Categories
ଆଜିର ଖବର ଜାତୀୟ ଖବର

ପ୍ରତିଷ୍ଠା ହେବ ନୂତନ ଏମ୍ସ, ଏହି ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ ଦେଲେ ମଂଜୁରୀ

ନୂଆଦିଲ୍ଲୀ, ବିହାରର ଦରଭଙ୍ଗାଠାରେ ଏକ ନୂତନ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ସ୍ଥାପନ ହେବ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା  କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏସୱାଇ) ଅଧୀନରେ ଏହି ନୂତନ ଏମ୍ସ ସ୍ଥାପନ କରାଯିବ ।

ଏହି ନୂତନ ଏମ୍ସ ନିମନ୍ତେ କ୍ୟାବିନେଟ ୨,୨୫,୦୦୦ ଟଙ୍କା (ଫିକ୍ସଡ଼୍) ମୌଳିକ ବେତନ ତଥା ଏନପିଏ (ତେବେ ବେତନ + ଏନପିଏର ମୋଟ ପରିମାଣ ୨,୩୭,୫୦୦ ଟଙ୍କାରୁ ଅଧିକ ହେବନାହିଁ)ରେ ଏକ ନିର୍ଦ୍ଦେଶକ ପଦବୀ ସୃଷ୍ଟିକୁ ମଧ୍ୟ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଏହି ନୂତନ ଏମ୍ସ ପ୍ରତିଷ୍ଠା ନିମନ୍ତେ ମୋଟ ୧୨୬୪ କୋଟି ଟଙ୍କା ବ୍ୟୟ କରାଯିବ । ଭାରତ ସରକାରଙ୍କ ମଞ୍ଜୁରି ପ୍ରାପ୍ତ ହେବାର ମାତ୍ର ୪୮ ମାସ ମଧ୍ୟରେ ଏହାର ନିର୍ମାଣ ସଂପୂର୍ଣ୍ଣ କରାଯିବାକୁ ସ୍ଥିର ହୋଇଛି ।