Categories
ଆଞ୍ଚଳିକ

ରେଢ଼ାଖୋଲ ବ୍ଲକରେ “ବିଶ୍ଵ ଋତୁସ୍ରାବ ସ୍ବଚ୍ଛତା” ସଚେତନତା ଦିବସ ପାଳନ

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବ୍ଲକ୍ ର ବଡ଼ମାଳ ଗ୍ରାମ ପଞ୍ଚାୟତର ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ବିଶ୍ଵ ଋତୁସ୍ରାବ ସ୍ବଚ୍ଛତା ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମହାଶକ୍ତି ଫାଉଣ୍ଡେସନର ବଡ଼ମାଳ ଗ୍ରାମ ପଞ୍ଚାୟତର କର୍ମୀ ଶୈଳବାଳା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା, ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ ଆଲ୍ଲାଦିନୀ ଧଳ ଓ ଆଶା କର୍ମୀ ପ୍ରମୋଦିନୀ କ୍ଷେତୀ ଯୋଗ ଦେଇ କିଶୋରୀ ବାଳିକା ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପରିଚାଳନା ନିମନ୍ତେ ଆଦର୍ଶ ଦିନଚର୍ଯ୍ୟା, ସନ୍ତୁଳିତ ଆହାର, ସ୍ୱାସ୍ଥ୍ୟର ଯତ୍ନ, ସ୍ବଚ୍ଛତା, ସବୁଜ ପନିପରିବା ଓ ଆଇରନ ବଟିକାର ନିୟମିତ ସେବନ ଏବଂ ଋତୁସ୍ରାବ ସମୟରେ ପ୍ୟାଡ ର ବ୍ୟବହାର ନିମନ୍ତେ ମାର୍ଗଦର୍ଶନ କରିଥିଲେ।ଏହାପରେ ମହାଶକ୍ତି ଫାଉଣ୍ଡେସନର ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ବାରା କିଶୋରୀ ବାଳିକା ମାନଙ୍କୁ ପ୍ୟାଡ୍ ବିତରଣ କରାଯାଇଥିଲା।