ପିଲାଙ୍କ ଉପରେ କୋଭାକ୍ସିନ ଟୀକା ପରୀକ୍ଷା ପାଇଁ ଏକ ବିଶେଷଜ୍ଞ କମିଟି ଅନୁମତି ଦେଇଛି। ଏହି ପରୀକ୍ଷା ଦିଲ୍ଲୀ, ପାଟଣା ଏମ୍ସ ଏବଂ ନାଗପୁରସ୍ଥିତ ମେଡିଟ୍ରିନା ଚିକିତ୍ସା ବିଜ୍ଞାନ ସଂସ୍ଥା ସମତେ ବିଭିନ୍ନ ସ୍ଥାନ ଦ୍ଵାରା କରାଯିବ। ଏହି ବର୍ଗର ପିଲାଙ୍କ ଉପରେ ଟୀକା ପରୀକ୍ଷଣ ପାଇଁ ପୂର୍ବରୁ ଭାରତ ବାୟୋଟେକ ଆବେଦନ କରିଥିଲା। ୨ ରୁ ୧୮ ବର୍ଷ ପିଲାଙ୍କ ସୁରକ୍ଷା ଏବଂ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ସମେତ ଅନ୍ୟ ବିଷୟରେ ଆକାଳନ କରିବା ପାଇଁ ଦ୍ଵିତୀୟ-ତୃତୀୟ ପର୍ଯ୍ୟାୟ ପରୀକ୍ଷା ଲାଗି ଭାରତ ବାୟୋଟେକ ଅନୁମତି ମାଗିଥିଲା।

ତେବେ ସିଡିଏସସିଓ ର କୋଭିଡ-୧୯ ବିଶେଷଜ୍ଞ କମିଟି ଗତକାଲି ଏହା ଉପରେ ଆଲୋଚନା କରି ଭାରତ ବାୟୋଟେକକୁ ଟୀକା ପରୀକ୍ଷା ପାଇଁ ଅନୁମତି ଦେଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିସିଲ୍ଡ ପରେ କୋଭାକ୍ସିନ ଦର ହ୍ରାସ କଲା ଭାରତ ବାୟୋଟେକ: ଜାଣନ୍ତୁ କେତେ ରହିଛି ନୂଆ ମୂଲ୍ୟ

ନୂଆଦିଲ୍ଲୀ: କୋଭିସିଲ୍ଡ ପରେ କୋଭାକ୍ସିନ ଦର ହ୍ରାସ ହୋଇଛି। ରାଜ୍ୟକୁ ଏବେ ୪୦୦ ଟଙ୍କା ମୂଲ୍ୟରେ କୋଭାକ୍ସିନ ଟୀକା ମିଳିବ। ପୂର୍ବରୁ ଏହି ଟୀକାର ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଭାରତ ବାୟୋଟେକ ଏବେ ୨୦୦ ଟଙ୍କା କମ ମୂଲ୍ୟରେ ରାଜ୍ୟକୁ ଦେବା ନେଇ ଘୋଷଣା କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ସେରମ ଇନଷ୍ଟିଚ୍ୟୁଟ ଟୀକା ଦରରେ ହ୍ରାସ କରିଥିଲା। ପ୍ରାଥମିକ ଅବସ୍ଥାରେ ଟୀକାର ମୂଲ୍ୟ ୪୦୦ ଟଙ୍କା ରଖାଯାଇଥିବା ବେଳେ ରାଜ୍ୟକୁ ୩୦୦ ଟଙ୍କାରେ ମିଳିବ ବୋଲି ସିଇଓ ଆଦର ପୁନାୱାଲା ଘୋଷଣା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟୀକା ପାଇଁ ଦୁଇ ଉତ୍ପାଦକଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର: ଟୀକା ପାଇଁ ପୁଣି ଦୁଇ ଉତ୍ପାଦକଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ସେରମ ଇନଷ୍ଟିଚ୍ୟୁଟ ଏବଂ ଭାରତ ବାୟୋଟେକକୁ ସ୍ୱାସ୍ଥ୍ୟ ଏସିଏସ ଚିଠି ଲେଖିଛନ୍ତି। ମେ’ ମାସରେ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ୪୦ ଲକ୍ଷ ଟୀକା ଦେବା ପାଇଁ ଚିଠି ମାଧ୍ୟମରେ ଜଣାଇଛନ୍ତି।

ସେହିଭଳି ଜୁନ, ଜୁଲାଇ ଏବଂ ଅଗଷ୍ଟ ମାସ ପାଇଁ ୬୦ ଲକ୍ଷ ଲେଖାଏଁ ଟୀକା ପାଇଁ ଏସିଏସ ଅନୁରୋଧ କରିଛନ୍ତି। ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ ଟୀକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଥର ୩ ଥର ଦିଆଯିବ କରୋନା ଟିକା: କୋଭାକ୍ସିନର ବୁଷ୍ଟର ଡୋଜକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ କରୋନା ଟିକାରେ ତୃତୀୟ ଡୋଜର ପ୍ରସ୍ତୁତି ଜାରି ରହିଛି। ବିଶେଷଜ୍ଞଙ୍କ ଏକ ପ୍ୟାନେଲରେ ଭାରତ ବାୟୋଟେକ ଟିକାର ତୃତୀୟ ଡୋଜ ପାଇଁ ଅନୁମତି ଦିଆଯାଇଛି। ଏହି ତୃତୀୟ ବୁଷ୍ଟର ଡୋଜଟି ଦ୍ଵିତୀୟ ଡୋଜର ୬ ମାସ ପରେ ଦିଆଯିବ। ଏଥିରେ କରୋନାର ନୂଆ ବ୍ୟାରିଏଣ୍ଟରୁ ରକ୍ଷା ମିଳିବା ସହ ମ୍ୟୁଟେସନ କରି ନୂଆ ଷ୍ଟ୍ରେନ ସୃଷ୍ଟି ହୋଇପାରିବ ନାହିଁ। ଏହା ଦ୍ଵାରା ଶରୀରରେ ଇମ୍ୟୁନିଟି କିଛି ବର୍ଷ ପର୍ଯ୍ୟନ୍ତ ବଢିଯିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି।