Categories
ଆଞ୍ଚଳିକ

ବାଲୁଗାଁରେ ପାଳିତ ହେଲା ବିଶ୍ୱ ପରିବେଶ ଦିବସ

ସୀତୀରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା-ବାଲୁଗାଁ ରୋଟାରୀ କ୍ଲବ ଆଜି ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ମିଳିତ ସହଯୋଗରେ ବିଶ୍ୱ ପରିବେଶ ଦିବସ ପାଳନ କରିଛି। କ୍ଲବର ସଭାପତି ରୋଟାରୀଆନ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଜାନକୀ ବଲ୍ଲଭ ପଟ୍ଟନାୟକ, ସତ୍ୟନ୍ଦ୍ର ସ୍ୱାଇଁ, ଭାଗିରଥି ସ୍ୱାଇଁ ଙ୍କ ସମେତ ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର ଓ କ୍ୟାଡେଟ ମାନେ ସ୍ଥାନୀୟ କୁମ୍ଭୀରପଡା ଗ୍ରାମର ପୋଖରୀ ଚାରିପଟେ ବୃକ୍ଷ ରୋପଣ କରିଥିଲେ।

ଏହାପରେ ଅକ୍ଷୟ କୁମାର ମିଶ୍ରଙ୍କ ନେତୃତ୍ୱରେ କ୍ୟାଡେଟ ମାନେ ବାଲୁଗାଁ ବଜାରରେ ଏକ ଶୋଭାଯାତ୍ରା କରିବାପରେ ଚିଲିକା କୂଳରେ ପ୍ଲାଷ୍ଟିକ ସଫେଇ କରିଥିଲେ। ଏହି ଅବସରରେ ତାମିଲନାଡୁ ସରକାରଙ୍କ ପ୍ରାକ୍ତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ରୋଟାରୀଆନ ଆଶୁତୋଷ ସାମନ୍ତସିଂହାର ଅତିଥିଭାବେ ଯୋଗଦେଇ ଏନସିସି କ୍ୟାଡେଟ ଓ ରୋଟାରୀଆନମାନଙ୍କୁ ଚିଲିକାର ସୁରକ୍ଷା, ପ୍ଲାଷ୍ଟିକ ମୁକ୍ତ ଚିଲିକାପାଇଁ ପରାମର୍ଶ ଦେଇଥିଲେ। ଏହାପରେ ବଡ଼କୁଳ ସ୍ଥିତ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାର ସିଧା ପ୍ରସାରଣରେ ଅଂଶ ଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ଖୋର୍ଦ୍ଧାରେ ବିଶ୍ବ ପରିବେଶ ଦିବସ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିବେକାନନ୍ଦ ୟୁଥ କ୍ଲବ ଓ ଖୋର୍ଦ୍ଧା ସାମ୍ବାଦିକ ସଂଘ ମିଳିତ ଆନୁକୂଲ୍ୟରେ ସାମ୍ବାଦିକ ଭବନ ପରିସରରେ ବିଶ୍ବ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ଶୀର୍ଷକ ଆଲୋଚନାଚକ୍ର ଏବଂ ଚାରାରୋପଣ କରାଯାଇଥିଲା।

କ୍ଲବର ସମ୍ପାଦକ ତଥା ଧରିତ୍ରୀ ଜିଲ୍ଲା ପ୍ରତିନିଧି ପ୍ରଭାତ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ଖୋର୍ଦ୍ଧା ପୌର ଉପାଧ୍ୟକ୍ଷ ସୌର୍ଯ୍ଯରଞ୍ଜନ ମହାନ୍ତି ମୁଖ୍ୟଅତିଥି, ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ସନାତନ ମହାପାତ୍ର ସମ୍ମାନିତ ବକ୍ତା, ବିକାଶ ସାମ୍ବାଦିକ ଜୟନ୍ତ ରାୟ, ଇଶ୍ବର ମଙ୍ଗରାଜ, ନିରଞ୍ଜନ ଦୋରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ବୃକ୍ଷ ହେଉଛି ଦାରୁ ଦେବତା। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ରୋକିବାକୁ ହେଲେ ବୃକ୍ଷରୋପଣ ଆବଶ୍ୟକତା ରହିଛି। ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନ କାଳରେ ଅନ୍ତତଃ ଗୋଟିଏ ଚାରା ଲଗାଇ ତାର ଯତ୍ନ ନିଅନ୍ତୁ। ପରିବେଶ ଆଡକୁ ହାତଟିଏ ବଢାନ୍ତୁ। ପରିବେଶ ସୁରକ୍ଷିତ ରହିଲେ ଜୀବଜଗତ ସୁରକ୍ଷିତ ରହିବ। ପରିବେଶ ସୁରକ୍ଷା ଦିଗରେ ସମସ୍ତଙ୍କ ଉତ୍ତରଦାୟିତ୍ଵ ରହିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ସାମ୍ବାଦିକ ବାଲାଜୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଅତିଥି, ସାମ୍ବାଦିକ ଏବଂ କ୍ଲବ ସଦସ୍ୟମାନେ ମିଶି ନିମ୍ବ, କଦମ୍ବ, କରଞ୍ଜ ପ୍ରଭୃତି ୧୦ଟି ଚାରାରୋପଣ କରିଥିଲେ। ନିମ୍ବ ଚାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଧେଶ୍ୟରେ ସର୍ମପଣ କରାଯାଇଛି। ପ୍ରତ୍ୟେକ ଚାରାର ରକ୍ଷଣାବେକ୍ଷଣ ସହ ଏଥିପ୍ରତି ଯତ୍ନବାନ ହେବା ଲାଗି ଅତିଥିମାନେ ଆହ୍ବାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରକାଶ ହାତୀ, ପ୍ରବୀଣ ଭଞ୍ଜଦେଓ, ଲଳିତ ମୋହନ ମହାପାତ୍ର, ଗୋପାଳ କୃଷ୍ଣ ପ୍ରଧାନ, ଗୋପାଳ କୃଷ୍ଣ ଦାସ, ପ୍ରମୋଦ ମହାପାତ୍ର, ରାମନାରାୟଣ ଦାଶ, ରଞ୍ଜିତ ସାମନ୍ତରାୟ, ରଞ୍ଜିତ ପାଟ୍ଟଶାଣୀ, ମହମଦ ମତାହାର ୟୁସୁଫ, ସେକ ଲିଆକତ ଅଲ୍ଲୀ, ଆକାଶ ବିଶ୍ବାଳ, ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ବ ପରିବେଶ ଦିବସରେ ଗଛ ଲଗାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଏହି କଥା

ଭୁବନେଶ୍ବର, ପ୍ରତିବର୍ଷ ଜୁନ ପାଞ୍ଚ ତାରିଖକୁ ବିଶ୍ବ ପରିବେଷ ଦିବସ ଭାବେ ପାଳନ କରାଯାଇଥାଏ। ସେହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଟୁଇଟରରେ ନବୀନ ନିବାସରେ ଗଛ ଲଗାଉଥିବାର ଏକ ଫଟୋ ସେୟାର କରିଛନ୍ତି। ଏଥିସହିତ ସେ ରାଜ୍ୟବାସୀଙ୍କୁ ତାଙ୍କର ବାର୍ତ୍ତା ମଧ୍ୟ ଦେଇଛନ୍ତି।

ସେ କହିଛନ୍ତି ଯେ  “ବର୍ତ୍ତମାନ ସମୟରେ ପରିବେଶର ସୁରକ୍ଷା ଆମ ସମସ୍ତଙ୍କ ଆଗରେ ଏକ ବଡ଼ ଆହ୍ୱାନ। ଏ ଦିଗରେ ସଚେତନତା ବୃଦ୍ଧି ଓ ପରିବେଶରେ ସନ୍ତୁଳନ ରକ୍ଷା ପାଇଁ ‘ମୋ ପରିବାର’ ପକ୍ଷରୁ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହେଉଛି। ଏହାକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି।”

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ ସହ ବୃକ୍ଷରୋପଣ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ବିଶ୍ୱ ପରିବେଶ ଦିବସ ପାଳନ ହେବା ସହିତ ବୃକ୍ଷରୋପଣ କରାଯାଇଛି। ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରିୟରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଏସ୍.ଡି.ଜେମ୍ ଋତୁପର୍ଣ୍ଣା ମିଶ୍ର, ଜେ.ଏମ୍.ଏଫ୍.ସି ମହମ୍ମଦ ଶାହା ଫୟଜଲ୍ ଓ ଝିଲିଲିନା ନାୟକ ଏବଂ ଫରେଷ୍ଟ ରେଞ୍ଜ ଅଫିସର ବଳରାମ ସାହୁ, ଫରେଷ୍ଟର ସୁକାନ୍ତ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଏବଂ ପାରାଲିଗାଲ୍ ସ୍ୱେଚ୍ଛାସେବୀ ଅବନିକାନ୍ତ ମହାରଣାଙ୍କ ସମେତ କାର୍ଯ୍ୟାଳୟର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସୁନନ୍ଦା ପାଢୀ ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ବୃକ୍ଷରୋପଣ କରାଯାଇଥିବା ବେଳେ ଉପସ୍ଥିତ ସମସ୍ତ ବ୍ୟକ୍ତି ସରକାରଙ୍କ କୋଭିଡ୍ ନିୟମ ପାଳନ କରି ସାମାଜିକ ଦୂରତା ଅବଲମ୍ବନ କରିଥିଲେ।