Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ସମ୍ୱିଧାନ ଦିବସ ଅବସରେ ଆନ୍ତର୍ଜାତିକ ସମ୍ମିଳନୀକୁ ସମ୍ୱୋଧିତ କଲେ ଓଡ଼ିଶା ବାଚସ୍ପତି

ଭୁବନେଶ୍ୱର: ବିଶ୍ୱ ସମ୍ୱିଧାନ ଦିବସ ଅବସରରେ ଲୋକସଭା ପାର୍ଲ୍ୟାମେଣ୍ଟ, ନୂଆ ଦିଲ୍ଲୀ ତରଫରୁ ଏକ ଆନ୍ତର୍ଜାତିୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭିଡିୱ କନଫେରେନ୍ସିଂ ଜରିଆରେ ବିଶ୍ୱର ଅନେକ ରାଷ୍ଟ୍ରର ବାଚସ୍ପତି ଓ ଉପବାଚସ୍ପତି ଏଥିରେ ଯୋଗ ଦେଇ ଭାରତୀୟ ଗଣତନ୍ତ୍ରକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଗଣତାନ୍ତ୍ରିକ ଓ ସାମ୍ୱିଧାନିକ ଉପାୟରେ ରାଷ୍ଟ୍ରର ବିକାଶ ନିଶ୍ଚିତ ବୋଲି ମତ ବ୍ୟକ୍ତ କରିଥିଲେ ।

ଏହି ଆନ୍ତର୍ଜାତିକ ସମ୍ମିଳନୀକୁ ଓଡ଼ିଶା ବିଧାନସଭା ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ସମ୍ୱୋଧିତ କରିଥିଲେ ଏବଂ ଭାରତୀୟ ସମ୍ୱିଧାନ ଓ ଗଣତନ୍ତ୍ରର ଗରିମାମୟ ପରମ୍ପରା ଉପରେ ଆଲୋକପାତ କରିଥିଲେ ।

ଭାରତୀୟ ସମ୍ୱିଧାନର ପିତା ଡ଼ଃ ବି. ଆର୍. ଆମ୍ୱେଦକରଙ୍କ ମହାନ ସମ୍ୱିଧାନ ପରିକଳ୍ପନା ଓ ସୁଦୃଢ ଗଣତନ୍ତ୍ର ଉପରେ ଗୁରୁତ୍ୱାରୋପ ଆମ ରାଷ୍ଟ୍ର ଭାରତ ପ୍ରତି ବିଶ୍ୱର ସମସ୍ତ ରାଷ୍ଟ୍ରର ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ବଢାଇଛି । ସେହି ମହାମନ ଗମତାନ୍ତ୍ରିକ ପରମ୍ପରାର ଯଥେଷ୍ଟ ସୁଦୃଢିକରଣ କରିବା ଆବଶ୍ୟକ ବୋଲି ଡ଼ଃ ପାତ୍ର ମତ ଦେବା ସହ ବିଧାୟକ ଓ ସାଂସଦମାନେ ଜନସାଧାରଣଙ୍କର ମୌଳିକ ସମସ୍ୟା ପ୍ରତି ସର୍ବଦା ସମ୍ୱେଦନଶୀଳ ରହିବାକୁ ପରମର୍ଶ ଦେଇଥିଲେ ।